ETV Bharat / sports

Rishabh Pant Accident: ଅଧିକ ଚିକିତ୍ସା ପାଇଁ ମୁମ୍ବାଇ ସ୍ଥାନାନ୍ତର ହେବେ ପନ୍ତ

author img

By

Published : Jan 4, 2023, 1:29 PM IST

ଭାରତୀୟ କ୍ରିକେଟର ଋଷବ ପନ୍ତଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇ ସ୍ଥାନାନ୍ତର କରାଯିବ ( Cricketer Rishabh pant ) । ଡିଡିସିଏ ପକ୍ଷରୁ ସୂଚନା ମିଳିିଛି । ଅଧିକ ପଢନ୍ତୁ

Rishabh Pant Accident
ଅଧିକ ଚିକିତ୍ସା ପାଇଁ ମୁମ୍ବାଇ ସ୍ଥାନାନ୍ତର ହେବେ ପନ୍ତ

ଡେରାଡୁନ: ଗତବର୍ଷ ଡିସେମ୍ବର 30 ତାରିଖରେ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ ଭାରତୀୟ କ୍ରିକେଟର ଋଷବ ପନ୍ତ । ଦିଲ୍ଲୀରୁ ଘରକୁ ଫେରିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ ପନ୍ତ । ସେବେଠୁ ସେ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପନ୍ତଙ୍କ ହାତ, ଗୋଡ ଏବଂ ପିଠିରେ ଗଭୀର ଆଘାତ ଲାଗିଛି । ବର୍ତ୍ତମାନ ଅଧିକ ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇ ଲିଲାବତୀ ହସ୍ପିଟାଲ ସ୍ଥାନନ୍ତରଣ କରାଯିବ । ଏନେଇ ଡିଡିସିଏ (District Cricket Association) ନିର୍ଦ୍ଦେଶକ ଶ୍ୟାମ ସୁନ୍ଦର ସୂଚନା ଦେଇଛନ୍ତି ।

ଟ୍ବିଟ କରି DDCA ଦେଲା ସୂଚନା: ଆଜି ଭାରତୀୟ କ୍ରିକେଟର ଋଷବ ପନ୍ତଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇ ସ୍ଥାନାନ୍ତରଣ କରାଯିବା ନେଇ ଜିଲ୍ଲା କ୍ରିକେଟ ଆସୋସିଏସନ ଟ୍ବିଟ କରି ସୂଚନା ଦେଇଛି । 25 ବର୍ଷୀୟ ପନ୍ତଙ୍କ ହାତ, ଗୋଡ ଏବଂ ପିଠିରେ ଗଭୀର ଆଘାତ ଲାଗିଛି । ପରବର୍ତ୍ତୀ ଅସ୍ତ୍ରୋପ୍ରଚାର ପାଇଁ ତାଙ୍କୁ ମୁମ୍ବାଇ ସ୍ଥାନାନ୍ତରଣ କରାଯିବ । ମ୍ୟାକ୍ସ ହସ୍ପିଟାଲରେ କିଛି ଅସ୍ତ୍ରୋପ୍ରଚାର ହୋଇ ସାରିଛି । ମୁମ୍ବାଇରେ ଉନ୍ନତ ଚିକିତ୍ସା ପ୍ରଦାନ ଦ୍ବାରା ସେ ଜଲଦି ସୁସ୍ଥ ହେବେ । ଏକ ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତିଥିଲେ ଋଷବ ପନ୍ତ । ଜଳନ୍ତା କାରରୁ ଡେଇଁ ଜୀବନ ବଞ୍ଚାଇଥିଲେ ।

ଏହା ବି ପଢନ୍ତୁ...Pant Car Accident: ମ୍ୟାଚ ପୂର୍ବରୁ ପନ୍ତଙ୍କ ଆଶୁଆରୋଗ୍ୟ କାମନା କଲା ଟିମ୍ ଇଣ୍ଡିଆ

30 ଡିସେମ୍ବର 2022 । ସମୟ ପାଖାପାଖି ସକାଳ 9 । ଅଚାନକ ଖବର ପ୍ରସାରିତ ହୋଇଥିଲା କି ଭାରତୀୟ କ୍ରିକେଟ ଋଷଭ ପନ୍ତ ଉତ୍ତରାଖଣ୍ଡ ରୁରକୀରେ ସଡକ ଦୁର୍ଘଟଣା ହୋଇଛନ୍ତି । ଋଷବ ପନ୍ତ ନିଜେ ଗାଡି ଚଳାଇ ଦିଲ୍ଲୀରୁ ଘରକୁ ଆସୁଥିଲେ । ନୂଆବର୍ଷରେ ମାଆଙ୍କୁ ଦେଖା କରିବାକୁ ଦିଲ୍ଲୀରୁ ଘରକୁ ଫେରୁଥିଲେ । ବାଟରେ ଏହି ଅଘଟଣ ଘଟିଥିଲା । ଆଖି ଲାଗିଯିବାକୁ ପନ୍ତ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ରାସ୍ତା ଉପରେ ଥିବା ଏକ ଖାଲରେ ଗାଡ଼ି ଚକା ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ପନ୍ତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡିଟି ଦୁର୍ଘଟଣା ଘଟିବାର 6 ମିନିଟ ମଧ୍ୟରେ ଜଳି ପୋଡି ପାଉଁଶ ହୋଇଯାଇଥିଲା । ରୋଡ ଡିଭାଇଡରରେ ପିଟି ହୋଇ ଗାଡିରେ ନିଆଁ ଲାଗିଯାଇଥିଲା । ପନ୍ତ କାର କାଚ ଭାଙ୍ଗି ଗାଡିରୁ ଡେଇଁ ପଡିଥିଲେ । ସୌଭ୍ୟଗ୍ୟ ବଶତଃ ଏକ ବଡ ଅଘଟଣ ଟଳି ଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.