ETV Bharat / entertainment

ମାନୁନି ଉର୍ବଶୀଙ୍କ ମନ, ସେୟାର କଲେ ପନ୍ତ ଚିକିତ୍ସିତ ହେଉଥିବା ହସ୍ପିଟାଲର ଫଟୋ

author img

By

Published : Jan 6, 2023, 12:18 PM IST

ପୁଣି ଭାଇରାଲ ହେଲା ଋଷବଙ୍କ ତଥାକଥିତ ବାନ୍ଧବୀ ତଥା ବଲିଉଡର ଅନ୍ୟତମ ସୁନ୍ଦର ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ରହସ୍ୟମୟ ପୋଷ୍ଟ । ଭାରତୀୟ କ୍ରିକେଟ ଷ୍ଟାର ଋଷବ ପନ୍ତ ଚିକିତ୍ସିତ ହେଉଥିବ ହସ୍ପିଟାଲର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଲେ ଉର୍ବଶୀ । ଅଧିକ ପଢନ୍ତୁ

Rishabh Pant Accident
Rishabh Pant Accident

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଷ୍ଟାର ଋଷବ ପନ୍ତ(cricketer Rishabh Pant) ସଡକ ଦୁର୍ଘଟଣାର ଶିକାର ହୋଇ ମୁମ୍ବାଇର କୋକିଲାବେନ ଧିରୁବାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବୁଧବାର ଦିନ ତାଙ୍କୁ ଡେରାଡୁନରୁ ଏୟାରଲିଫ୍ଟ କରାଯାଇଥିଲା । ଡାକ୍ତରଖାନାରେ ତାଙ୍କ ଚିକିତ୍ସା ଜାରି ରହିଥିବାବେଳେ ସୋସିଆଲ ମିଡିଆରେ ଋଷଭ ପନ୍ତଙ୍କ ପ୍ରଶଂସକମାନେ ତାଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି । ତେବେ ଏହି ସମୟରେ ଋଷବଙ୍କ ତଥାକଥିତ ବାନ୍ଧବୀ ତଥା ବଲିଉଡର ଅନ୍ୟତମ ସୁନ୍ଦର ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ(Bollywood actor Urvashi Rautela) ଗୋଟିଏ ପରେ ଗୋଟିଏ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ।

Rishabh Pant Accident
Rishabh Pant Accident

ଗତକାଲି(ଗୁରୁବାର) ଉର୍ବଶୀ ରୌତେଲା ଋଷବ ଚିକିତ୍ସିତ ହେଉଥିବା ମୁମ୍ବାଇର କୋକିଲାବେନ ଧିରୁବାଇ ଅମ୍ବାନୀ ହସ୍ପିଟାଲର ଏକ ଫଟୋ ଇନଷ୍ଟା ଷ୍ଟୋରିରେ ସେୟାର କରିଛନ୍ତି । କିନ୍ତୁ ପନ୍ତଙ୍କୁ ଭେଟିବା ନେଇ କୌଣସି ସୂଚନା ଦେଇନଥିବା ବେଳେ ଉର୍ବଶୀଙ୍କ ପୋଷ୍ଟକୁ ନେଇ ଏନେକ ପ୍ରଶ୍ନ ଉଠାଇଛନ୍ତି ଫ୍ୟାନ୍ସ । ଉର୍ବଶୀଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ବେସ ଭାଇରାଲ ହୋଇଥିବା ବେଳେ ଋଷବଙ୍କୁ ଦେଖାକରିଛନ୍ତି କି ବୋଲି କମେଣ୍ଟରେ ପ୍ରଶ୍ନ କରିଛନ୍ତି ଫ୍ୟାନ୍ସ ।

ପ୍ରକାଶଥାଉକି, ଏହା ପୂର୍ବରୁ ଋଷବ ପନ୍ତଙ୍କୁ ନେଇ ଉର୍ବଶୀ ରୌତେଲାଙ୍କ ଦୁଇ ଦୁଇଟି ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହୋଇଥିଲା । ପ୍ରଥମେ ଗତ ୩୦ ତାରିଖରେ ଉର୍ବଶୀ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଟେଲରେ ନିଜର ଏକ ସୁନ୍ଦର ଫଟୋ ସେୟାର କରି କ୍ୟାପସନରେ ପ୍ରାର୍ଥନା(Praying) ବୋଲି ଲେଖିଥିଲେ । ଏହସହ ଏକ ଧଳାହାର୍ଟର ଏକ ଇମୋଜି ଦେଇ ହ୍ୟାସଟ୍ୟାଗରେ ଲଭ ଲେଖିଥିଲେ । ତେବେ ଉର୍ବଶୀଙ୍କ ଏହି ପୋଷ୍ଟ ପନ୍ତ ପାଇଁ ବୋଲି କମେଣ୍ଟ କରିଥିଲେ ଫ୍ୟାନ୍ସ ।

ଏହା ମଧ୍ୟ ପଢନ୍ତୁ: Rishabh Pant Accident: ଅଧିକ ଚିକିତ୍ସା ପାଇଁ ମୁମ୍ବାଇ ସ୍ଥାନାନ୍ତର ହେବେ ପନ୍ତ

ଏହାପରେ ଗତ ୩୦ ତାରିଖ ସନ୍ଧ୍ୟାରେ ଉର୍ବଶୀଙ୍କ ଟ୍ବିଟ ଭାଇରାଲ ହୋଇଥିଲା । ସେ ଲେଖିଥିଲେ, " ମୁଁ ତୁମର ଏବଂ ତୁମ ପରିବାରର ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି । କିନ୍ତୁ ଏଥିରେ କାହାର ନାମ ଲେଖି ନାହାନ୍ତି । ସେହି ଦିନ ହିଁ ପନ୍ତଙ୍କ ଦୁର୍ଘଟଣା ହୋଇଥିବାରୁ ଉର୍ବଶୀଙ୍କ ଏହି ପୋଷ୍ଟ ପନ୍ତଙ୍କ ପାଇଁ ବୋଲି କହିଛନ୍ତି ଫ୍ୟାନ୍ସ ।

ସୂଚନାଥାଉକି, ଗତ ଡିସେମ୍ବର ୩୦ ତାରିଖ ସକାଳ ପାଖାପାଖି ୬ଟା ସମୟରେ ଋଷବ ଦିଲ୍ଲୀରୁ ନିଦ ଘରକୁ ଫେରୁଥିବା ସମୟରେ ତାଙ୍କର ସଡକ ଦୁର୍ଘଟଣା ହୋଇଥିଲା । ସେହି ସମୟରେ ନିଜେ କାର ଚଳାଉଥିଲେ ପନ୍ତ । ଗାଡି ଚଲାଉଥିବା ସମୟରେ ଆଖି ଲାଗିଯିବାକୁ ପନ୍ତଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ରାସ୍ତା ଉପରେ ଥିବା ଏକ ଖାଲରେ ଗାଡ଼ି ଚକା ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣା ଘଟିବାର 6 ମିନିଟ ମଧ୍ୟରେ ଜଳି ପୋଡି ପାଉଁଶ ହୋଇଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.