ETV Bharat / entertainment

ଭ୍ୟାକେସନରୁ ଫେରିଲେ ହ୍ରିତିକ-ସବା, ଏୟାରପୋର୍ଟରେ କପଲକୁ ଏକାଠି ଦେଖି ଟ୍ରୋଲ୍‌ କଲେ ଫ୍ୟାନ୍ସ

author img

By

Published : Aug 18, 2023, 8:07 PM IST

ହ୍ରିତିକ ରୋଶନ ଏବଂ ସବା ଆଜାଦ ପୁଣି ମୁମ୍ବାଇ ଏୟାରପୋର୍ଟରେ ସ୍ପଟ୍‌ ହୋଇଛନ୍ତି । ଦୀର୍ଘ ଦିନ ପରେ ଉଭୟ ଭ୍ୟାକେସନ୍‌ରୁ ଫେରୁଥିବା ବେଳେ ବିମାନବନ୍ଦରରେ ଏକାଠି ଦେଖିବାକୁ ମିଳିଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଫ୍ୟାନ୍ସ ଏନେଇ ହ୍ରିତିକଙ୍କୁ ଟ୍ରୋଲ କରିଛନ୍ତି । ଅଧିକ ପଢ଼ନ୍ତୁ

ଭ୍ୟାକେସନରୁ ଫେରିଲେ ହ୍ରିତିକ-ସବା, ଏୟାରପୋର୍ଟରେ କପଲକୁ ଏକାଠି ଦେଖି ଟ୍ରୋଲ କଲେ ଫ୍ୟାନ୍ସ
ଭ୍ୟାକେସନରୁ ଫେରିଲେ ହ୍ରିତିକ-ସବା, ଏୟାରପୋର୍ଟରେ କପଲକୁ ଏକାଠି ଦେଖି ଟ୍ରୋଲ କଲେ ଫ୍ୟାନ୍ସ

ହାଇଦ୍ରାବାଦ: ବଲିଉଡ୍‌ ଲୋକପ୍ରିୟ ଅଭିନେତା ହ୍ରିତିକ ରୋଶନ ପୁଣି ଥରେ ତାଙ୍କ ଗର୍ଲଫ୍ରେଣ୍ଡ୍‌ ସବା ଆଜାଦଙ୍କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଅଭିନେତା ପୁଣି ମୁମ୍ବାଇ ବିମାନବନ୍ଦରରେ ତାଙ୍କ ଗର୍ଲଫ୍ରେଣ୍ଡ ସବାଙ୍କ ସହ ହାତ ଧରିଥିବାର ନଜର ଆସିଛନ୍ତି । ଗତ କିଛି ଦିନ ହେବ ହ୍ରିତିକ୍‌ ଏବଂ ସବା ଆର୍ଜେଣ୍ଟିନାରେ ଛୁଟି କାଟୁଥିଲେ । ସୋସିଆଲ ମିଡିଆରେ ପ୍ରଶଂସକଙ୍କ ପାଇଁ ସେଠାରୁ ସେମାନଙ୍କ ଫଟୋ ମଧ୍ୟ ସେୟାର କରିଥିଲେ । ତେବେ ବର୍ତ୍ତମାନ ଏହି କପଲ୍‌ ଭ୍ୟାକେସନରୁ ଫେରିଛନ୍ତି । ସୋସିଆଲ ମିଡିଆରେ ଉଭୟଙ୍କ ବିମାନ ବନ୍ଦନରର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ହ୍ରିତିକ ଏବଂ ସବା ଛୁଟିଦିନର ମଜା ନେବା ପରେ ଏବେ ମୁମ୍ବାଇ ଫେରିଛନ୍ତି । ଏୟାରପୋର୍ଟରେ ହ୍ରିତିକ ସବାଙ୍କ ହାତ ଧରିଥିବାର ନଜର ଆସିଛନ୍ତି । ଉଭୟଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ସମୟରେ ହ୍ରିତିକ ରୋଶନ ବ୍ଲୁ ଟି-ସାର୍ଟ ସହ ଧୂସର ବ୍ଲୁ ରଙ୍ଗର ଜ୍ୟାକେଟ ସହ ବ୍ଲାକ ପ୍ୟାଣ୍ଟ୍‌ ବ୍ଲାକ୍‌ କ୍ୟାପ୍‌, ହ୍ବାଇଟ ଜୋତା ପିନ୍ଧିଥିବାର ନଜର ଆସିଥିବା ବେଳେ ସବାଙ୍କୁ କ୍ରିମ୍‌ ରଙ୍ଗର ଆଉଟଫିଟ୍‌ ସହ ଗ୍ରୀନ ରଙ୍ଗର କ୍ୟାପ୍‌ ପିନ୍ଧିଥିବାର ଦେଖିବାକୁ ମିଳିଛି । କପଲ୍‌ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ଅନେକ ଫ୍ୟାନ୍ସ ଏହାକୁ ଲାଇକ୍‌ କରିଥିବା ବେଳେ ଅନେକ ଏହି କପଲଙ୍କୁ ଟ୍ରୋଲ କରିଛନ୍ତି ।

