ETV Bharat / entertainment

Suriya 42: ଟାଇଟଲ ସହ ଟିଜର ରିଲିଜ, 2024ରେ 10ଟି ଭାଷାରେ ହେବ ରିଲିଜ୍

author img

By

Published : Apr 16, 2023, 2:00 PM IST

ସିରୁଥାଇ ଶିବାଙ୍କ ସହ ସୂରିୟାଙ୍କ ଆଗାମୀ ଫିଲ୍ମ ସୂରିୟା 42 ଫିଲ୍ମର ଟାଇଟଲ ଘୋଷଣା । ନିର୍ମାତାମାନେ ଆଜି ସୋସିଆଲ ମିଡିଆରେ ଫିଲ୍ମ ଟାଇଟଲ୍ ସହ ଟିଜର ରିଲିଜ କରିଛନ୍ତି । କଣ ରହିଛି ଟାଇଟଲ ଜାଣନ୍ତୁ

ସୂରିୟାଙ୍କ ଆଗାମୀ ଫିଲ୍ମ 'କଙ୍ଗୁଭା' ଟିଜର ରିଲିଜ
ସୂରିୟାଙ୍କ ଆଗାମୀ ଫିଲ୍ମ 'କଙ୍ଗୁଭା' ଟିଜର ରିଲିଜ

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ସୂରିୟାଙ୍କ ଆଗାମୀ ଫିଲ୍ମ ସୂରିୟା 42ର ଟାଇଟଲ୍ ଘୋଷଣା କରିଛନ୍ତି ନିର୍ମାତା । ଆଜି ସୋସିଆଲ ମିଡିଆରେ ଫିଲ୍ମର ଟାଇଟଲ୍ ଘୋଷଣା କରିଥିବା ବେଳେ ଟିଜର ମଧ୍ୟ ରିଲିଜ କରାଯାଇଛି । ଫିଲ୍ମ ସୂରିୟା 42ର ବର୍ତ୍ତମାନ ନାଁ ରହିଛି କଙ୍ଗୁଭା । ଏହି ଆକ୍ସନ୍ ଡ୍ରାମା ଫିଲ୍ମକୁ ନିର୍ମାତାମାନେ ଆସନ୍ତା ବର୍ଷ ଆରମ୍ଭରେ ରିଲିଜ କରିବାକୁ ଲକ୍ଷ୍ୟ ରଖିଛନ୍ତି । ତେବେ ଏହି ଖବର ଶୁଣି ଫ୍ୟାନ୍ସ ଉତ୍ସାହର ସହ ଫିଲ୍ମ ରିଲିଜକୁ ଅପେକ୍ଷା କରିଛନ୍ତି ।

ଇନଷ୍ଟାଗ୍ରାମରେ UV କ୍ରିଏସନ ଦ୍ବାରା ସୂରିୟା 42 ଟାଇଟଲ୍ ପୋଷ୍ଟର ସହ ଟିଜର ରିଲିଜ୍ ହୋଇଛି । ଫିଲ୍ମ ବିଷୟରେ ସାମାନ୍ୟ ସୂଚନା ଦେଇ ନିର୍ମାତାମାନେ ଫିଲ୍ମର ଟାଇଟଲ୍ ପୋଷ୍ଟର ସେୟାର କରିଛନ୍ତି । ତେବେ ସୂରିୟା 42ଫିଲ୍ମର ଟାଇଟଲ କଙ୍ଗୁଭା ରହିଛି । ଏହି ପୋଷ୍ଟର ସେୟାର କରି କ୍ୟାପସନରେ ନିର୍ମାତା ଲେଖିଛନ୍ତି, ("A Man with Power of Fire & a saga of a Mighty Valiant Hero'')। ଅର୍ଥାତ୍ ଜଣେ ବ୍ୟକ୍ତି ଯାହା ପାଖରେ ଅଗ୍ନିର ଶକ୍ତି ଅଛି ଏବଂ ସେ ଜଣେ ଶକ୍ତିଶାଳୀ ଏବଂ ବୀର ମଧ୍ୟ । ଏଥିସହ ସୋସିଆଲ ମିଡିଆରେ ଫିଲ୍ମର ଟିଜରକୁ ମଧ୍ୟ ସେୟାର କରିଛନ୍ତି ।

  • " class="align-text-top noRightClick twitterSection" data="">

ସେପଟେ ଜାତୀୟ ପୁରସ୍କାର ବିଜେତା ଅଭିନେତା ସୂରିୟା ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ଟିଜରକୁ ସେୟାର କରିଛନ୍ତି । ଏବଂ ସେ କ୍ୟାପସନରେ ଲେଖିଛନ୍ତି, "ଏହି ଶକ୍ତିଶାଳୀ ସାଗାରେ ଶିବା ଏବଂ ଟିମ୍ ସହିତ କାମ କରି ବହୁତ ଖୁସି ଅଛି । ଏବଂ କଙ୍ଗୁଭାର ଟାଇଟଲ୍ ସେୟାର କରି ମଧ୍ୟ ବେଶ ଖୁସି ଅଛି ।" ଏହି ପୋଷ୍ଟ ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ କମେଣ୍ଟ ଦେଇଛନ୍ତି । ପ୍ରତିକ୍ରିୟାରେ ଫ୍ୟାନ୍ସ ଫିଲ୍ମକୁ ନେଇ ଶୁଭକାମନା ଜଣାଇଥିବା ବେଳେ ଅନ୍ୟ କେତେକ ଫ୍ୟାନ୍ସ ଫାୟାର ଇମୋଜି ସେୟାର କରିଛନ୍ତି ।

ୟୁଭି କ୍ରିଏସନ୍ ଏବଂ ଷ୍ଟୁଡିଓ ଗ୍ରୀନ୍ ଦ୍ବାରା ମିଳିତ ଭାବେ ନିର୍ମିତ କଙ୍ଗୁଭା ଫିଲ୍ମରେ ମୁଖ୍ୟ ଭୂମିକାରେ ବଲିଉଡ ଅଭିନେତ୍ରୀ ଦିଶା ପଟାନିଙ୍କୁ ଦେଖିବାକୁ ମିଳିବ । କଙ୍ଗୁଭାରେ ସୁରିଆ ଡବଲ ରୋଲରେ ନଜର ଆସିବେ । ସେହିପରି ଦିଶା ଏକ ଭିନ୍ନ ଭୂମିକାରେ ନଜର ଆସିବେ ବୋଲି କୁହାଯାଉଛି । ଦେବୀ ଶ୍ରୀ ପ୍ରସାଦ କଙ୍ଗୁଭାଙ୍କ ପାଇଁ ସଂଗୀତ ରଚନା କରିଥିବାବେଳେ ରିଚାର୍ଡ କେଭିନଙ୍କୁ ଏଡିଟିଂ କରିଛନ୍ତି । ତେବେ ଫିଲ୍ମ କଙ୍ଗୁଭା 2024ରେ 10ଟି ବିଭିନ୍ନ ଭାଷାରେ 3Dରେ ରିଲିଜ କରିବ ।

ସୂରିୟାଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ସୂରିୟା ଖୁବ୍ ଶୀଘ୍ର ନିର୍ଦ୍ଦେଶକ ଭେଟ୍ରିମାରନଙ୍କ ଆଗାମୀ ଫିଲ୍ମ ଭାଦିଭାସଲ୍ ପାଇଁ ସୁଟିଂ ଆରମ୍ଭ କରିବେ । ଏହି ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ସୋରାରାଇ ପୋଟ୍ରୁ ହିନ୍ଦୀ ରିମେକରେ ମଧ୍ୟ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.