ETV Bharat / entertainment

ନିକ୍‌ ଜୋନାସ୍‌ଙ୍କ କନସର୍ଟ ଦେଖି କାନ୍ଦି ପକାଇଲେ ପ୍ରିୟଙ୍କା ଚୋପ୍ରା, ଭିଡିଓ ଭାଇରାଲ

author img

By

Published : Aug 13, 2023, 6:34 PM IST

ପ୍ରିୟଙ୍କା ଚୋପ୍ରା ଜୋନାସ୍ ବ୍ରଦର୍ସଙ୍କ NYC କନସର୍ଟରେ ଯୋଗ ଦେଇଥିଲେ । ଅଭିନେତ୍ରୀ ତାଙ୍କ ଗାୟକ ସ୍ବାମୀଙ୍କୁ ଚିଅରଅପ୍ କରିବାକୁ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ସମୟରେ ପ୍ରିୟଙ୍କା ସ୍ବାମୀ ନିକ ଏବଂ ତାଙ୍କ ଭାଇମାନଙ୍କ ଓପନିଂ ଆକ୍ଟ ଦେଖି ଭାବବିହ୍ବଳ ହୋଇଯାଇଥିଲେ । ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନଜର ପକାନ୍ତୁ ଭିଡିଓ ଉପରେ

ନିକ ଜୋନାସଙ୍କ କନସର୍ଟ ଦେଖି କାନ୍ଦି ପକାଇଲେ ପ୍ରିୟଙ୍କା ଚୋପ୍ରା, ଭିଡିଓ ଭାଇରାଲ
ନିକ ଜୋନାସଙ୍କ କନସର୍ଟ ଦେଖି କାନ୍ଦି ପକାଇଲେ ପ୍ରିୟଙ୍କା ଚୋପ୍ରା, ଭିଡିଓ ଭାଇରାଲ

ହାଇଦ୍ରାବାଦ: କ୍ୟୁଟ୍‌ କପଲଙ୍କ ମଧ୍ୟରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନାସ୍ଙ୍କ ଯୋଡ଼ି ଅନ୍ୟତମ । ସର୍ବଦା ଏହି ଦମ୍ପତି ଏକାଠି ନଜର ଆସୁଥିବା ବେଳେ ପରସ୍ପର ପ୍ରତି ଭଲପାଇବା ଦେଖାଇଥାନ୍ତି । ସୋସିଆଲ ମିଡିଆରେ ଉଭୟ ଅନେକ ଭିଡିଓ ଏବଂ ପୋଷ୍ଟ ସେୟାର କରି ପରସ୍ପର ପ୍ରତି ପ୍ରେମବ୍ୟକ୍ତ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ଉଭୟଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଜୋନାସ ବ୍ରଦର୍ସଙ୍କ ଏକ କନସର୍ଟରେ ପ୍ରିୟଙ୍କାଙ୍କୁ ଦେଖିବାକୁ ମିଳିଛି । ଏହି ସମୟରେ ସ୍ବାମୀ ନିକ୍‌ ଏବଂ ତାଙ୍କ ଭାଇମାନଙ୍କ ଓପନିଂ ପରଫର୍ରମାନ୍ସ ଦେଖି ପ୍ରିୟଙ୍କା ଭାବବିହ୍ବଳ ହୋଇଥିବା ଦେଖିବାକୁ ମିଳିଛି ।

ନ୍ୟୁୟର୍କରେ ଜୋନାସ୍ ବ୍ରଦର୍ସଙ୍କ କନସର୍ଟରେ ଯୋଗଦେଇଛନ୍ତି ପ୍ରିୟଙ୍କା । ଏହି ସମୟରେ ନିକ୍‌ଙ୍କ ସଂଗୀତକାର ଭାଇମାନଙ୍କ କନସର୍ଟରୁ ଅନେକ ଭିଡିଓ ଭାଇରାଲ ହୋଇଛି । ଏକ ଭାଇରାଲ୍ ଭିଡିଓରେ ଦର୍ଶକଙ୍କ ମଧ୍ୟରେ ପ୍ରିୟଙ୍କା ନିକ୍ ଏବଂ ତାଙ୍କ ଭାଇମାନଙ୍କ ଓପନିଂ ଆକ୍ଟ ଦେଖୁଥିବା ନଜର ଆସିଛନ୍ତି । ଇନ୍‌ ଷ୍ଟାଗ୍ରାମରେ ତାଙ୍କର ଜଣେ ପ୍ରଶଂସକ ସେୟାର କରିଥିବା ଆଉ ଏକ ଭିଡିଓରେ ପ୍ରିୟଙ୍କା କନସର୍ଟ ଦେଖି ଲୁହ ପୋଛିଥିବାର ନଜର ଆସିଛନ୍ତି। ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଛନ୍ତି।

