ETV Bharat / entertainment

Pathaan box office collection: ବକ୍ସ ଅଫିସରେ ପଠାନ ଧମାଲ,୯ ଦିନରେ ୭୦୦ କୋଟିରୁ ଅଧିକ ଆୟ

author img

By

Published : Feb 3, 2023, 9:34 AM IST

Pathaan box office collection
Pathaan box office collection

ବକ୍ସ ଅଫିସରେ ଧମାଲ ମଚାଉଛି ପଠାନ । ୯ ଦିନରେ ୭୦୦ କୋଟିରୁ ଅଧିକ ଆୟ କଲାଣି ଫିଲ୍ମ । ଅଧିକ ପଢନ୍ତୁ

ମୁମ୍ବାଇ: ସବୁଠି ଏବେ ପଠାନ କ୍ରେଜ । ଗୋଟିଏ ପରେ ଗୋଟିଏ ଫିଲ୍ମର ରେକର୍ଡ ଭାଙ୍ଗୁଛି ଶାହରୁଖଙ୍କ ଫିଲ୍ମ । ରିଲିଜ ପୂର୍ବରୁ ବିବାଦରେ ଫସିଥିବା ପଠାନ ବକ୍ସ ଅଫିସରେ ଧମାଲ କରୁଛି । ବଲିଉଡ ବାଦଶାହ କିଙ୍ଗଖାନ, ଦୀପିକା ପାଦୁକୋନ ଓ ଜନ୍ ଆବ୍ରାହମଙ୍କ ଅଭିନୀତ ଫିଲ୍ମ ବଲିଉଡର ବଡ ବଡ ଫିଲ୍ମକୁ ପଛରେ ପକାଇଛି । ୯ ଦିନ ଭିତରେ ଏହି ଆକ୍ସନ ଫିଲ୍ମ ବିଶ୍ବ ବଜାରରେ ୭୦୦ କୋଟିରୁ ଅଧିକ ରୋଜଗାର କରିଛି । ସେହିପରି କେବଳ ଭାରତରେ ଏହାର କଲେକ୍ସନ ପାଖାପାଖି ୪୦୦ କୋଟି ରହିଛି ।

୪ ବର୍ଷର ବ୍ୟବଧାନ ପରେ କିଙ୍ଗ ଖାନଙ୍କ ବଡ ପରଦାରେ ଏଣ୍ଟ୍ରିକୁ ଖୁବ୍ ପସନ୍ଦ କରୁଛନ୍ତି ଦର୍ଶକ । ୟସରାଜ୍ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ବ୍ଲକବଷ୍ଟର ମୁଭି ବକ୍ସ ଅଫିସରେ ନିଆଁ ଲଗାଇଛି । ଜାନୁୟାରୀ ୨୫ରେ ପଠାନ ଫିଲ୍ମ ରିଲିଜ ହୋଇଥିଲା । ଫିଲ୍ମ ଦେଖିବାକୁ ବିଭିନ୍ନ ହଲ୍‌ ଗୁଡିକ ସାମ୍ନାରେ ଦର୍ଶକଙ୍କ ପ୍ରବଳ ଭିଡ ଲାଗିଥିଲା । ପ୍ରଥମ ଦିନରେ ଘରୋଇ ବଜାରରେ ଏହା ୫୩.୨୫ କୋଟି ରୋଜଗାର କରିଥିଲା । ବିଶ୍ବ ବଜାରରେ ପ୍ରଥମ ଦିନର ଆୟ ଥିଲା ୧୦୬ କୋଟି । ସେହିପରି ