ETV Bharat / entertainment

ଫ୍ୟାନ୍‌ କହିଲେ ନିକ୍‌ଙ୍କୁ ବିବାହ କରିବାକୁ ଚାହୁଁଥିଲି, ପ୍ରିୟଙ୍କା ଦେଲେ ଏମିତି ଜବାବ୍‌

author img

By ETV Bharat Odisha Team

Published : Sep 11, 2023, 12:32 PM IST

ପ୍ରିୟଙ୍କା ଚୋପ୍ରା ଜୋନାସ୍ ବ୍ରଦର୍ସ କନସର୍ଟରେ ଯୋଗ ଦେଇଥିଲେ । କନସର୍ଟରେ ସେ ତାଙ୍କର ଅନେକ ପ୍ରଶଂସକଙ୍କ ସହ ସାକ୍ଷାତ ମଧ୍ୟ କରିଥିଲେ । ଏହି ସମୟରେ ଜଣେ ପ୍ରଶଂସକ କହିଛନ୍ତି ଯେ, ସେ ନିକ ଜୋନାସଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ଅଧିକ ପଢନ୍ତୁ

ପ୍ରିୟଙ୍କା ଚୋପ୍ରା
ପ୍ରିୟଙ୍କା ଚୋପ୍ରା

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନାସଙ୍କୁ ପାଓ୍ୱାରଫୁଲ କପଲ ଭାବେ ଗଣନା କରାଯାଏ । ତାଙ୍କର ଲୋକପ୍ରିୟତା ବିଶ୍ୱବ୍ୟାପୀ । ନିକ୍ ଜୋନାସଙ୍କ କନସର୍ଟରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ପ୍ରାୟତଃ ନଜର ଆସନ୍ତି । ଆମେରିକାର ଲସ୍ ଆଞ୍ଜେଲସରେ ଜୋନାସ୍ ବ୍ରଦର୍ସଙ୍କ ଏକ କନ୍ସର୍ଟ ଆୟୋଜିତ ହୋଇଥିଲା ଯେଉଁଠାରେ ପ୍ରିୟଙ୍କା ଚୋପ୍ରା ଉପସ୍ଥିତ ଥିଲେ । ଏଥର ସେ ନିକ ଜୋନାସଙ୍କ ଭାଇ ଫ୍ରାଙ୍କି ଜୋନାସଙ୍କ ସହ ଥିଲେ ।

ଉଲ୍ଲେଖନୀୟ ଯେ, ଜୋନାସ୍ ବ୍ରଦର୍ସ ଏବେ ବି ସେମାନଙ୍କର 'ଦି ଟୁର୍'ରେ ଅଛନ୍ତି । ସେଠାରୁ ପ୍ରିୟଙ୍କା ଚୋପ୍ରାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ସମୟରେ ପ୍ରିୟଙ୍କା ତାଙ୍କ ପ୍ରଶଂସକଙ୍କ ସହ କଥାବାର୍ତ୍ତା ହେଉଥିବାବେଳେ ଏକ ଭିଡିଓ ଭାଇରାଲ ହେଉଛି । ସେମାନଙ୍କ ମଧ୍ୟରୁ ଜଣେ ମହିଳା ଫ୍ୟାନ୍ସ କହିଛନ୍ତି ଯେ, ସେ ନିକ ଜୋନାସଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଏଥିରେ ଅଭିନେତ୍ରୀ ପୂରାପୂରି ବସ୍‌ ଲେଡି ପରି ଉତ୍ତର ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନିକ୍‌ ଜୋନାସ୍‌ଙ୍କ କନସର୍ଟ ଦେଖି କାନ୍ଦି ପକାଇଲେ ପ୍ରିୟଙ୍କା ଚୋପ୍ରା, ଭିଡିଓ ଭାଇରାଲ

ପ୍ରିୟଙ୍କାଙ୍କ ଭିଡିଓ ଭାଇରାଲ

କାର୍ଯ୍ୟକ୍ରମରେ ଜଣେ ମହିଳା ପ୍ରଶଂସକଙ୍କ ସହ ପ୍ରିୟଙ୍କାର ମୁହାଁମୁହିଁ ହୁଏ । ମହିଳା ଜଣକ ଭିଡିଓ ପ୍ରସ୍ତୁତ କରୁଥାନ୍ତି । ସେହି ସମୟରେ ପ୍ରଶଂସକ ପ୍ରିୟଙ୍କାଙ୍କୁ କହିଥିଲେ, 'ମୁଁ କହିବାକୁ ଚାହେଁ ଯେ ମୁଁ ପ୍ରକୃତରେ ଭାବିଥିଲି ଯେ ମୁଁ ନିକ ଜୋନାସଙ୍କୁ ବିବାହ କରିବି କିନ୍ତୁ ମୁଁ ଖୁସି ଯେ ତୁମେ କରିଛ।' ପ୍ରିୟଙ୍କା ହସି ହସି କୁହନ୍ତି, ମୁଁ ମଧ୍ୟ ଖୁସି ଯେ ମୁଁ ଏହା କରିଛି । ତା’ପରେ ମହିଳା କୁହନ୍ତି, ମୋତେ ଈର୍ଷା ହେଲା ।

ଏହା ମଧ୍ୟ ପଢନ୍ତୁ: କନସର୍ଟ ବେଳେ ମଞ୍ଚରେ ପଡିଗଲେ ନିକ ଜୋନାସ, ଭାଇରାଲ ହେଲା ଭିଡିଓ

ଅନ୍ୟ ଏକ ଭିଡିଓରେ, ଯେତେବେଳେ ପ୍ରିୟଙ୍କା ସ୍ଥାନ ଛାଡନ୍ତି, ଜଣେ ପ୍ରଶଂସକ ପଚାରନ୍ତି, 'ଆପଣ କେଉଁ ଅତର ବା ପରଫ୍ୟୁମ୍‌ ଲଗାନ୍ତି ?', ସେ ହସି ହସି କୁହନ୍ତି, 'ମୋ ଦେହ ଏମିତି ହିଁ ସବୁବେଳେ ବାସେ । ସମସ୍ତେ ତାଙ୍କ ଉତ୍ତର ଶୁଣି ହସି ହସି ବେଦମ୍‌ ହୋଇଗଲେ ।

ଫ୍ୟାନ୍ସ କହିଲେ ଫେବରେଟ୍‌ କପଲ୍‌

ଜଣେ ୟୁଜର ମନ୍ତବ୍ୟ ଦେଇ ଲେଖିଛନ୍ତି, 'ମୋର ପ୍ରିୟ ଦମ୍ପତି ପ୍ରିୟଙ୍କା ଏବଂ ନିକ୍‌ । ସେମାନେ ବିବାହିତ, ସେମାନଙ୍କୁ ଖୁସିରେ ରହିବାକୁ ଦିଅନ୍ତୁ । ଜଣେ ୟୁଜର କହିଛନ୍ତି, 'ପ୍ରିୟଙ୍କା ବହୁତ ସ୍ବିଟ୍‌ ଅଟନ୍ତି । ସେ ପ୍ରକୃତରେ ଜଣେ ବସ୍ ବେବ୍‌ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.