ETV Bharat / entertainment

ଟାଇମ ସ୍କୋୟାର ବିଲବୋର୍ଡରେ ଜବାନ ପ୍ରୋମୋ, ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଲେ ଶାହାରୁଖ

author img

By ETV Bharat Odisha Team

Published : Sep 23, 2023, 7:48 AM IST

ଟାଇମ ସ୍କୋୟାର ବିଲବୋର୍ଡରେ ଜବାନ ପ୍ରମୋ, ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଲେ ଶାହାରୁଖ
ଟାଇମ ସ୍କୋୟାର ବିଲବୋର୍ଡରେ ଜବାନ ପ୍ରମୋ, ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଲେ ଶାହାରୁଖ

ନ୍ୟୁୟର୍କର ଆଇକନିକ୍ ଟାଇମ୍ସ ସ୍କୋୟାରରେ ଶାହାରୁଖ ଖାନଙ୍କ ଫିଲ୍ମ ଜବାନର ପ୍ରମୋ ପ୍ରଦର୍ଶିତ ହୋଇଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପ୍ରଶଂସକଙ୍କ ଦ୍ୱାରା ସେୟାର ହୋଇଥିବା ଏହି ଭିଡିଓ ଉପରେ ଏବେ ଶାହାରୁଖ ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଶାହାରୁଖ ଖାନଙ୍କ ଫିଲ୍ମ ଜବାନ ବକ୍ସ ଅଫିସରେ ରିଲିଜ ଦିନ ଠାରୁ ଭଲ ପ୍ରଦର୍ଶନ କରିଆସୁଛି । ଫିଲ୍ମ ବର୍ତ୍ତମାନ ଭାରତରେ 500 କୋଟିରୁ ଅଧିକ ଆୟ କରିଥିବା ବେଳେ ବିଶ୍ବରେ 1000କୋଟି ପାଖାପାଖି ଆୟ କଲାଣି । ଏବେ ଶାହାରୁକଙ୍କ ବ୍ୟତୀତ ଫିଲ୍ମର ପୁରା ଟିମ୍ ଫିଲ୍ମର ସଫଳତାକୁ ଉପଭୋଗ କରୁଛନ୍ତି । ବିଦେଶରେ ମଧ୍ୟ ଫିଲ୍ମ କ୍ରେଜ ରହିଥିବା ବେଳେ ନିକଟରେ ଟାଇମ ସ୍କୋୟାର ବିଲବୋର୍ଡରେ ଜବାନ ପ୍ରୋମୋ ପ୍ରଦର୍ଶିତ ହୋଇଥିଲା । ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ପ୍ରଶଂସକଙ୍କ ଦ୍ୱାରା ସେୟାର ହୋଇଥିବା ଏହି ଭିଡିଓ ଉପରେ ଏବେ ଶାହାରୁଖ ପ୍ରତିକ୍ରିୟା ଦେଇଛନ୍ତି ।

  • Thank u!!! This is awesome. Hope Times Square enjoyed what they saw…. Ha ha! Love to everyone that made this happen. https://t.co/qrFFg7ERIZ

    — Shah Rukh Khan (@iamsrk) September 22, 2023 " class="align-text-top noRightClick twitterSection" data=" ">

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି ଯେଉଁଥିରେ ଶାହାରୁଖ ଖାନଙ୍କ ଯବାନଙ୍କ ପ୍ରୋମୋ ନ୍ୟୁୟର୍କର ପ୍ରସିଦ୍ଧ ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହୋଇଛି । ଶାହାରୁଖ ନିଜ ଏକ୍ସରେ ଫ୍ୟାନ୍ସଙ୍କ ଦ୍ବାରା ସେୟାର ହୋଇଥିବା 2ଟି ଭିଡିଓ ରିପୋଷ୍ଟ କରିଛନ୍ତି । ଏହାକୁ ସେୟାର କରି ଅଭିନେତା ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଶାହାରୁଖ ଏନେଇ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । କିଙ୍ଗ ଖାନ ଲେଖିଛନ୍ତି, "ଧନ୍ୟବାଦ। ଏହା ବହୁତ ସୁନ୍ଦର। ମୁଁ ଆଶା କରୁଛି ଟାଇମ୍ସ ସ୍କୋୟାରର ଏହାକୁ ଦେଖି ଲୋକମାନେ ପସନ୍ଦ କରିଥିବେ । ହା ହା। ଏହା ସେଠାରେ ପ୍ରଦର୍ଶନ ପାଇଁ ସମ୍ଭବପର କରାଇଥିବାରୁ ଧନ୍ୟବାଦ।"

