ETV Bharat / entertainment

ଦ୍ବିତୀୟ ବିବାହକୁ ନେଇ ପ୍ରଶ୍ନ କଲେ ଫ୍ୟାନ୍ସ, ସାମନ୍ଥା କହିଲେ ବ୍ୟାଡ୍ ଇନଭେଷ୍ଟମେଣ୍ଟ

author img

By ETV Bharat Odisha Team

Published : Dec 17, 2023, 10:19 PM IST

ସାମନ୍ଥା ରୁଥ୍ ପ୍ରଭୁ
samantha ruth prabhu

Samantha Ruth reacts on Marriage: ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ବିବାହ ବିଚ୍ଛେଦ ପରେ ସେ 'ପୁଣି ଥରେ ବିବାହ କରିବେ ନା ନାହିଁ ?' ବୋଲି ପଚାରିଥିଲେ ଫ୍ୟାନ୍ସ । ଜାଣନ୍ତୁ କ'ଣ ଉତ୍ତର ଦେଲେ ସାମନ୍ଥା

ହାଇଦ୍ରାବାଦ: ସାଉଥ ଇଣ୍ଡଷ୍ଟ୍ରିର ଆଗଧାଡିର ଅଭିନେତ୍ରୀଙ୍କ ମଧ୍ୟରେ ବେଶ ଜଣାଶୁଣା ସାମନ୍ଥା । ତେବେ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ବିବାହ ବିଚ୍ଛେଦ ପରେ ତାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି । ଏନେଇ ସାମନ୍ଥାଙ୍କର ପୁନଃର୍ବିବାହକୁ ନେଇ ଫ୍ୟାନ୍ସ କରିଛନ୍ତି ପ୍ରଶ୍ନ । ଯାହାର ଉତ୍ତର ରଖି ସାମନ୍ଥା କହିଛନ୍ତି ଯେ ସେ ଆଉ ବିବାହ କରିବେ ନାହିଁ । କାରଣ ତାଙ୍କ ପାଇଁ ପୁଣି ଥରେ ବିବାହ କରିବାର କୌଣସି ଆବଶ୍ୟକତା ନାହିଁ ।

ସୂଚନା ଅନୁସାରେ ଜଣେ ଫ୍ୟାନ୍ସ ସାମନ୍ଥାଙ୍କୁ ପ୍ରଶ୍ନ କରିଥିଲେ, 'ଆପଣ ପୁନର୍ବାର ବିବାହ କରିବାକୁ ଚିନ୍ତା କରୁଛନ୍ତି କି?' ତା’ପରେ ଅଭିନେତ୍ରୀ ଛାଡପତ୍ରର ପରିସଂଖ୍ୟାନକୁ ଉପସ୍ଥାପନ କରି ଅତି ମଜାଳିଆ ଉତ୍ତର ଦେଇଥିବା ଦେଖିବାକୁ ମିଳିଛି । ବିବାହ ବିଚ୍ଛେଦ ସଂଖ୍ୟା ବଢୁଥିବା ନେଇ ପ୍ରକାଶ ପାଇଥିବା ରିପୋର୍ଟକୁ ସେ ଉପସ୍ଥାପନ କରିଛନ୍ତି ।

ସେ କହିଛନ୍ତି, '2023 ର ରିପୋର୍ଟ ଅନୁଯାୟୀ, ପ୍ରଥମ ବିବାହରେ ଛାଡପତ୍ର ହେବାର ସମ୍ଭାବନା 50% ଅଟେ । ଯଦି ଆପଣ ଦ୍ବିତୀୟ ଏବଂ ତୃତୀୟ ଥର ବିବାହ କରନ୍ତି, ତେବେ ଛାଡପତ୍ର ହେବାର ସମ୍ଭାବନା 67 ରୁ 70 ପ୍ରତିଶତ ଅଟେ | ସେଥିପାଇଁ ଏହା ଏକ ଅଦରକାରୀ ଇନଭେଷ୍ଟମେଣ୍ଟ ।" 2017 ମସିହାରେରେ ବିବାହ ପୂର୍ବରୁ ନାଗା ଚୈତନ୍ୟ ଏବଂ ସାମନ୍ଥା ୪ ବର୍ଷ ଧରି ଉଭୟଙ୍କୁ ଡେଟ୍ କରୁଥିବା ଚର୍ଚ୍ଚା ହେଉଥିଲା । ହେଲେ 2021ରେ ଏହି ଦମ୍ପତି ପରସ୍ପର ଠାରୁ ଅଲଗା ହୋଇଥିଲେ ।

ଏହା ବି ପଢନ୍ତୁ...ସାମନ୍ଥାଙ୍କ ମାୟାରେ ବାୟା, ଅଭିନେତ୍ରୀଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କଲେ ପ୍ରଶଂସକ

ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ବିବାହ ବିଚ୍ଛେଦ ସମ୍ପର୍କରେ ସ୍ପଷ୍ଟ କରିଥିଲେ । ଏହି ଲୋକପ୍ରିୟ ଯୋଡି ଅଲଗା ହେବା ଘଟଣା ଫ୍ୟାନ୍ସଙ୍କୁ ମଧ୍ୟ ଦୁଃଖିତ କରିଥିଲା । ପରଦା ଉପରେ ତଥା ରିୟଲ ଲାଇଭରେ ଉଭୟଙ୍କ କେମେଷ୍ଟ୍ରିକୁ ବେଶ ପସନ୍ଦ କରୁଥିଲେ ଦର୍ଶକ । ହେଲେ ବିଚ୍ଛେଦ ସମ୍ପର୍କରେ ଏକ ଫଟୋ ସେୟାର କରି ସାମନ୍ଥା ଲେଖିଥିଲେ, "ବହୁ ବିଚାର ବିର୍ମଶ ପରେ ମୁଁ ଏବଂ ଚୈତନ୍ୟ ସ୍ବାମୀ ସ୍ତ୍ରୀ ସମ୍ପର୍କରୁ ପରସ୍ପରକୁ ଅଲଗା କରିବା ପାଇଁ ନିଷ୍ପତ୍ତି ନେଇଛୁ । ନିଜର ୧୦ ବର୍ଷର ବନ୍ଧୁତାର ସମ୍ପର୍କ ପାଇଁ ଆମେ ନିଜକୁ ଭାଗ୍ୟଶାଳୀ ମନେ କରୁଛୁ । ଏହା ଆମ ସମ୍ପର୍କର ମୂଳଦୁଆ ଥିଲା ଓ ବିଶ୍ବାସ ଅଛି ଏହି ସମ୍ପର୍କ ଆଗକୁ ଆମକୁ ଏକ ଖାସ ହୋଇ ରହିବ । ସମସ୍ତ ପ୍ରଶଂସକ, ଶୁଭଚିନ୍ତକ ଏବଂ ଗଣମାଧ୍ୟମକୁ ଆମର ଅନୁରୋଧ ଏହି କଠିନ ପରିସ୍ଥିତିରେ ଆମକୁ ଆଗକୁ ବଢିବା ପାଇଁ ସହଯୋଗ କରନ୍ତୁ । ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.