ETV Bharat / entertainment

ବାପା ହେବାକୁ ଯାଉଛନ୍ତି ରାମଚରଣ, ବେବି ବମ୍ପ ଦେଖାଇଲେ ପତ୍ନୀ ଉପାସନା

author img

By

Published : Mar 28, 2023, 12:45 PM IST

ରାମ ଚରଣଙ୍କ ଜନ୍ମଦିନ ପାର୍ଟିରେ ସେଲିବ୍ରିଟି ସାମିଲ
ରାମ ଚରଣଙ୍କ ଜନ୍ମଦିନ ପାର୍ଟିରେ ସେଲିବ୍ରିଟି ସାମିଲ

ରାମ ଚରଣଙ୍କ ଜନ୍ମଦିନ ପାର୍ଟିରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ଖୁସି ଖବର । ବାପା ହେବାକୁ ଯାଉଛନ୍ତି ଅଭିନେତା । ପାର୍ଟିରେ ପତ୍ନୀ ଉପାସାନାଙ୍କ ବେବି ବମ୍ପ ଲୁକ୍ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ସୋମବାର ଓସ୍କାର ବିଜେତା ଫିଲ୍ମ ଆରଆରଆର ଅଭିନେତା ରାମ ଚରଣ 38ତମ ଜନ୍ମଦିନ ପାଳନ କରିଛନ୍ତି । ଜନ୍ମଦିନ ଅବସରରେ ନିଜ ଆଗାମୀ ଫିଲ୍ମର ଟାଇଟେଲ ଘୋଷଣା ସହ ଫିଲ୍ମରୁ ନିଜର ପ୍ରଥମ ଲୁକକୁ ସେୟାର କରି ଫ୍ୟାନ୍ସକୁ ବଡ ଉପହାର ଦେଇଥିଲେ । ଏହାରି ମଧ୍ୟରେ ସେ ଆଉ ଏକ ଖୁସି ଖବର ଦେଇଛନ୍ତି । ବାପା ହେବାକୁ ଯାଉଛନ୍ତି ଗ୍ଲୋବାଲ ତାରକା ରାମଚରଣ । ନିଜ ଜନ୍ମଦିନର ଗ୍ରାଣ୍ଡ ପାର୍ଟିରେ ପତ୍ନୀ ଉପାସାନାଙ୍କ ବେବି ବମ୍ପ ଲୁକ୍ ଦେଖିବାକୁ ମିଳିଛି । ତେବେ ଜନ୍ମଦିନର ଏହି ଗ୍ରାଣ୍ଡ ପାର୍ଟିର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଖୁସି ଖବର ଶୁଣି ଫ୍ୟାନ୍ସ ରାଚରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ହାଇଦ୍ରାବାଦ ସହରର ଏକ ବିଳାସପୂର୍ଣ୍ଣ ହୋଟେଲରେ ନିଜ ପରିବାର ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିର ସାଙ୍ଗମାନଙ୍କ ସହିତ ଅଭିନେତା ତାଙ୍କ ଜନ୍ମଦିନ ପାଳନ କରିଥିଲେ । ଏହି ପାର୍ଟିରେ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାର, ନିର୍ମାତା ଏବଂ ନିର୍ଦ୍ଦେଶକ ସାମିଲ ହୋଇଥିଲେ । ଏହାରି ମଧ୍ୟରେ ଅଭିନେତା ନିଜ ପତ୍ନୀ ଉପାସନା କୋନିଡେଲାଙ୍କ ସହ ନଜର ଆସିଥିଲେ । ଉଭୟ ଦମ୍ପତି ପୋଜ ଦେଉଥିବାର ନଜର ଆସିଥିବା ବେଳେ ପତ୍ନୀ ଉପାସାନାଙ୍କ ବେବି ବମ୍ପ ଲୁକ୍ ଦେଖିବାକୁ ମିଳିଛି । ଅଭିନେତା ଏକ ବ୍ଲାକ ସାଟିନ୍ ସାର୍ଟ ଏବଂ ବ୍ଲାକ ପ୍ୟାଣ୍ଟ ସହ ଜୋତା ପିନ୍ଧିଥିବା ବେଳେ ତାଙ୍କ ପତ୍ନୀ ବ୍ଲୁ ରଙ୍ଗର ପୋଷାକ ସହ ବେବି ବମ୍ପ ଲୁକ୍ ଦେଖିବାକୁ ମିଳିଥିଲା ।