ଅନ୍ୟ ଏକ ଟୁଇଟରେ, ଭାଇରାଲ୍ ଡାଇଲଗ୍ ବେଟେ କୋ ହାଥ ଲଗାନେ ପେହେଲେର ଏକ ମଜାଳିଆ ଭିଡିଓ ଜଣେ ଫ୍ୟାନ ସେୟାର କରିଛନ୍ତି । ଏହି ଭିଡିଓକୁ ରିପୋଷ୍ଟ କରି ପଠାନ ଅଭିନେତା ଲେଖିଛନ୍ତି, ହା ହା । ଏହା ବହୁତ ମଜାଦାର ରହିଛି । ଏହାକୁ ଏପରି ପ୍ରସ୍ତୁତ କରିଥିବାରୁ ଧନ୍ୟବାଦ । ଲଭ୍ ୟୁ।" ଏହି ଭିଡିଓରେ ଜଣେ ମା' ତା ପୁଅକୁ ମାଡ଼ ମାରୁଥିବାର ନଜର ଆସିଛନ୍ତି । ଏହି ସମୟରେ ପୁଅର ବାପା ମା’ଙ୍କୁ ଅଟକାଇବାକୁ ଚେଷ୍ଟା କରି କୁହନ୍ତି, ବେଟେ କୋ ହାଥ ଲଗାନେ ସେ ପେହେଲେ ବାପ ସେ ବାତ କରୋ । ତାପରେ ମା' ବାପା ଏବଂ ପୁଅଙ୍କୁ ମିଳିତ ଭାବେ ମାଡ଼ ମାରୁଥିବା ନଜର ଆସନ୍ତି ।

ଏହା ମଧ୍ୟ ପଢନ୍ତୁ: Jawan box office collection: କମିଲା ଜବାନ କ୍ରେଜ, 16 ଦିନରେ ଖସିଲା ଆୟ

ସୂଚନା ଥାଉ କି, ଅଟଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ଜବାନରେ ଶାହାରୁଖ ଖାନଙ୍କ ବ୍ୟତୀତ ନୟନତାରା, ବିଜୟ ସେଥୁପତି, ଦୀପିକା ପାଦୁକୋନ ଏବଂ ସଞ୍ଜୟ ଦତ୍ତଙ୍କ ସମେତ ଅନେକ ତାରକା ନଜର ଆସିଛନ୍ତି। ଫିଲ୍ମ ପରି ଫିଲ୍ମ ଗୀତ ଏବଂ ଡାଇଲଗକୁ ମଧ୍ୟ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଫିଲ୍ମର ଡାଇଲଗ 'ବେଟେ କୋ ହାଥ ଲଗାନେ ସେ ପେହେଲେ' ଡାଇଲଗ । ନିକଟରେ ଡାଇଲଗ ରାଇଟର ସୁମିତ ଆରୋରା ଏହି ଡାଇଲଗକୁ ନେଇ ଏକ ଖୁଲାସା କରିଥିଲେ। ସେ କହିଥିଲେ, ଏହି ଡାଇଲଗ୍ ଫିଲ୍ମର ମୂଳ ସ୍କ୍ରିପ୍ଟରେ ନଥିଲା । ସୁଟିଂ ଦିନ ହିଁ ଏହି ଡାଇଲଗକୁ ଅନ୍ତର୍ଭୁକ୍ତ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.