ETV Bharat / entertainment

ମୁଭି ଡେଟ୍‌ରେ ହ୍ରିତିକ-ସବା, ଏକାଠି ଦେଖି ପୁଣି ଟ୍ରୋଲ୍‌ କଲେ ଫ୍ୟାନ୍ସ

author img

By ETV Bharat Odisha Team

Published : Aug 29, 2023, 12:11 PM IST

ହ୍ରିତିକ ସବା
ହ୍ରିତିକ ସବା

ଗତକାଲି ରାତିରେ ହ୍ରିତିକ ରୋଶନ ଏବଂ ସବା ଆଜାଦଙ୍କୁ ଏକ ମୁଭି ଡେଟ୍‌ରେ ଦେଖିବାକୁ ମିଳିଥିଲା, ଯାହାର ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ବଲିଉଡ୍‌ର ସୁପରହିରୋ ହ୍ରିତିକ ରୋଶନ ପୁଣି ଥରେ ତାଙ୍କ ଗର୍ଲଫ୍ରେଣ୍ଡ୍‌ ସବା ଆଜାଦଙ୍କ ସହ ନଜର ଆସିଛନ୍ତି । ବଲିଉଡ୍‌ର ଏହି ଚର୍ଚ୍ଚିତ କପଲ ଗତକାଲି ରାତିରେ ମୁମ୍ବାଇର ଏକ ମୁଭି ଡେଟ୍‌ରେ ନଜର ଆସିଥିଲେ, ଯେଉଁଠାରେ ପ୍ରଶଂସକମାନେ ଏମାନଙ୍କୁ ଘେରି ରହିଥିଲେ । ନିକଟରେ ଏହି କପଲ୍‌ ଆର୍ଜେଣ୍ଟିନାରେ ଭ୍ୟାକେସନ୍‌ ଏନ୍‌ଜୟ କରି ଫେରିଥିଲେ । ବର୍ତ୍ତମାନ ହ୍ରିତିକ ରୋଶନ ଏବଂ ସବାଙ୍କୁ ଏକ ମୁଭି ଡେଟ୍‌ରେ ଦେଖିବାକୁ ମିଳିଛି । ଏଥି ସହିତ, ଥିଏଟରରୁ ବାହାରିବା ପରେ ଉଭୟଙ୍କୁ ପ୍ୟାପ୍ ଏବଂ ଫ୍ୟାନ୍ସ ଘେରି ନେଇ ତାଙ୍କ ସହ ସେଲଫି ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ: 3 ମାସରେ ବଦଳିଗଲା ବଲିଉଡର ଭାଗ୍ୟ, 7ଟି ଫିଲ୍ମ କଲା ବମ୍ପର କଲେକ୍ସନ୍‌

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ହ୍ରିତିକ ରୋଶନ ଏକ କଳା ଜ୍ୟାକେଟ ଉପରେ କଳା ଟି-ସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ହ୍ରିତିକ୍ ମଧ୍ୟ ସ୍ପେକ୍ସ ସହିତ ଏକ କ୍ୟାପ୍ ପିନ୍ଧିଛନ୍ତି । ଅନ୍ୟପକ୍ଷରେ, ସବା ଏକ ଧଳା ଟି-ସାର୍ଟ ଉପରେ କମଳା ରଙ୍ଗର ଜ୍ୟାକେଟ୍ ପିନ୍ଧିଛନ୍ତି । ସବା ହାଲୁକା ମେକଅପ୍ ଲୁକ୍‌ରେ ନଜର ଆସିଥିଲେ । କୁହାଯାଉଛି ଯେ ଏହି ଲଭ୍‌ ବାର୍ଡ ଡ୍ରିମ୍ ଗାର୍ଲ 2 ଦେଖିବାକୁ ଆସିଥିଲେ ।

ଏହା ମଧ୍ୟ ପଢନ୍ତୁ: ଝିଅ ଆଲିସାଙ୍କ ଜନ୍ମଦିନର ଭିଡିଓ ସେୟାର କଲେ ସୁସ୍ମିତା ସେନ୍, ନଜର ଆସିଲେ ପୂର୍ବତନ ପ୍ରେମିକ ରୋହମନ

