ETV Bharat / entertainment

ଚେନ୍ନାଇରେ ବାତ୍ୟା ବିଭୀଷିକା; ୧୦ଲକ୍ଷ ଲେଖାଏଁ ସହାୟତା ଦେଲେ ଅଭିନେତା ସୂରିୟା-କାର୍ତ୍ତି

author img

By ETV Bharat Odisha Team

Published : Dec 5, 2023, 3:27 PM IST

ଚେନ୍ନାଇରେ ବର୍ଷା ବିତ୍ପାତ; ୧୦ଲକ୍ଷ ସହାୟତା ଦେଲେ ଅଭିନେତା ସୂରିୟା-କାର୍ତ୍ତି
ଚେନ୍ନାଇରେ ବର୍ଷା ବିତ୍ପାତ; ୧୦ଲକ୍ଷ ସହାୟତା ଦେଲେ ଅଭିନେତା ସୂରିୟା-କାର୍ତ୍ତି

Suriya And Karthi Help Chennai Floods: 'ମିଗଜୋମ' ବାତ୍ୟାରେ ପ୍ରଭାବିତ ହୋଇଛି ଚେନ୍ନାଇ । ଫଳରେ ଏଠାରେ ବର୍ଷା ବିତ୍ପାତ ହୋଇଛି । ଏଭଳି ପରିସ୍ଥିତିରେ ଚେନ୍ନାଇର ଲୋକଙ୍କୁ ସହଯୋଗର ହାତ ବଢାଇଛନ୍ତି ସୂରିୟା ଏବଂ କାର୍ତ୍ତି । ଉଭୟ ତାରକା ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଲ୍ୟାଣ୍ଡଫଲ କଲା ସାଇକ୍ଲୋନିକ୍ ଝଡ଼ 'ମିଗଜୋମ' । ଆନ୍ଧ୍ରପ୍ରଦେଶ ଦକ୍ଷିଣ ଉପକୂଳର ନେଲ୍ଲୋର ଏବଂ ମଚ୍ଛିଲପାଟନମ ମଧ୍ୟରେ ବାପ୍‌ଟଲା ନିକଟରେ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଫଳରେ ଏହା ପ୍ରଭାବ ଚେନ୍ନାଇରେ ଦେଖିବାକୁ ମିଳିଛି । ସହରରେ ବର୍ଷା ବିତ୍ପାତ ହୋଇଛି । ଏପର୍ଯ୍ଯନ୍ତ ୫ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଥିବା ବେଳେ ସବୁଆଡେ ପାଣି ଜମି ବହୁ ଧନଜୀବନ ନଷ୍ଟ ହୋଇଥିବା ଜଣାପଡିଛି । ଏଭଳି ପରିସ୍ଥିତରେ ସାଉଥ ଲୋକପ୍ରିୟ ଅଭିନେତା ସୂରିୟା ଏବଂ କାର୍ତ୍ତି ଲୋକଙ୍କ ସାହାଯ୍ୟର ହାତ ବଢାଇଛନ୍ତି ।

ଚେନ୍ନାଇର ଲୋକଙ୍କୁ ସାହାଯ୍ୟ କରିବାରେ ସୂରିୟା ଏବଂ କାର୍ତ୍ତି ୧୦ ଲକ୍ଷ ଟଙ୍କା ସହାୟତା ରାଶି ଦେଇଥିବା ଜଣାପଡିଛି । ଏହି ଟଙ୍କା ଅଭିନେତାମାନଙ୍କ ଫ୍ୟାନ୍ କ୍ଲବ୍ ମାଧ୍ୟମରେ ବଣ୍ଟନ କରାଯିବ । ବାଣିଜ୍ୟ ବିଶେଷଜ୍ଞ ମନୋବାଲା ବିଜୟବାଲାନ ଏହି ସୂଚନା ଟ୍ୱିଟରରେ ସେୟାର କରିଛନ୍ତି । ସେ ଲେଖିଛନ୍ତି, ଚେନ୍ନାଇ, କାଞ୍ଚିପୁରାମ, ଚୈଙ୍ଗଲପାଟ୍ଟୁ ଏବଂ ଥିରୁଭାଲ୍ଲୁରର ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ କାର୍ଯ୍ୟ ପାଇଁ ସୂରିୟା ଏବଂ କାର୍ତ୍ତି ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ସୂଚନା ଥାଉ କି, ଏହା ପ୍ରଥମ ଘଟଣା ନୁହେଁ ଯେ ଉଭୟ ଭାଇ ଏପରି ସାହାଯ୍ୟ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ଅନେକ ଥର ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିଛନ୍ତି । 2018 ମସିହାରେ ଉଭୟ ଭାଇ କେରଳ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ୨୫ଲକ୍ଷ ଟଙ୍କା ସହାୟତା ରାଶି ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଚେନ୍ନାଇରେ ବର୍ଷା ବିତ୍ପାତ; ଗଲାଣି ୫ ଜୀବନ, ଉବୁଟୁବୁ ହେଉଛି ସହର

ସୂଚନା ଥାଉ କି, ବାତ୍ୟା ପ୍ରଭାବରେ ଚେନ୍ନାଇ ସହରରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ଯୋଗାଯୋଗ ଓ ଯାତାୟତ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ସହରରେ ବିଦ୍ୟୁତ ସମସ୍ୟା ମଧ୍ୟ ଦେଖାଯାଉଛି । ଯେଉଁ କାରଣରୁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ବିମାନ ଓ ଟ୍ରେନ ଚଳାଚଳ ଗଭୀର ଭାବେ ପ୍ରଭାବିତ ହୋଇଛି । ବିମାନ ବନ୍ଦରର ରନୱେ ଓ ପାର୍କିଂ ଏରିଆରେ ପାଣି ଜମିଥିବାରୁ ଫ୍ଲାଇଟ୍ ଅପରେସନ ବନ୍ଦ ରଖାଯାଇଛି । ଏପରିକି ରାଜ୍ୟ ସରକାର ଚେନ୍ନାଇ, ଚେଙ୍ଗାଲପଟ୍ଟୁ, କାଞ୍ଚିପୁରମ ଏବଂ ଥିରୁଭାଲ୍ଲୁର ଜିଲ୍ଲାରେ ସୋମବାରଠାରୁ ମଙ୍ଗଳବାର ଯାଏଁ ଦୁଇ ଦିନିଆ ସରକାରୀ ଛୁଟି ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଟାଇଟଲ ସହ ଟିଜର ରିଲିଜ, 2024ରେ 10ଟି ଭାଷାରେ ହେବ ରିଲିଜ୍

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.