ETV Bharat / entertainment

HBD Nick Jonas: 31 ବର୍ଷରେ ନିକ ଜୋନାସ, ସ୍ବାମୀଙ୍କୁ ଏପରି ଅନ୍ଦାଜରେ ଶୁଭେଚ୍ଛା ଜଣାଇଲେ ଦେଶୀ ଗାର୍ଲ

author img

By ETV Bharat Odisha Team

Published : Sep 17, 2023, 10:09 AM IST

31ବର୍ଷରେ ନିକ ଜୋନାସ, ସ୍ବାମୀଙ୍କୁ ଏପରି ଅନ୍ଦାଜରେ ବର୍ଥ ଡେ ୱିସ୍ କଲେ ପ୍ରିୟଙ୍କା
31ବର୍ଷରେ ନିକ ଜୋନାସ, ସ୍ବାମୀଙ୍କୁ ଏପରି ଅନ୍ଦାଜରେ ବର୍ଥ ଡେ ୱିସ୍ କଲେ ପ୍ରିୟଙ୍କା

ଗ୍ଲୋବାଲ୍ ତାରକା ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ ଜୋନାସ ଆଜି ତାଙ୍କ 31ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଦିନରେ ପ୍ରିୟଙ୍କା ସୋସିଆଲ ମିଡିଆରେ ଏକ ସ୍ପେଶା୍ଲ ପୋଷ୍ଟ ସେୟାର କରି ସ୍ବାମୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ,

ସ୍ବାମୀ ନିକଙ୍କୁ ବର୍ଥ ଡେ ୱିସ୍ କଲେ ପ୍ରିୟଙ୍କା
ସ୍ବାମୀ ନିକଙ୍କୁ ବର୍ଥ ଡେ ୱିସ୍ କଲେ ପ୍ରିୟଙ୍କା

ହାଇଦ୍ରାବାଦ: 31 ବର୍ଷ ବୟସରେ ପାଦ ଥାପିଲେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଜୋନାସଙ୍କ ସ୍ୱାମୀ ତଥା ଆମେରିକୀୟ ଗାୟକ ନିକ ଜୋନାସ । ସ୍ବାମୀଙ୍କ ଏହି ବିଶେଷ ଦିନକୁ ସେଲିବ୍ରେଟ କରିଛନ୍ତି ପ୍ରିୟଙ୍କା ଚୋପ୍ରା । ସୋସିଆଲ ମିଡିଆରେ ସେ ନିକ ଏବଂ ମାଲତୀଙ୍କ ସୁନ୍ଦର ଫଟୋ ପୋଷ୍ଟ ସେୟାର କରିସ୍ବାମୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ସେ ଏକ ସ୍ପେଶାଲ ନୋଟ୍ ମଧ୍ୟ ଲେଖିଛନ୍ତି।

ପ୍ରିୟଙ୍କା ନିଜ ଇନଷ୍ଟାଗ୍ରାମରେ ଅନେକ ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ସେ ନିକଙ୍କୁ କିସ୍ କରୁଥିବା ନଜର ଆସିଛନ୍ତି । ଆଉ ଗୋଟିଏ ଫଟୋରେ ନିକ ଗୋଲ୍ଫ ଖେଳୁଥିବା ଦେଖିବାକୁ ମିଳିଛି । ସେ ଫଟୋରେ ନିକ ତାଙ୍କ ଝିଅ ମାଲତୀଙ୍କୁ ଖାଇବାକୁ ଦେଉଥିବାର ନଜର ଆସିଛନ୍ତି । ସ୍ୱାମୀଙ୍କ ପାଇଁ ଏହି ପୋଷ୍ଟ ସେୟାର କରିବା ସହ ପ୍ରିୟଙ୍କା କ୍ୟାପସନରେ ଲେଖିଛନ୍ତି, 'ଯେଉଁ କାମ ମୋ ଦ୍ବାରା ସମ୍ଭବପର ଭାବିନଥିଲି ସେହି ସମସ୍ତ କାମ ପାଇଁ ତୁମେ ମୋତେ ପ୍ରେରଣା ଦେଇଛ । ତୁମ ସହ ସମୟ ବିତାଇବା । ମୋ ପାଇଁ କୌଣସି ସେଲିବ୍ରେସନ ଠାରୁ କମ ନୁହେଁ । ଏହା ମୋ ଜୀବନର ସବୁଠାରୁ ସୁନ୍ଦର ମୁହୂର୍ତ୍ତ ଅଟେ । ଆଇ ଲଭ୍ ୟୁ ବର୍ଥ ଡେ ବୟ, ମୁଁ ଆଶା କରେ ତୁମର ସମସ୍ତ ସ୍ୱପ୍ନ ସାକାର ହେଉ, ଜନ୍ମଦିନର ଶୁଭେଚ୍ଛା ।'

ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍ ମେଟ୍‌ ଗାଲା 2017ରେ ସାକ୍ଷାତ କରିଥିଲେ । ପରେ ଉଭୟ ଡେଟିଂ କରିବା ଆରମ୍ଭ କରିଥିଲେ । ପରେ ପ୍ରିୟଙ୍କା ଉଭୟ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ 2018ରେ ରାଜସ୍ଥାନର ଉମୈଦ ଭବନ ପ୍ୟାଲେସରେ ବିବାହ କରିଥିଲେ । ବର୍ତ୍ତମାନ ପ୍ରିୟଙ୍କା, ନିକ ଜୋନ୍ସଙ୍କ ସହ ବିବାହ ପରେ ଲଣ୍ଡନରେ ରହୁଛନ୍ତି । ପ୍ରିୟଙ୍କା ଏବଂ ନିକ୍‌ 2022 ମସିହାରେ ସରୋଗେସି ମାଧ୍ୟମରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଯାହାଙ୍କ ନାମ ମାଲତୀ ମ୍ୟାରୀ । ନିକ୍‌ ଏବଂ ପ୍ରିୟଙ୍କା ଏହାକୁ ନେଇ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଫ୍ୟାନ୍‌ କହିଲେ ନିକ୍‌ଙ୍କୁ ବିବାହ କରିବାକୁ ଚାହୁଁଥିଲି, ପ୍ରିୟଙ୍କା ଦେଲେ ଏମିତି ଜବାବ୍‌

ପ୍ରିୟଙ୍କାଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ,ସେ ରୁସୋ ବ୍ରଦର୍ସ ସିଟାଡେଲ୍ ଏବଂ ଲଭ୍ ଏଗେନରେ ଅଭିନୟ କରିଥିଲେ, ଯେଉଁଥିରେ ସେ ସାମ୍ ହ୍ୟୁଗେନ୍ ଏବଂ ସେଲିନ୍ ଡିଅନଙ୍କ ସହ ନଜର ଆସିଥିଲେ । 'ସିଟାଡେଲ୍'ରେ ସେ ହଲିଉଡ ଅଭିନେତା ରିଚାର୍ଡ ମ୍ୟାଡେନଙ୍କ ସହ ନଜର ଆସିଥିଲେ। ବର୍ତ୍ତମାନ ଜନ୍ ସିନା ଏବଂ ଇଡ୍ରିସ୍ ଏଲବାଙ୍କ ବିପକ୍ଷରେ ତାଙ୍କୁ ଆଗାମୀ ଫିଲ୍ମ ହେଡସ୍ ଅଫ୍ ଷ୍ଟେଟରେ ଦେଖିବାକୁ ମିଳିବ । ଏଥିସହ ବଲିଉଡ୍‌ରେ ସେ ଆଲିଆ ଭଟ୍ଟ ଏବଂ କ୍ୟାଟ୍ରିନା କୈଫଙ୍କ ସହ ଫରହାନ ଅଖତରଙ୍କ ଫିଲ୍ମ ଜି ଲେ ଜରାରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.