ETV Bharat / entertainment

Fighter: ମୋଶନ ପୋଷ୍ଟର ଆଉଟ୍, ପାଇଲଟ୍ ଭୂମିକାରେ ଅନୀଲ କପୁର, ଦୀପିକା ଓ ହ୍ରିତିକ

author img

By

Published : Aug 16, 2023, 7:08 AM IST

ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଫାଇଟର୍'ର ମୋଶନ ପୋଷ୍ଟର ରିଲିଜ ହୋଇଛି । ଫିଲ୍ମ ଦୀପିକା ପାଦୁକୋନ, ହ୍ରିତିକ ରୋଶନ ଏବଂ ଅନୀଲ କପୁର ଏକାଠି ନଜର ଆସିଛନ୍ତି । ତେବେ ଏହି ମୋଶନ ପୋଷ୍ଟରରେ ସମସ୍ତ ତାରକାଙ୍କ ପ୍ରଥମ ଲୁକ୍ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ମୋଶନ ପୋଷ୍ଟର ଆଉଟ୍, ପାଇଲଟ୍ ଭୂମିକାରେ ନଜର ଆସିଲେ ଅନୀଲ କପୁର, ଦୀପିକା ଏବଂ ହ୍ରିତିକ
ମୋଶନ ପୋଷ୍ଟର ଆଉଟ୍, ପାଇଲଟ୍ ଭୂମିକାରେ ନଜର ଆସିଲେ ଅନୀଲ କପୁର, ଦୀପିକା ଏବଂ ହ୍ରିତିକ

ମୁମ୍ବାଇ: ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଫାଇଟର୍'ରେ ବଲିଉଡର ପାୱାରପ୍ୟାକ୍ ତାରକାଙ୍କୁ ଏକାଠି ଦେଖିବାକୁ ମିଳିବ । ଏହି ଫିଲ୍ମରେ ଦୀପିକା ପାଦୁକୋନ, ହ୍ରିତିକ ରୋଶନ ଏବଂ ଅନୀଲ କପୁର ମୁଖ୍ୟ ଭୂମିକାରେ ନଜର ଆସିବେ । ସ୍ୱାଧୀନତା ଦିବସରେ ନିର୍ମାତାମାନେ ଫିଲ୍ମର ମୋଶନ ପୋଷ୍ଟର ରିଲିଜ କରିଛନ୍ତି । ଯେଉଁଥିରେ ଦୀପିକା ପାଦୁକୋନ, ହ୍ରିତିକ ରୋଶନ ଏବଂ ଅନୀଲ କପୁରଙ୍କ ପ୍ରଥମ ଲୁକ୍ ଦେଖିବାକୁ ମିଳିଛି । ହ୍ରିତିକ ଏବଂ ଦୀପିକା ସୋସିଆଲ ମିଡିଆରେ ପ୍ରଥମ ଲୁକ ସେୟାର କରିଛନ୍ତି ।

ମଙ୍ଗଳବାର ଦିନ ସ୍ୱାଧୀନତା ଦିବସ ଅବସରରେ ନିର୍ମାତା ପ୍ରତିଶୃତି ଅନୁଯାୟୀ ଫିଲ୍ମର ଅପଡେଟ ସେୟାର କରିଛନ୍ତି । ସୋସିଆଲ ମିଡିଆରେ ଫିଲ୍ମରୁ ମୋଶନ ପେଷ୍ଟର ସହ ସମସ୍ତ ତାରକାଙ୍କ ପ୍ରଥମ ଲୁକ୍ ରିଲିଜ କରାଯାଇଛି । ପୋଷ୍ଟରର ଆରମ୍ଭ କିଛି ଯୁଦ୍ଧ ବିମାନର ଉଡ଼ାଣ ସହ ଆରମ୍ଭ ହୋଇଛି । ହ୍ରିତିକ୍ ସାମ୍ନାକୁ ଆସୁଛନ୍ତି । ଯିଏ ଏହି ଆକ୍ସନ୍ ଫିଲ୍ମରେ ଫାଇଟର ପାଇଲଟ୍ ଭାବେ ନଜର ଆସିଛନ୍ତି। ତାପରେ ବାୟୁସେନା ୟୁନିଫର୍ମରେ ଦୀପିକା ଏବଂ ଅନିଲ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଏହି ତିନୋଟି ତାରକାଙ୍କ ଏହି ଲୁକ୍ ବହୁତ ଦମଦାର ରହିଛି ।