ତେବେ ଏହି ଗ୍ରାଣ୍ଡ ପାର୍ଟିରେ ସାଉଥ ଅଭିନେତା ନାଗାର୍ଜୁନ ତାଙ୍କ ପତ୍ନୀ ଅମାଲା ଆକ୍କିନେନି ଏବଂ ପୁଅ ନାଗା ଚୈତନ୍ୟ ଏବଂ ଅଖିଲ ଆକ୍କିନେନିଙ୍କ ସହ ନଜର ଆସିଥିଲେ । ଏଥିସହ ଅର୍ଜୁନ ରେଡ୍ଡୀ ତାରକା ବିଜୟ ଦେବରକୋଣ୍ଡା ଏବଂ ଜଗପତି ବାବୁଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଚରଣଙ୍କ ମାଗଧିରା ସହ-ତାରକା କାଜଲ ଅଗ୍ରୱାଲ ତାଙ୍କ ବ୍ୟବସାୟୀ ସ୍ବାମୀ ଗୌତମ କିଚଲୁଙ୍କ ସହ ପାର୍ଟିରେ ସାମିଲ ହୋଇଥିଲେ ।

ଚରଣଙ୍କ ଜନ୍ମଦିନର ଭାଇରାଲ ଭିଡିଓରେ ଡଗୁବତୀ ଭେଙ୍କଟେଶ, ରାଣା ଡଗଗୁବତୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ସମୟରେ, ଟିମ୍ RRR ନିର୍ଦ୍ଦେଶକ ଏସ ଏସ୍ ରାଜାମୌଲି ତାଙ୍କ ପରିବାର ସହ ନଜର ଆସିଥିଲେ । ଏହାସହ ଏମ୍ କେରେଭାନୀ ମଧ୍ୟ ଚରଣଙ୍କ ଜନ୍ମଦିନ ପାର୍ଟିରେ ସାମିଲ ହୋଇଥିଲେ । ପାର୍ଟିରେ ରାମ ଚରଣଙ୍କ ମାମୁଁ ତଥା ଅଭିନେତା-ନିର୍ମାତା ନାଗା ବାବୁ କୋନିଡେଲା ମଧ୍ୟ ଉପସ୍ଥିତ ଥିଲେ । ତେବେ RRRର ଟିମ ଏଥିରେ ନଜର ଆସିଥିବା ବେଲେ ଜୁନିଅର NTR ଯୋଗ ଦେଇନଥିଲେ । କିନ୍ତୁ ସନ୍ଧ୍ୟାରେ ସେ ଟ୍ବିଟରରେ ଚରଣଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।

ତେବେ ରାମଚରଣଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଜନ୍ମଦିନରେ ଫିଲ୍ମ RC 15ର ଟାଇଟେଲ 'ଗେମ୍ ଚେଞ୍ଜର' ବୋଲି ଘୋଷଣା କରିବା ସହ ଫିଲ୍ମରୁ ପ୍ରଥମ ଲୁକକୁ ସେୟାର କରିଥିଲେ ଅଭିନେତା । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଏସ. ଶଙ୍କର । ଏହି ଚଳଚ୍ଚିତ୍ରର ସୁଟିଂ କିଛି ସମୟ ପୂର୍ବରୁ ଶେଷ ହୋଇଛି । ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ରାମ ଚରଣଙ୍କ ବିପକ୍ଷରେ ନଜର ଆସିବେ । ତେବେ ଏହି ଫିଲ୍ମ ମକର ସଂକ୍ରାନ୍ତି 2024 ଅବସରରେ ରିଲିଜ କରିବ ବୋଲି କୁହାଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.