ETV Bharat / entertainment

ପୁଅର ନାମ ଖୁଲାସା କଲେ ଇଶିତା ଦତ୍ତା ଓ ଭାଟସାଲ ସେଠ୍‌, ସୋନମ କପୁରଙ୍କ ସହ ରହିଛି କନେକ୍ସନ

author img

By

Published : Aug 11, 2023, 7:50 AM IST

ନିକଟରେ ପିତାମାତା ହୋଇଥିବା ବଲିଉଡ ଦମ୍ପତି ଇଶିତା ଦତ୍ତା ଏବଂ ଭାଟସାଲ ସେଠ୍‌ ନିଜ ପୁଅର ନାମ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ଉଭୟ ପ୍ରଶଂସକଙ୍କ ସହ ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି । ଉଭୟଙ୍କ ପୁଅର ନାମ ସହିତ ସୋନମ କପୁରଙ୍କର ଏକ ଛୋଟ କନେକ୍ସନ ରହିଛି । ଅଧିକ ପଢନ୍ତୁ

ଇଶିତା ଦତ୍ତା ଏବଂ ଭାଟସାଲ ସେଠ୍‌
ଇଶିତା ଦତ୍ତା ଏବଂ ଭାଟସାଲ ସେଠ୍‌

ହାଇଦ୍ରାବାଦ: ଦ ୱାଣ୍ଡର କାର୍ ଫେମ୍‌ ଅଭିନେତା ଭାଟସାଲ୍ ସେଠ୍‌ ଏବଂ ଦୃଶ୍ୟମ୍ ଅଭିନେତ୍ରୀ ଇଶିତା ଦତ୍ତାଙ୍କ ଘରକୁ କୁନ୍ ଅତିଥି ଆସିସାରିଛି । 19 ଜୁଲାଇରେ ଉଭୟ ପିତାମାତା ହୋଇଛନ୍ତି । ପିତାମାତା ହେବା ପରଠାରୁ ଉଭୟ ଚର୍ଚ୍ଚାରେ ରହିଆସିଛନ୍ତି । ନିକଟରେ ଇଶିତା ଦତ୍ତା ଏବଂ ଭାଟସାଲ ସୋସିଆଲ ମିଡିଆରେ ପୁଅର ଛୋଟ ଝଲକ ସେୟାର କରିଥିଲେ । ବର୍ତ୍ତମାନ ଦୁହେଁ ନିଜ ପୁଅର ନାମ ଖୁଲାସା କରିଛନ୍ତି ।

ବାସ୍ତବରେ ଇଶିତା ଏବଂ ଭାଟସାଲ ପୁଅର ନାମକରଣ ଉତ୍ସବ ରଖିଥିଲେ, ଏହି ସମୟରେ ଦୁହେଁ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁ ଭିଡିଓ ସାମ୍ନାକୁ ଆସିଛି ସେଥିରେ ଇଶିତା ପୁଅକୁ କୋଳରେ ଧରି ରୁମ୍‌ ଭିତରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି । ଏଥି ସହିତ, ସମସ୍ତେ ପିଲାଟିକୁ ଏକ କପଡା ଝୁଲଣାରେ ଝୁଲାଇ ତାଙ୍କର ନାମକୁ ଜୋରରେ ଡାକୁଛନ୍ତି ।

ଇଶିତା-ଭାଟସାଲଙ୍କ ପୁଅର ନାମ

ଇଶିତା ଦତ୍ତା ଏବଂ ଭାଟସାଲ ସେଠ ସେମାନଙ୍କ ପୁଅର ନାମ ବାୟୁ ସେଠ୍‌ ରଖିଛନ୍ତି । ଭିଡିଓ ସେୟାର କରି ଭାଟସାଲ କ୍ୟାପସନରେ ଲେଖିଛନ୍ତି, “ଆମ ଛୋଟେର ନାମକରଣ ଉତ୍ସବ। ଆପଣ ସମସ୍ତଙ୍କ ଭଲପାଇବା ଏବଂ ପ୍ରାର୍ଥନା ପାଇଁ ଧନ୍ୟବାଦ । ମୁଁ ଆପଣଙ୍କୁ କହିବି, ଭାଟସାଲ ଏବଂ ଇଶିତାଙ୍କ ପୁଅର ନାମ ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ ସହ ଏକ ଛୋଟ କନେକ୍ସନ ଅଛି । ସୋନମଙ୍କ ପୁଅର ନାମ ମଧ୍ୟ ବାୟୁ । ସୋନମଙ୍କ ପୁଅ ଅଗଷ୍ଟ 2022ରେ ଜନ୍ମଗ୍ରହଣ କରିଥିଲେ।