ଏହା ମଧ୍ୟ ପଢନ୍ତୁ: ଦେଶୀ ଗର୍ଲ ଲୁକ୍‌ରେ ମାଳତୀ, କୁର୍ତ୍ତା ପାଇଜାମାରେ ଲାଗୁଛନ୍ତି କ୍ୟୁଟ୍‌

ଏହାପୂର୍ବରୁ, ପ୍ରିୟଙ୍କା ନିଜ ଇନଷ୍ଟାଷ୍ଟୋରୀରେ ନିକଙ୍କ କନସର୍ଟକୁ ନେଇ ଏକ ପୋଷ୍ଟ ସେୟାର କରି ଶୁଭେଚ୍ଛା ଜଣାଇଥିଲେ। ବ୍ୟାକ୍‌ଷ୍ଟେଜ୍‌ରୁ ତାଙ୍କ ଗାୟକ ସ୍ୱାମୀଙ୍କ ଏକ ଫଟୋ ସେୟାର କରି ପ୍ରିୟଙ୍କା ଲେଖିଛନ୍ତି, "ମାଇ ହାର୍ଟ । ତୁମ ପାଇଁ ଗର୍ବିତ@ ନିକ ଜୋନାସ୍ ।" ପ୍ରିୟଙ୍କା ଜୋନାସ୍ ବ୍ରଦର୍ସଙ୍କ NYC କନସର୍ଟରେ ଏକ ବ୍ଲାକ୍‌ ଆଉଟ୍‌ଫିଟ୍‌ରେ ଖୁବ ଗର୍ଜିସୟ ଲୁକ୍‌ରେ ନଜର ଆସିଥିଲେ ।

ପ୍ରିୟଙ୍କାଙ୍କ ୱାର୍କଫ୍ରଣ୍ଟ୍‌ କଥା କହିବାକୁ ଗଲେ, ପ୍ରିୟଙ୍କା ପରବର୍ତ୍ତୀ ସମୟରେ ହେଡସ୍ ଅଫ୍ ଷ୍ଟେଟ୍‌ରେ ଇଦ୍ରିସ୍ ଏଲ୍‌ବା ଏବଂ ଜନ୍ ସିନାଙ୍କ ସହ ସ୍କ୍ରିନ୍ ସେୟାର୍ କରିବେ । ଇଲିୟା ନାଇଶୁଲାରଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଜୋସ୍ ଆପେଲବାମ୍ ଏବଂ ଆଣ୍ଡ୍ରେ ନେମେକ୍ ଲେଖିଛନ୍ତି । ଏଥିସହ ସେ ଫର୍‌ହାନ ଅଖତରଙ୍କ ଜି ଲେ ଜରା ସହ ମଧ୍ୟ ବଲିଉଡକୁ ଫେରିବେ ପ୍ରିୟଙ୍କା । ଏହି ଫିଲ୍ମରେ ଆଲିଆ ଭଟ୍ଟ ଏବଂ କ୍ୟାଟ୍ରିନା କୈଫଙ୍କ ସହ ନଜର ଆସିବେ । ପ୍ରିୟଙ୍କା ଏହି ପ୍ରକଳ୍ପରୁ ବିଦାୟ ନେଇଥିବା କଥା ଶିରୋନାମାରେ ରହିଥିଲା । ତେବେ ପ୍ରିୟଙ୍କା ଏହି ଫିଲ୍ମରେ ନଜର ଆସିବେ କି ନାହିଁ ସେନେଇ ନିର୍ମାତା କୌଣସି ସୂଚନା ଦେଇନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.