ETV Bharat / entertainment

ସାମ୍ନାକୁ ଆସିଲା ସୋନମ୍‌ କପୁରଙ୍କ ପୁଅର ପ୍ରଥମ ଝଲକ

author img

By

Published : Aug 22, 2022, 5:55 PM IST

ନିକଟରେ ଅଭିନେତ୍ରୀ ସୋନମ କପୁର ଏକ ପୁତ୍ର ସନ୍ତାନର ଜନନୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ବର୍ତ୍ତମାନ ସୋନମ୍‌ଙ୍କ ପୁଅର ପ୍ରଥମ ଝଲକ ସାମ୍ମାକୁ ଆସିଛି । ଅଧିକ ପଢନ୍ତୁ

ସାମ୍ନାକୁ ଆସିଲା ସୋନମ୍‌ କପୁରଙ୍କ ପୁଅର ପ୍ରଥମ ଝଲକ
ସାମ୍ନାକୁ ଆସିଲା ସୋନମ୍‌ କପୁରଙ୍କ ପୁଅର ପ୍ରଥମ ଝଲକ

ହାଇଦ୍ରାବାଦ: ନିକଟରେ ଅଭିନେତ୍ରୀ ସୋନମ କପୁର ଏକ ପୁତ୍ର ସନ୍ତାନର ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ନିଜେ ସୋନମ କପୁର ଇନଷ୍ଟାଗ୍ରାମରେ ଏହି ଖୁସି ଖବରକୁ ଏକ ପୋଷ୍ଟ ମାଧ୍ୟମରେ ତାଙ୍କ ପ୍ରଶଂସକମାନଙ୍କୁ ଜଣାଇଥିଲେ । ବର୍ତ୍ତମାନ ଉଭୟ ମାଆ ଓ ପୁଅ ସୁସ୍ଥ ରହିଛନ୍ତି । ବର୍ତ୍ତମାନ ସୋନମ୍‌ଙ୍କ ପୁଅର ପ୍ରଥମ ଝଲକ ସାମ୍ମାକୁ ଆସିଛି । ଏହି ଫଟୋ ସୋନମଙ୍କ ଭଉଣୀ ରିୟା କପୁର ସେୟାର କରିଛନ୍ତି ।

ସୋନମ କପୁରଙ୍କ ଭଉଣୀ ରିୟା ସେୟାର କରିଥିବା ଫଟୋଗୁଡ଼ିକ ଡାକ୍ତରଖାନାର ଏବଂ ତାଙ୍କ ମାଆ ସୁନୀତା କପୁର ମଧ୍ୟ ଏଥିରେ ନଜର ଆସିଛନ୍ତି । ରିୟା ଫଟୋଗୁଡ଼ିକୁ ସେୟାର କରି ଲେଖିଛନ୍ତି, "ରିୟା ମାଉସୀ ଆଦୌ ଠିକ୍‌ ନାହାନ୍ତି, କାରଣ ଇଏ ବହୁତ ସୁନ୍ଦର, ଏହି ମୁହୂର୍ତ୍ତକୁ ବାସ୍ତବତା ଭାବରେ ଗ୍ରହଣ କରିବା କଷ୍ଟକର ହୋଇପଡିଛି, ସାହସୀ ମାଆ ସୋନମ କପୁର ଏବଂ କେୟାରିଂ ବାପା ଆନନ୍ଦ ଅହୁଜା ତୁମକୁ ଭଲ ପାଆନ୍ତି ।" ଉଲ୍ଲେଖନୀୟ ଯେ, ଏହି ସମସ୍ତ ଫଟୋରେ ରିୟାଙ୍କ ଆଖିରେ ଖୁସିର ଲୁହ ଭରି ହୋଇଯାଇଛି ।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୨୦ରେ ସୋନମ କପୁର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ଏବଂ ଏହି ଖୁସି ଖବର ଆଲିଆ ଭଟ୍ଟଙ୍କ ଶାଶୁ ନୀତୁ କପୁର ଦେଇଥିଲେ । ଏହାପୂର୍ବରୁ ସୋନମ କପୁର ତାଙ୍କ ସ୍ୱାମୀ ଆନନ୍ଦଙ୍କ ସହ ମାତୃତ୍ୱ ଫଟୋସୁଟ୍‌ କରି ତାଙ୍କ ପ୍ରଶଂସକଙ୍କୁ ସେୟାର କରିଥିଲେ । ସୋନମ ଓ ତାଙ୍କ ସ୍ୱାମୀ ଆନନ୍ଦ ଆହୁଜା ମଧ୍ୟ ମିଳିତ ଭାବେ ଜାରି କରିଥିବା ବିବୃତିରେ କହିିଥିଲେ, ଆଜି ଅର୍ଥାତ ୨୦.୦୮.୨୦୨୨ରେ ଆମେ ଆମର ସୁନ୍ଦର ପୁତ୍ର ସନ୍ତାନକୁ ସହୃଦୟର ସହ ସ୍ୱାଗତ କରିଛୁ ।

ଏହି ଯାତ୍ରାରେ ଆମକୁ ସହଯୋଗ କରିଥିବା ସମସ୍ତ ଡାକ୍ତର, ନର୍ସ, ବନ୍ଧୁ ଓ ପରିବାର ଲୋକଙ୍କୁ ଧନ୍ୟବାଦ ଜଣାଉଛୁ । ଏହା ଆରମ୍ଭ ମାତ୍ର । କିନ୍ତୁ ଆମେ ଜାଣିଛୁ ଆମ ଜୀବନ ସବୁଦିନ ପାଇଁ ବଦଳି ଯାଇଛି ବୋଲି ଉଭୟ କହିଛନ୍ତି । ସୋନମ କପୁର ଲଣ୍ଡନରେ ହୋଇଥିବା ତାଙ୍କ ବେବି ସାୱାରର ଫଟୋ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ସେୟାର କରିଥିଲେ । ସୋନମ କପୁର ଏବଂ ଆନନ୍ଦ ଅହୁଜା ୨୦୧୮ ମସିହାରେ ବିବାହ କରିଥିଲେ ଏବଂ ବଲିଉଡର ସମସ୍ତ ସେଲିବ୍ରିଟି ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.