ଏହା ମଧ୍ୟ ପଢନ୍ତୁ: ସାମ୍ନାକୁ ଆସିଲା ସୋନମ୍‌ କପୁରଙ୍କ ପୁଅର ପ୍ରଥମ ଝଲକ

ଭାଟସାଲ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ସେୟାର କରିବା ମାତ୍ରେ, ଲୋକମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଛନ୍ତି । ପ୍ରଶଂସକମାନେ ମଧ୍ୟ ଉଭୟଙ୍କ ପୁଅର ଫଟୋକୁ ଅପେକ୍ଷା କରିଛନ୍ତି। ବାସ୍ତବରେ, ଉଭୟ ବର୍ତ୍ତମାନ ପର୍ଯ୍ୟନ୍ତ ପୁଅର ଅନେକ ଫଟୋ-ଭିଡିଓ ସେୟାର କରିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଚେହେରା ଦେଖାଇ ନାହାନ୍ତି ।

ନିକଟରେ ଭାଟସାଲ ତାଙ୍କ ଜନ୍ମଦିନକୁ 5 ଅଗଷ୍ଟରେ ସେଲିବ୍ରେଟ କରିଥିଲେ । ଏହି ଅବସରରେ ସେ ତାଙ୍କ ପୁଅକୁ କୋଳରେ ଧରିଥିବାର ଏକ ଫଟୋ ସାମ୍ନାକୁ ଆସିଥିଲା । ଉଲ୍ଲେଖନୀୟ ଯେ ଇଶିତା ଏବଂ ଭାଟସାଲ ନଭେମ୍ବର 2017ରେ ବିବାହ କରିଥିଲେ। ବିବାହର ପ୍ରାୟ ସାଢେ ପାଞ୍ଚ ବର୍ଷ ପରେ ଦୁହେଁ ପିତାମାତା ହୋଇଛନ୍ତି । ସୋସିଆଲ ମିଡିଆରେ ଏହି ଦମ୍ପତି ବହୁତ ଆକ୍ଟିଭ ରୁହନ୍ତି । ଉଭୟ ନିଜ ପ୍ରଶଂସକଙ୍କ ସହ ନିଜ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ସେୟାର କରିଥାନ୍ତି ।

ସୂଚନା ଥାଉ କି, ଅଭିନେତ୍ରୀ ଇଶିତା ଦତ୍ତା 2015 ରାଜା ରାଜେନ୍ଦ୍ରରୁ ନିଜ ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ। ପରେ ଦୃଶ୍ୟମରୁ ସେ ବେଶ ଲୋକପ୍ରିୟ ହୋଇପାରିଥିଲେ । 2017ରେ ଫିରଙ୍ଗି, 2019ରେ ସେଟର୍ସ, ବ୍ଲାଙ୍କ, 2022ରେ ଦୃଶ୍ୟମ-2ରେ ଅଭିନୟ କରିଥିଲେ । ଇଶିତା ଫିଲ୍ମ ବ୍ୟତୀତ ଟିଭି ସିରିଏଲରେ ମଧ୍ୟ କାମ କରିଥିଲେ । 2013ରେ ଏକ ଘର ବନାଉଙ୍ଗା, ନଚ ବଲିଏ-6ରେ ନଜର ଆସିଥିଲେ । ସେହିପରି 2018ରେ କୋନ ହେ, ବେପନାହ, 2019ରେ ବେପନାହ ପ୍ୟାର, ବିଗ ବସ-13, 2021ରେ ଥୋଡା ସା ବାଦଲ ଥୋଡା ସା ପାନି, ସିର୍ଫ ତୁମ ଭଳି ସିରିଏଲରେ ନଜର ଆସିଥିଲେ । ଏଥିସହ 2020ରେ ସେ ଏକ ମ୍ୟୁଜିକ ଭିଡିଓରେ ମଧ୍ୟ ଅଭିନୟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.