ETV Bharat / politics

ଶାସନରେ ଥିବା ନେତାଏ ବେଶୀ ଯତ୍ନବାନ ହେବା ଦରକାର: ଧର୍ମେନ୍ଦ୍ର ପ୍ରଧାନ - Poll Violence In Chhendipada

author img

By ETV Bharat Odisha Team

Published : May 25, 2024, 10:34 PM IST

Dharmendra Pradhan Reaction: ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବିଧାନସଭା ମଣ୍ଡଳୀରେ ଛେଣ୍ଡିପଦା ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି ବିରୋଧରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

Dharmendra Pradhan Reaction On Poll Violence
Dharmendra Pradhan Reaction On Poll Violence (ETV Bharat Odisha)

ଭୁବନେଶ୍ବର: ସରିଯାଇଛି ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପ୍ରକ୍ରିୟା । ଆଜି ସମ୍ବଲପୁର ଲୋକସଭା ଆସନ ଅନ୍ତର୍ଗତ ତଥା ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବିଧାନସଭା ମଣ୍ଡଳୀର ସିମିଳିସାହି ମତଦାନ କେନ୍ଦ୍ରରେ ଦେଖାଦେଇଥିଲା ଉତ୍ତେଜନା । ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ବେହେରା ଓ କିଛି ବିଜେପି କର୍ମୀଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇ ଶେଷରେ ଗଣ୍ଡଗୋଳ ହୋଇଥିଲା । ତେବେ ଛେଣ୍ଡିପଦା ବିଜେଡ଼ି ବିଧାୟକ ସୁଶାନ୍ତ ବେହେରାଙ୍କ ଗୁଣ୍ଡାଗର୍ଦ୍ଦିକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ଦେଇଛନ୍ତି ।

Dharmendra Pradhan Reaction On Poll Violence (ETV Bharat Odisha)

ସେ କହିଛନ୍ତି, "ଏହା ଦୁର୍ଭାଗ୍ୟଜନକ ଘଟଣା । ଜଣେ ବର୍ତ୍ତମାନର ବିଧାୟକ ନିଜେ ଅସାମାଜିକ ତତ୍ତ୍ଵ ଭଳି ମାର ଧର କରିବା ପରିଚୟ ଦେଉଛି ଯେ ସେମାନେ କେଉଁ ପ୍ରକାର ଶାସନ ଚାହୁଁଛନ୍ତି । ଶାସନରେ ଥିବା ନେତାମାନେ ବେଶୀ ଯତ୍ନବାନ ହେବା ଦରକାର । ନିର୍ବାଚିତ ପ୍ରତିନିଧିମାନେ ଆହୁରି ଯତ୍ନବାନ ହେବା ଉଚିତ । ଯଦି ଗାଳିମନ୍ଦ କରି ନିଜେ ମାରପିଟକୁ ସେଠିକାର ବିଧାୟକ ଆସିବେ । ତେବେ ଏହା ଉପରେ ସ୍ଥାନୀୟ ପ୍ରଶାସନ ଏବଂ ନିର୍ବାଚନ ଆୟୋଗ ଏ ପ୍ରକାର ଅକ୍ରମଣାତ୍ମକ ଏବଂ ହିଂସାତ୍ମକ କାମ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ।"

ଏହା ମଧ୍ୟ ପଢନ୍ତୁ ... ପୋଲିଂ ବୁଥରେ ବିଜେପି କର୍ମୀ ଓ ବିଧାୟକଙ୍କ ମଧ୍ୟରେ ବଚସା, ଆକ୍ରମଣ ଉଦ୍ୟମର ଭିଡିଓ ଭାଇରାଲ - Clash Between BJP And BJD

ବିଧାୟକଙ୍କ ଏଭଳି ଆଚରଣକୁ କଠୋର ଭାଷାରେ ନିନ୍ଦା କରିଛନ୍ତି ଧର୍ମେନ୍ଦ୍ର । ଅବାଧ ନିର୍ବାଚନ ପାଇଁ ସ୍ଥାନୀୟ ପ୍ରଶାସନ ଏବଂ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର କହିଛନ୍ତି, "ଯେତେବେଳେ କେହି ଶାସନକୁ ନିଜ ଜାଗିର ବୋଲି ଭାବନ୍ତି ଆଉ ଭାବି ନିଅନ୍ତି ଯେ ଆମେ ଲୁଟପାଟ ଜାରି ରଖିବୁ । ଆଉ ଯେତେବେଳେ ତାଙ୍କ ପାଦ ତଳୁ ମାଟି ଖସିଯାଏ । ଏଭଳି ସ୍ଥିତିରେ ସେମାନେ ହିଂସ୍ର ହେବା ସ୍ଵାଭାବିକ । ତେଣୁ ସେମାନେ ହିଂସ୍ର ହୋଇ ପଡିଛନ୍ତି । କିନ୍ତୁ ଲୋକ ଏଥର ସେମାନଙ୍କ ହିଂସ୍ରତାକୁ ଗଣତନ୍ତ୍ରର ଆୟୁଧରେ ବା ଭୋଟରେ ତାଙ୍କୁ ଥୁଣ୍ଟା କରି ଦେବେ ।"

ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଆଜି ସାଧାରଣ ନିର୍ବାଚନ ସୁରୁଖୁରୁରେ ଚାଲିଥିବା ସମୟରେ ଆଇନକୁ ହାତକୁ ନେଇ ବିଜେପି କର୍ମୀଙ୍କୁ ମାଡ ମାରିଛନ୍ତି ଛେଣ୍ଡିପଦା ବିଜେଡି ବିଧାୟକ ସୁଶାନ୍ତ କୁମାର ବେହେରା । ଆଜି ବିଧାୟକ ନିଜେ ମତଦାନ କେନ୍ଦ୍ରରେ ଭୋଟରଙ୍କୁ ପ୍ରଭାବିତ କରୁଥିବା ସମୟରେ ବିଧାୟକଙ୍କର ଏଭଳି କାର୍ଯ୍ୟକଳପକୁ ବିରୋଧ କରିଥିଲେ ବିଜେପି କର୍ମୀ । କୋଶଳା ପଞ୍ଚାୟତର ଶିମିଳିସାହି ବୁଥ ନମ୍ବର 84ରେ ବିଜେପି କର୍ମୀ ସିଦ୍ଧାର୍ଥ ଶଙ୍କର ସାହୁଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରିଛନ୍ତି ଛେଣ୍ଡିପଦା ବିଜେଡି ବିଧାୟକ ସୁଶାନ୍ତ ବେହେରା । ନିଜେ ବିଧାୟକ ସୁଶାନ୍ତ ବେହେରା ନିର୍ବାଚନରେ ପ୍ରାର୍ଥୀ ହେଇଥିବା ବେଳେ ତାଙ୍କର ଏଭଳି ଆଚରଣ ସର୍ବ ସାଧାରଣରେ ବିଜୁ ଜନତା ଦଳର ଅହିଂସା ନୀତିକୁ ପଦାରେ ପକାଇଛି ବୋଲି ବିଜେପି କହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.