ETV Bharat / international

Afghanistan Crisis, ସ୍ଥାନାନ୍ତରଣ ପ୍ରକ୍ରିୟା ସମୟସୀମା ବୃଦ୍ଧି କରିପାରେ ଆମେରିକା

author img

By

Published : Aug 23, 2021, 1:08 PM IST

Updated : Aug 25, 2021, 9:32 PM IST

ସ୍ଥାନାନ୍ତରଣ ପ୍ରକ୍ରିୟା ସମୟସୀମା ବୃଦ୍ଧି କରିପାରେ ଆମେରିକା
ସ୍ଥାନାନ୍ତରଣ ପ୍ରକ୍ରିୟା ସମୟସୀମା ବୃଦ୍ଧି କରିପାରେ ଆମେରିକା

ଅଗଷ୍ଟ 31 ସୁଦ୍ଧା ଆଫଗାନିସ୍ତାନରେ ସରିବ ସ୍ଥାନାନ୍ତରଣ ପ୍ରକ୍ରିୟା । କିନ୍ତୁ ଏହି ସମୟସୀମା ବୃଦ୍ଧି କରିବାକୁ ଆମେରିକା ଚିନ୍ତା କରୁଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଅଧିକ ପଢନ୍ତୁ...

ୱାଶିଂଟନ: ଅଗଷ୍ଟ 31 ସୁଦ୍ଧା ଆଫଗାନିସ୍ତାନରେ ସରିବ ସ୍ଥାନାନ୍ତରଣ ପ୍ରକ୍ରିୟା । କିନ୍ତୁ ଏହି ସମୟସୀମା ବୃଦ୍ଧି କରିବାକୁ ଆମେରିକା ଚିନ୍ତା କରୁଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ତେବେ ଯୁଦ୍ଧାଗ୍ରସ୍ତ ଆଫଗାନିସ୍ତାନରୁ ବ୍ୟାପକ ସ୍ଥାନାନ୍ତର ଉଦ୍ୟମ କରାଯାଉଥିବା ଏକ ସମ୍ବୋଧନରେ କହିଛନ୍ତି ବାଇଡେନ ।

ସ୍ଥାନାନ୍ତରଣ ପ୍ରକ୍ରିୟା ସମୟସୀମା ବୃଦ୍ଧି କରିପାରେ ଆମେରିକା

ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆମେରିକା ସେନା ଆଫଗାନିସ୍ତାନ ଛାଡ଼ିବେ । ଏହା ପରେ ସେଠାରେ ସ୍ଥାନାନ୍ତରଣ ପ୍ରକ୍ରିୟା ଅବଧି ବଢିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ସମୟ ଭିତରେ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବା ନେଇ ସନ୍ଦେହ ଉପୁ଼ଜିଥିବା କହିଛନ୍ତି ବାଇଡେନ । ସେ ଆହୁରି କହିଛନ୍ତି ଏହି ସମୟର ଆତଙ୍କବାଦୀମାନେ ଫାଇଦା ଉଠାଇ ପାରନ୍ତି । ନିରୀହ ଆଫଗାନିସ୍ତାନବାସୀ ଓ ଆମେରିକା ସେନାଙ୍କୁ ଟାର୍ଗେଟ କରିପାରନ୍ତି ବୋଲି କହିଛନ୍ତି ବାଇଡେନ ।

ତାଲିବାନଙ୍କ ସମ୍ବନ୍ଧରେ ଏକ ପ୍ରଶ୍ନର ଉତ୍ତରରେ ବାଇଡେନ କହିଛନ୍ତି ମୁଁ କାହା ଉପରେ ବିଶ୍ବାସ କରେ ନାହିଁ । ମୁଁ ସମସ୍ତଙ୍କୁ ଭଲ ପାଏ । ହେଲେ ଏମିତି ବହୁତ ଲୋକ ଅଛନ୍ତି ଯାହାଙ୍କ ଉପରେ ମୁଁ ଭରସା କରେ ନାହିଁ । ଆମେରିକା ସେନା ଏବଂ ଆଫଗାନିସ୍ତାନର ନାଗରିକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଥିବା ପ୍ରଶ୍ନରେ ବାଇଡେନ କହିଛନ୍ତି ଆମେରିକା ସମସ୍ତ ଦିଗ ଉପରେ ନଜର ରଖିଛି ।

ବାଇଡେନ କହିଛନ୍ତି, ଉଦ୍ଧାର ପ୍ରକ୍ରିୟା ଜୋରଦାର ଚାଲିଛି । ବିପଦ ଉପରେ ନଜର ରଖିବା ଏବଂ ରୋକିବା ପାଇଁ ଆମେ ନିରନ୍ତର ସଜାଗ ରହିଛୁ । 14 ଅଗଷ୍ଟରୁ ଏ ଯାଏଁ ଆଫଗାନିସ୍ତାନରୁ ପ୍ରାୟ 25,100 ଏବଂ ଜୁଲାଇ ଶେଷରୁ ପ୍ରାୟ 30,000 ଲୋକଙ୍କୁ ସ୍ଥାନାନ୍ତର କରିଛି ଆମେରିକା ସେନା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated :Aug 25, 2021, 9:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.