ସେପଟେ ଦୀପିକା ପାଦୁକୋନ ତାଙ୍କର ଆଗାମୀ ଚଳଚ୍ଚିତ୍ର ଫାଇଟରର ପ୍ରଥମ ଲୁକ୍ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ଆମ ଗୌରବଶାଳୀ ଦେଶକୁ ନମସ୍କାର । ସ୍ୱାଧୀନତା ଦିବସର ଶୁଭେଚ୍ଛା । ପ୍ରଶଂସକମାନେ ଏହି ସମସ୍ତ ତାରକାଙ୍କୁ ଏକାଠି ଦେଖି ବହୁତ ଖୁସି । ଏହି ପୋଷ୍ଟରକି ଫ୍ୟାନ୍ସ ଲାଇକ କରିବା ସହ କମେଣ୍ଟ ବର୍ଷା କରିଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି, 'ମିଶନ୍ ଇମ୍ପୋସିବଲ (ଭାରତୀୟ ସଂସ୍କରଣ)।' ସେପଟେ ଅନେକ ଫ୍ୟାନ୍ସ ଫିଲ୍ମକୁ ନେଇ ଉତ୍ସାହିତ ଥିବା କହିଛନ୍ତି । ଏହି ପରି ଆଉ କେତେକ ଫ୍ୟାନ୍ସ ଏହାକୁ ଲାଇକ କରି ଲାଲ ହାର୍ଟ ଇମୋଜି ଏବଂ ଫାୟାର ଇମୋଜି ଦେଇଛନ୍ତି ।

ନିର୍ମାତାମାନେ ଏକ ବଡ଼ ପରଦାରେ ସିନେମାଟିକ୍ ଅଭିଜ୍ଞତା ପାଇଁ 'ଫାଇଟର୍' ଡିଜାଇନ୍ କରିଛନ୍ତି । ଏହା ଏକାଧିକ ସ୍ଥାନ ଗୁଡିକରେ ସୁଟ୍ ହୋଇଛି ଏବଂ ସର୍ବଭାରତୀୟ ପରଦାରେ ପୂର୍ବରୁ ଦେଖାଯାଇ ନ ଥିବା ଦୃଶ୍ୟକୁ କ୍ୟାପଚର କରିବା ପାଇଁ ସର୍ବଶେଷ ସିନେମାଟିକ୍ କୌଶଳକୁ ନିୟୋଜିତ କରାଯାଇଛି । ଏଥି ସହିତ ସୁପରଷ୍ଟାର ହ୍ରିତିକ ରୋଶନ, ଦୀପିକା ପାଦୁକୋନ ଏବଂ ଅନୀଲ କପୁର ଫିଲ୍ମରେ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରୁଛନ୍ତି । ୱାର ଏବଂ ପଠାନଙ୍କ ଦମଦାର ସଫଳତା ପରେ ସିଦ୍ଧାର୍ଥ ପୁଣି ଏହି ଫିଲ୍ମ ସହ ଇତିହାସ ରଚିବାକୁ ପ୍ରସ୍ତୁତ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ: ହ୍ରିତିକଙ୍କ ଫିଲ୍ମ 'ଫାଇଟର୍'ର ପୋଷ୍ଟର ଆଉଟ୍; ଏହି ଦିନ ହେବ ରିଲିଜ

ତେବେ ଦୀପିକାଙ୍କ ସହ ସିଦ୍ଧାର୍ଥ ଦ୍ୱିତୀୟ ଥର କାମ କରୁଛନ୍ତି । ମାର୍ଫ୍ଲିକ୍ସ ପିକ୍ଚର୍ସ ସହ ମିଳିତ ଭାବରେ ଭାୟାକମ୍ 18 ଷ୍ଟୁଡିଓ ଦ୍ୱାରା ପ୍ରସ୍ତୁତ ହୋଇଥିବା 'ଫାଇଟର୍' ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ମୁଖ୍ୟ ଭୂମିକାରେ ହ୍ରିତିକ୍ ରୋଶନ୍, ଦୀପିକା ପାଦୁକୋନ୍ ଏବଂ ଅନିଲ କପୁର ଅଭିନୟ କରିଥିଲେ । ଏହି ଫିଲ୍ମ 25 ଜାନୁୟାରୀ 2024ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.