ସାମନ୍ଥାଙ୍କ ମାୟାରେ ବାୟା, ଅଭିନେତ୍ରୀଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କଲେ ପ୍ରଶଂସକ

By

Published : Apr 27, 2023, 5:32 PM IST

thumbnail

ହାଇଦ୍ରାବାଦ: ଅଭିନେତା ତଥା ଅଭିନେତ୍ରୀଙ୍କ ପାଇଁ ଜଣେ ପ୍ରଶଂସକ କିଛି ବି କରିପାରେ । ଏହାର ଅନେକ ଉଦାହରଣ ରହିଛି । ବର୍ତ୍ତମାନ ସାମନ୍ଥା ରୁଥ୍‌ ପ୍ରଭୁଙ୍କ କ୍ଷେତ୍ରରେ ମଧ୍ୟ ତାହା ଦେଖିବାକୁ ମିଳିଛି । ଏହି ସାଉଥ ଷ୍ଟାର୍‌ଙ୍କ ପାଇଁ ତାଙ୍କର ଜଣେ ପ୍ରଶଂସକ ମନ୍ଦିର ନିର୍ମାଣ କରିଛନ୍ତି । ଆନ୍ଧ୍ରପ୍ରଦେଶର ବାପଟଲା ଜିଲ୍ଲାର ସଣ୍ଡୁର ମଣ୍ଡଳର ଆଲାପଡୁରୁ ସନ୍ଦୀପ ନାମକ ଜଣେ ବ୍ୟକ୍ତି ସାମନ୍ଥାଙ୍କ ଜଣେ ବଡ଼ ପ୍ରଶଂସକ  । ସାମନ୍ଥାଙ୍କ ଅଭିନୟରେ ସେ ପ୍ରଭାବିତ ଥିବା ବେଳେ ତାଙ୍କ ସାମାଜିକ କାର୍ଯ୍ୟ ମଧ୍ୟ ପ୍ରଭାବ ପକାଇଛି  । ବିଶେଷ କରି ପ୍ରତ୍ୟୁଷ ଫାଉଣ୍ଡେସନ ମାଧ୍ୟମରେ ଛୋଟ ପିଲାଙ୍କ ପାଇଁ ହାର୍ଟ ଅପରେସନ୍ ପାଇଁ ସାମନ୍ଥା ଦେଇଥିବା ସହାୟତା ତାଙ୍କୁ ପ୍ରଭାବିତ କରିଥିଲା । ପିଲାଙ୍କୁ ଏକ ପ୍ରକାର ପୁନଃଜନ୍ମ ଦେଉଥିବା କଥା କହିଛନ୍ତି ସନ୍ଦୀପ । ବର୍ତ୍ତମାନ ସନ୍ଦୀପ ତାଙ୍କ ଘର କମ୍ପାଉଣ୍ଡରେ ଏକ ମନ୍ଦିର ନିର୍ମାଣ କରୁଛନ୍ତି । ଯେଉଁଥିରେ ସ୍ଥାନ ପାଇବ ସାମନ୍ଥାଙ୍କ ପ୍ରତିମୂର୍ତ୍ତି । ମନ୍ଦିର ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଜାରି ରହିଛି  । ତେବେ ପ୍ରତିମୂର୍ତ୍ତି ସମ୍ପୂର୍ଣ୍ଣ ଶେଷ ହୋଇଛି  ।  ସାମନ୍ଥାଙ୍କ ଜନ୍ମଦିନ ଏପ୍ରିଲ 28ରେ ଏହି ମନ୍ଦିର ଉଦଘାଟନ ହେବ । ବର୍ତ୍ତମାନ ସୁଦ୍ଧା ସାମନ୍ଥାଙ୍କୁ କେବେ ଭେଟି ନାହାନ୍ତି ସନ୍ଦୀପ । ସାଉଥର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ମନ ଜିତିଥାନ୍ତି । ସାମନ୍ଥା ଫିଲ୍ମ ବ୍ୟତୀତ ସୋସିଆଲ ମିଡିଆରେ ମଧ୍ୟ ସବୁଠାରୁ ଅଧିକ ଫୋଲର୍ସ ଏବଂ ଲୋକପ୍ରିୟ ଥିବା ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ଅଟନ୍ତି ।  ଆସନ୍ତାକାଲି (ଏପ୍ରିଲ 28) ସାମନ୍ଥାଙ୍କ ଜନ୍ମଦିନ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.