ETV Bharat / entertainment

Salaar Trailer Out Date: ଦୀପାବଳିରେ ଦର୍ଶକଙ୍କୁ ନୂଆ ପୋଷ୍ଟର ଭେଟି, ଏହି ଦିନ ରିଲିଜ ହେବ ଟ୍ରେଲର

author img

By ETV Bharat Odisha Team

Published : Nov 12, 2023, 5:28 PM IST

Salaar Trailer Out Date
ଦର୍ଶକଙ୍କୁ ଆଉ ଏକ ପୋଷ୍ଟର ଭେଟି

ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସାଲାର: ପାର୍ଟ-୧'ର ପୋଷ୍ଟର ରିଲିଜ ହୋଇଛି । ଜାଣନ୍ତୁ କେବେ ରିଲିଜ ହେବ ଟ୍ରେଲର

ହାଇଦ୍ରାବାଦ: ଦୀପାବଳିକୁ ଅଧିକ ଖାସ କରିବାକୁ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସାଲାର: ପାର୍ଟ-୧'ର ପୋଷ୍ଟର ରିଲିଜ ହୋଇଛି । ଏହାସହ ଏହାର ଟ୍ରେଲର ରିଲିଜ ହେବାର ତାରିଖ ମଧ୍ୟ ଘୋଷଣା ହୋଇଛି । ଆସନ୍ତା ୧ ତାରିଖରେ ଏହାର ଟ୍ରେଲର ରିଲିଜ ହେବା ନେଇ ପୋଷ୍ଟରରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି । 'ସାଲାର' ଖୁବଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଥିବାବେଳେ ପୂର୍ବରୁ ଏହାର ଏକ ଟିଜର ରିଲିଜ ହୋଇଥିଲା । ବର୍ତ୍ତମାନ ଫିଲ୍ମ ରିଲିଜକୁ ନେଇ ଉତ୍ସାହିତ ରହିଛନ୍ତି ଫ୍ୟାନ୍ସ । ଏହାରି ଭିତରେ ଆଉ ଏକ ନୂଆ ପୋଷ୍ଟର ରିଲିଜ ସେୟାର କରି ଦୀପାବଳିରେ ପ୍ରଶଂସକମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ଚଳଚ୍ଚିତ୍ର ନିର୍ମାତା ।

ରିଲିଜ ହୋଇଥିବା ଏହି ନୂଆ ପୋଷ୍ଟରରେ ସୁପରଷ୍ଟାର ପ୍ରଭାସଙ୍କ ଏକ ଚମତ୍କାର ଆକ୍ସନ ଲୁକରେ ନଜର ଆସିଛନ୍ତି । ଏହା ସହିତ ସେ ଟ୍ରେଲର ରିଲିଜ୍ ହେବାର ଅଫିସିଆଲ ତାରିଖ ମଧ୍ୟ ଘୋଷଣା କରିଛନ୍ତି । ଆସନ୍ତା ୧ ତାରିଖ ସନ୍ଧ୍ୟା ୭ଟା ୧୯ରେ ରିଲିଜ ହେବାକୁ ଯାଉଛି 'ସାଲାର' ଟ୍ରେଲର । ଏହି ଚଳଚ୍ଚିତ୍ରଟି ତେଲୁଗୁ, କନ୍ନଡ, ମାଲାୟଲାମ, ତାମିଲ ଓ ହିନ୍ଦୀ ଭଳି ୫ଟି ଭାଷାରେ ପ୍ରଦର୍ଶନ ହେବ । ଏହା ଏକ ମେଗା-ଆକ୍ସନ ଫିଲ୍ମ ହୋଇଥିବାବେଳେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେବ ବୋଲି ଆଶା ରଖିଛନ୍ତି ଫିଲ୍ମ ନିର୍ମାତା । ଏଥିରେ ସୁପରଷ୍ଟାର ପ୍ରଭାସଙ୍କ ସହ ପ୍ରୀତିରାଜ ସୁକୁମାରନ୍, ଶ୍ରୁତି ହାସନ ଏବଂ ଜଗପତି ବାବୁଙ୍କ ପରି ଆଗଧାଡିର ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ ।

ଏହି ଚଳଚ୍ଚିତ୍ରଟି 'ହମ୍ବଲେ ଫିଲ୍ମସ' ଦ୍ବାରା ନିର୍ମିତ ହୋଇଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ । ତେବେ ଭାରତୀୟ ଚଳଚ୍ଚିତ୍ର ଜଗତର ଦୁଇ ପାୱାରଫୁଲ ପ୍ରଯୋଜକ ଏବଂ ଅଭିନେତାଙ୍କ କେମେଷ୍ଟ୍ରିରେ ନିର୍ମାଣ ହୋଇଥିବା ଫିଲ୍ମ 'ସାଲାର'କୁ ଅପେକ୍ଷା କରି ରହିଛନ୍ତି ଫ୍ୟାନ୍ସ । KGF ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ଏବଂ 'ବାହୁବଲୀର ତାରକା ପ୍ରଭାସଙ୍କ 'ସାଲାର' ଚଳଚ୍ଚିତ୍ର ବକ୍ସ ଅଫିସରେ କମାଲ କରିବ ବୋଲି ଆଶା ରହିଛି ।

ଏହା ବି ପଢନ୍ତୁ...Lal Salaam: ଦିୱାଲୀରେ ରଜନୀକାନ୍ତଙ୍କ ଫ୍ୟାନ୍ସଙ୍କୁ ଉପହାର, ରିଲିଜ ହେଲା ଲାଲ ସଲାମର ଟିଜର

ପୂର୍ବରୁ 'ହମ୍ବଲେ ଫିଲ୍ମସ' ର X( ଟ୍ବିଟର) ହ୍ୟାଣ୍ଡେଲରେ ପ୍ରଭାସଙ୍କ ଜନ୍ମଦିନରେ 'ସାଲାର'ର ପୋଷ୍ଟର ରିଲିଜ ହୋଇଥିଲା । ଯେଉଁଥିରେ ପ୍ରଭାସ ଭିନ୍ନ ଭିନ୍ନ ଲୁକରେ ନଜର ଆସିଥିଲେ । ବର୍ତ୍ତମାନ ଦୀପାବଳି ଅବସରରେ ଆଉ ଏକ ନୂଆ ପୋଷ୍ଟର ରିଲିଜ ସହ ଟ୍ରେଲର ରିଲିଜ ତାରିଖ ମଧ୍ୟ ଘୋଷଣା ସରିଛି । ତେବେ ଏହି ଦମଦାର ଟ୍ରେଲର ଦେଖିବା ପାଇଁ ଉତ୍ସାହିତ ରହିଛନ୍ତି ଦର୍ଶକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.