ETV Bharat / entertainment

Ramcharan Birthday: ଜନ୍ମଦିନରେ ଫ୍ୟାନ୍ସଙ୍କୁ ରାମଚରଣଙ୍କ ଗିଫ୍ଟ, ଘୋଷଣା କଲେ ଆଗାମୀ ଫିଲ୍ମ ନାଁ

author img

By

Published : Mar 27, 2023, 10:42 AM IST

ଜନ୍ମଦିନରେ ଆଗାମୀ ଫିଲ୍ମର ଟାଇଟେଲ ରିଲିଜ କଲେ ରାମଚରଣଙ୍କ
ଜନ୍ମଦିନରେ ଆଗାମୀ ଫିଲ୍ମର ଟାଇଟେଲ ରିଲିଜ କଲେ ରାମଚରଣଙ୍କ

ସାଉଥ ସୁପରଷ୍ଟାର ରାମଚରଣଙ୍କ ଆଜି 38ତମ ଜନ୍ମଦିନ । ନିକଟରେ ଅଭିନେତା ଓସ୍କାର ଜିତି ଦେଶକୁ ଗୌରବାନ୍ବିତ କରିବା ସହ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି । ତେବେ ଜନ୍ମଦିନ ଅବସରରେ ନିଜ ଆଗାମୀ ଫିଲ୍ମର RC15ର ଟାଇଟେଲ ଘୋଷଣା କରିଛନ୍ତି ରାମଚରଣ । କଣ ରହିଛି ଟାଇଟେଲ, ଜାଣନ୍ତୁ

ହାଇଦ୍ରାବାଦ: ତେଲୁଗୁ ମେଗାଷ୍ଟାର ଚିରଞ୍ଜୀବୀଙ୍କ ପୁଅ ରାମ ଚରଣ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟତମ ଲୋକପ୍ରିୟ ତଥା ସଫଳ ଅଭିନେତା ଅଟନ୍ତି । ନିକଟରେ ଫିଲ୍ମ RRRର ଗୀତ ନାଟୁ ନାଟୁ ପାଇଁ ଓସ୍କାର ଜିତି ଗ୍ଲୋବାଲ ଷ୍ଟାର ହୋଇଛନ୍ତି ରାମଚରଣ । ତେବେ ଆଜି ରାମଚରଣ ତାଙ୍କ 38ତମ ଜନ୍ମଦିନ ପାଳନ କରୁଛନ୍ତି । ଏହାରି ମଧ୍ୟରେ ସେ ଫ୍ୟାନ୍ସଙ୍କ ପାଇଁ ଆଣିଛନ୍ତି ଖୁସି ଖବର । ତାଙ୍କ ଜନ୍ମଦିନ ଅବସରରେ ସେ ନିଜ ଆଗାମୀ ଫିଲ୍ମ ଟାଇଟେଲ ଘୋଷଣା କରିଛନ୍ତି ।

  • " class="align-text-top noRightClick twitterSection" data="">

ଯାହା ନିର୍ଦ୍ଦେଶକ ଏସ ଶଙ୍କରଙ୍କ RC15 ପାଇଁ ଚର୍ଚ୍ଚାରେ ଥିଲା । ତେବେ ସୋସିଆଲ ମିଡିଆରେ ଫିଲ୍ମର ଟାଇଟେଲକୁ ସେ ନିଜେ ଘୋଷଣା କରିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଫ୍ୟାନ୍ସ ଲାଇକ କରିବା ସହ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଫିଲ୍ମକୁ ନେଇ ଉତ୍ସାହିତ ଅଛନ୍ତି । ସେ ନିଜ ଟ୍ବିଟର ହ୍ୟାଣ୍ଡଲରେ ଫିଲ୍ମ RC15ର ଟାଇଟେଲ ଘୋଷଣା କରିଛନ୍ତି । ଫିଲ୍ମ RC15ର ଟାଇଟେଲ ରହିଛି ଗେମ ଚେଞ୍ଜର ।

