ETV Bharat / entertainment

'VD ୧୮' ସୁଟିଂ ସମୟରେ ଆହତ ହେଲେ ବରୁଣ ଧୱନ

author img

By ETV Bharat Odisha Team

Published : Dec 18, 2023, 12:48 PM IST

Varun Dhawan Injured: ନିକଟରେ ଏକ ଫିଲ୍ମର ସୁଟିଂ ସମୟରେ ବଲିଉଡ ଅଭିନେତା ବରୁଣ ଧୱନ ଆହତ ହୋଇଛନ୍ତି । ଅଭିନେତା ନିଜେ ସୋସିଆଲ ମିଡିଆରେ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଏହି ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

'VD ୧୮' ସୁଟିଂ ସମୟରେ ଆହତ ହେଲେ ବରୁଣ ଧୱନ
'VD ୧୮' ସୁଟିଂ ସମୟରେ ଆହତ ହେଲେ ବରୁଣ ଧୱନ

ହାଇଦ୍ରାବାଦ: ଆହତ ହୋଇଛନ୍ତି ବଲିଉଡ ଅଭିନେତା ବରୁଣ ଧୱନ । ଆଗାମୀ ଫିଲ୍ମ ସୁଟିଂ ସମୟରେ ଅଭିନେତାଙ୍କୁ ଗଭୀର ଆଘାତ ଲାଗିଛି । ଅଭିନେତା ନିଜେ ସୋସିଆଲ ମିଡିଆରେ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଏହି ସୂଚନା ଦେଇଛନ୍ତି । ସୂଚନା ଥାଉ କି, ଅଭିନେତା ପରବର୍ତ୍ତୀ ଫିଲ୍ମ 'VD ୧୮' ଫିଲ୍ମରେ ନଜର ଆସିବେ । ବର୍ତ୍ତମାନ ଫିଲ୍ମର ସୁଟିଂ ଜାରି ରହିଥିବା ବେଳେ ଅଭିନେତା ଆହତ ହୋଇଛନ୍ତି ।

ବରୁଣ ଧୱନ ପୋଷ୍ଟ
ବରୁଣ ଧୱନ ପୋଷ୍ଟ

ବରୁଣ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ସେୟାର କରି ସୁଟିଂ ସମୟରେ ସେ ଆହତ ହୋଇଥିବା କହିଛନ୍ତି । ଫଟୋରେ ବରୁଣ ଏକ ଚେୟାରରେ ପାଦ ରଖିଥିବାର ନଜର ଆସିଛନ୍ତି । ଫଟୋ ସେୟାର କରି ସେ ଲେଖିଛନ୍ତି, ଲୁହା ରଡ୍‌ ବାଜି ଗୋଡରେ ଆଘାତ ଲାଗିବା ସହ ଫୁଲି ଯାଇଛି । ଫିଲ୍ମ 'ଭିଡି ୧୮' ର ସୁଟିଂ ସମୟରେ ବରୁଣ ଆହତ ହୋଇଥିବା କୁହାଯାଉଛି ।

ନିକଟରେ ବରୁଣ ଧୱନଙ୍କୁ କରଣ ଜୋହରଙ୍କ ସେଲିବ୍ରିଟି ଚାଟ ଶୋ' କଫି ୱିଥ କରଣରେ ଦେଖିବାକୁ ମିଳିଥିଲା । ଏହି ସମୟରେ ସେ 'ଷ୍ଟୁଡେଣ୍ଟ ଅଫ ଦ ଇୟର' ସହ ତାରକା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଯୋଗ ଦେଇଥିଲେ । ଉଭୟ ଏହି ସମୟରେ ନିଜ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନୀ ବିଷୟରେ ଅନେକ ଖୁଲାସା କରିଥିଲେ । ଏପରିକି ସିଦ୍ଧାର୍ଥ ଏବଂ ବରୁଣ ଆଲିଆ ଭଟ୍ଟ ବହୁତ ଛୋଟ ହୋଇଥିବାରୁ ଉଭୟ 'ଷ୍ଟୁଡେଣ୍ଟ ଅଫ୍ ଦି ଇୟର'ରେ ଅଭିନୟ କରନ୍ତୁ ବୋଲି ସେ ଚାହୁଁନଥିଲେ । ଏଥିସହ କରଣ ଜୋହରଙ୍କୁ ଘର ଭାଙ୍ଗିବା ବାଲା ବୋଲି ନୂଆ ନାଁ ମଧ୍ୟ ଦେଇଛନ୍ତି ।

ବରୁଣଙ୍କ ୱାର୍କଫ୍ରଣ୍ଟ୍‌ କଥା କହିବାକୁ ଗଲେ, ଶେଷଥର ପାଇଁ ଅଭିନେତାଙ୍କୁ ଫିଲ୍ମ 'ବୱାଲ'ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ସେ ପ୍ରଥମ ଥର ପାଇଁ ଜାହ୍ନବୀ କପୁରଙ୍କ ସହ ନଜର ଆସିଥିଲେ । ଉଭୟ ଏହି ଫିଲ୍ମରେ ତାଙ୍କ ଅଭିନୟ ପାଇଁ ଖୁବ ପ୍ରଶଂସା ସାଉଁଟିଥିଲେ । ବର୍ତ୍ତମାନ ଚଳଚ୍ଚିତ୍ର ନିର୍ମାତା କଲିସଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଭିଡି 18'ର ସୁଟିଂରେ ବରୁଣ ଧୱନ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି । ତାଙ୍କ ସହ ଫିଲ୍ମରେ କିର୍ତ୍ତୀ ସୁରେଶ ଏବଂ ଭାମିକା ଗାବି ମଧ୍ୟ ନଜର ଆସିବେ । ଏହା ତାମିଲ ଚଳଚ୍ଚିତ୍ର 'ଥେରି'ର ରିମେକ୍ ଅଟେ । କୁହାଯାଉଛି ଯେ ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ(୨୦୨୪) ମେ' ୩୧ରେ ରିଲିଜ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ: ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର’ରେ ଆଲିଆଙ୍କ ସହ କାମ କରିବାକୁ ଚାହୁଁନଥିଲେ ବରୁଣ-ସିଦ୍ଧାର୍ଥ

ବରୁଣ ଧୱନଙ୍କ ଫ୍ୟାନ୍ସମାନେ ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଥିବା ଜଣାପଡିଛି । ଏହା ବ୍ୟତୀତ ବରୁଣ ରାଜ ଆଣ୍ଡ ଜିକେଙ୍କ ସିରିଜ 'ସିଟାଡେଲ୍‌' ହିନ୍ଦୀ ସଂସ୍କରଣରେ ମଧ୍ୟ ନଜର ଆସିବେ । ଏହି ଫିଲ୍ମରେ ବରୁଣଙ୍କ ବିପକ୍ଷରେ ସାଉଥ ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ନଜର ଆସିବେ । ଏଥିସହ ବରୁଣଙ୍କୁ ନିଜ ବାପା ଡାଭିଡ ଧୱନଙ୍କ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.