ଜଣେ ୟୁଜର୍ସ କହିଛନ୍ତି, ହ୍ରିତିକ୍‌ ରୋଶନଙ୍କ ପସନ୍ଦ କିପରି ଏତେ ଖରାପ ହୋଇପାରିବ ? ଅନ୍ୟ ଜଣେ ଲେଖିଛନ୍ତି, ବୁଢ଼ା ହୋଇଗଲେଣି ହ୍ରିତିକ । ଆଉ ଜଣେ ଲେଖିଛନ୍ତି, ଲୋକେ ବୃଦ୍ଧାବସ୍ଥାରେ କାହିଁକି ପାଗଳ ହୁଅନ୍ତି । ଅନ୍ୟ ଜଣେ ଲେଖିଛନ୍ତି, ହ୍ରିତିକଙ୍କୁ ପୁରା ଦୁନିଆରେ ଏ ଜଣେ ହିଁ ମିଳିଲେ। ଆଉ ଜଣେ ଲେଖିଛନ୍ତି, ଉଭୟ ଏକାଠି ବାପା ଏବଂ ଝିଅ ଲାଗୁଛନ୍ତି । ଜଣେ ଲେଖିଛନ୍ତି, ହ୍ରିତିକଙ୍କୁ କେବଳ ମଡର୍ଣ୍ଣ ଝିଅମାନେ ହିଁ ପସନ୍ଦ ଆସନ୍ତି । ଆଉ ଜଣେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ବହୁତ ଖରାପ ପସନ୍ଦ ।

ଏହା ମଧ୍ୟ ପଢନ୍ତୁ: ମୋଶନ ପୋଷ୍ଟର ଆଉଟ୍, ପାଇଲଟ୍ ଭୂମିକାରେ ଅନୀଲ କପୁର, ଦୀପିକା ଓ ହ୍ରିତିକ

ହ୍ରିତିକ ରୋଶନଙ୍କ ୱାର୍କ୍‌ଫ୍ରଣ୍ଟ୍‌ କଥା କହିବାକୁ ଗଲେ, ହ୍ରିତିକଙ୍କୁ ଆଗାମୀ ଚଳଚ୍ଚିତ୍ର, ଫାଇଟର୍ ଏବଂ ୱାର୍-2ରେ ଦେଖିବାକୁ ମିଳିବ । ଫାଇଟରରେ ହ୍ରିତିକ୍ ଦୀପିକା ପାଦୁକୋନ୍ ଏବଂ ଅନିଲ କପୁରଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରୁଥିବା ଦେଖିବାକୁ ମିଳିବ । ମାର୍ଫ୍ଲିକ୍ସ ପିକ୍ଚର୍ସ ସହ ମିଳିତ ଭାବରେ ଭାୟାକମ୍ 18 ଷ୍ଟୁଡିଓ ଦ୍ୱାରା ପ୍ରସ୍ତୁତ ହୋଇଥିବା 'ଫାଇଟର୍' ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ । ଯାହା ଆସନ୍ତା ବର୍ଷ ଜାନୁଆରୀ 25 ଅର୍ଥାତ ଗଣତନ୍ତ୍ର ଦିବସ ପୂର୍ବରୁ ମୁକ୍ତିଲାଭ କରିବ। ଅନ୍ୟପକ୍ଷରେ, ଅୟାନ୍ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ୱାର-2ରେ ବି ନଜର ଆସିବେ । ଏହି ଫିଲ୍ମରେ ସାଉଥ ସୁପରଷ୍ଟାର Jr NTR ଏବଂ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀଙ୍କ ସମେତ ଅନେକ ଷ୍ଟାର କାଷ୍ଟଙ୍କୁ ଦେଖିବାକୁ ମିଳିପାରେ । ତେବେ Jr NTR ଏବଂ କିଆରାଙ୍କ ସହ ମଧ୍ୟ ପ୍ରଥମ ଥର ପାଇଁ ନଜର ଆସିବେ ହ୍ରିତିକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.