ସେ ଫିଲ୍ମର ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି `GAME CHANGER IT IS'। ଯାହାକୁ ନେଇ ଫ୍ୟାନ୍ସ ଲାଇକ କରିବା ସହ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଅନେକ ପ୍ରତିକ୍ରିୟା ଦେଇଥିବା ଦେଖିବାକୁ ମିଳିଛି । ସେହିପରି ୟୁଟ୍ୟୁବରେ ଏହାର ଟିଜର ସେୟାର କରାଯାଇଛି । ସେଠାରେ ମଧ୍ୟ ଏହାକୁ ଅନେକ ଫ୍ୟାନ୍ସ ଲାଇକ କରିବା ସହ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

ସେପଟେ ସୁପରଷ୍ଟାରଙ୍କ ଜନ୍ମଦିନରେ ମେଗାଷ୍ଟାର ତଥା ରାମଚରଣଙ୍କ ପିତା ଚିରଞ୍ଜୀବୀ ଉଭୟଙ୍କର ଏକ ସୁନ୍ଦର ଫଟୋ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ନିଜ ପତ୍ନୀ ମଧ୍ୟ ଅଭିନେତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଫିଲ୍ମ ପାଇଁ ଶୁଭକାମନା କରିଛନ୍ତି । ସେହିପରି ଅନେକ ସେଲିବ୍ରିଟି, ଖେଳାଳୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଫିଲ୍ମ ପାଇଁ ମଧ୍ୟ ଶୁଭକାମନା ଜଣାଇଛନ୍ତି । ତେବେ ଏହି ଫିଲ୍ମ ଆସନ୍ତା ବର୍ଷ ମକର ସଂକ୍ରାନ୍ତିରେ ରିଲିଜ ହେବ ବୋଲି ସୂଚନା ରହିଛି ।

ଏଥିସହ ବର୍ଥ ଡେ ପୂର୍ବ ଦିନ ସେ RC15 ସେଟରେ ନିଜ ଜନ୍ମଦିନ ପାଳନ କରିଥିଲେ ରାମଚରଣ । ଏହି ଅବସରରେ ଫିଲ୍ମର ସମସ୍ତ କାଷ୍ଟ, କ୍ରୁ ସଦସ୍ୟ ଏବଂ ନିର୍ଦ୍ଦେଶକ ସାମିଲ ହୋଇଥିଲେ । ଭିଡିଓରେ ରାମରଣ ଏଣ୍ଟି ହେବା ମାତ୍ରେ ଗୋଲାପ ଫୁଲ ବର୍ଷା ସହ କରତାଳିରେ ତାଙ୍କର ସ୍ବାଗତ କରାଯାଇ କେକ୍ କଟାଯାଇଥିଲା । ଏନେଇ ସୋସିଆଲ ମିଡିଆରେ ରାମ ଚରଣଙ୍କ ଜନ୍ମଦିନର ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା ।

ରାମ ଚରଣଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ରାମଚରଣ 2007 ମସିହାରେ ଚିରୁଥା ଫିଲ୍ମ ସହିତ ଟଲିଉଡରେ ଡେବ୍ୟୁ କରିଥିଲେ । ପରେ ମାଗଧିରା, ରଙ୍ଗସ୍ତାଲମ୍, ଏବଂ ଆରଆରଆର ଭଳି ଅନେକ ବ୍ଲକବଷ୍ଟର ଫିଲ୍ମରେ ଅଭିନୟ କରିଥିଲେ । ଯାହା ସଫଳ ହେବା ସହ ବେଶ ଲୋକପ୍ରିୟତା ହାସଲ କରିପାରିଥିଲେ ଅଭିନେତା । ଫିଲ୍ମ ଆରଆରଆରର ଐତିହାସିକ ସଫଳତା ପାଇଁ ସେ ଦେଶ ପାଇଁ ଗୌରବ ଆଣିବା ସହ ଗ୍ଲୋବାଲ ତାରକା ଭାବେ ସୁନାମ ଅର୍ଜନ କରିଛନ୍ତି । ତେବେ ଏହି ଫିଲ୍ମର ସଫଳତା ଭଳି ଆଗାମୀ ଫିଲ୍ମ ଗେମ ଚେଞ୍ଜର ମଧ୍ୟ ସଫଳ ହେବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.