ଉଲ୍ଲେଖନୀୟ ଯେ, ଚଳିତ ବର୍ଷର ଫେବୃଆରୀ ମାସରେ ହ୍ରିତିକ ଏବଂ ସବା ପ୍ରଥମେ ରେଷ୍ଟୁରାଣ୍ଟ ବାହାରେ ନଜର ଆସିଥିଲେ । ଯାହା ପରଠୁ ସେମାନେ ପ୍ରାୟତଃ ଡେଟିଂ ଯାଆନ୍ତି । ଏହା ପରେ, ମେ' ମାସରେ ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ 50 ତମ ଜନ୍ମଦିନ ପାର୍ଟିରେ ହ୍ରିତିକ ରୋଶନ ପହଞ୍ଚିଥିଲେ, ଯେଉଁଠାରୁ ଉଭୟଙ୍କ ଯୋଡିକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଭ୍ୟାକେସନରୁ ଫେରିଲେ ହ୍ରିତିକ-ସବା, ଏୟାରପୋର୍ଟରେ କପଲକୁ ଏକାଠି ଦେଖି ଟ୍ରୋଲ୍‌ କଲେ ଫ୍ୟାନ୍ସ

ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଉଭୟଙ୍କୁ ଟ୍ରୋଲ୍‌ କରୁଛନ୍ତି । ଅନେକ ଲୋକ ଏହି କପଲଙ୍କୁ ଟ୍ରୋଲ କରି ସେମାନଙ୍କୁ 'ଡିଜାଷ୍ଟର କପଲ୍‌' ବୋଲି କହିଛନ୍ତି । ଏହି ଭିଡିଓ ଉପରେ କମେଣ୍ଟ ଦେବାବେଳେ ଜଣେ ବ୍ୟକ୍ତି କହିଛନ୍ତି, 'ହ୍ରିତିକ ସାର୍, ଏତେ ହ୍ୟାଣ୍ଡସମ୍‌ ହୋଇକି ଫାଇଦା କ’ଣ ?, ଯେତେବେଳେ ଆପଣଙ୍କ ଗର୍ଲଫ୍ରେଣ୍ଡକୁ ଦେଖି ଲୋକେ ଗାଳି ଦେଉଛନ୍ତି । ଅନ୍ୟଜଣେ ଲେଖିଛନ୍ତି, ବାପା ଏବଂ ଝିଅର ପ୍ରେମ । ହ୍ରିତିକ୍ ପାଇଁ ସବାଙ୍କ ଅପେକ୍ଷା ସୁଜୈନ୍ ଭଲ ଥିଲେ ।

ହ୍ରିତିକଙ୍କ ପ୍ରଶଂସକମାନେ ଏହି କଥାରେ ଏବେବି ବିରକ୍ତ ଅଛନ୍ତି କି ତାଙ୍କ ପସନ୍ଦ ଠିକ୍ ନୁହେଁ । ହ୍ରିତିକଙ୍କ ପ୍ରଶଂସକମାନେ ଏବେ ମଧ୍ୟ ତାଙ୍କ ଗର୍ଲଫ୍ରେଣ୍ଡ ସବାଙ୍କୁ ଗ୍ରହଣ କରୁନାହାଁନ୍ତି । ଅନ୍ୟପକ୍ଷରେ ହ୍ରିତିକ ରୋଶନଙ୍କ ଓ୍ବାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସେ ଭାରତୀୟ ସିନେମାର ପ୍ରଥମ ଏରିଆଲ ଆକ୍ସନ ଫିଲ୍ମ ଫାଇଟର୍‌ରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ହ୍ରିତିକଙ୍କ ସହ ଦୀପିକା ପାଦୁକୋନ ମଧ୍ୟ ଅଭିନୟ କରୁଥିବା ନଜର ଆସିବେ । ଫିଲ୍ମରେ ଅନିଲ କପୁର ମଧ୍ୟ ଏକ ପ୍ରମୁଖ ଭୂମିକାରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.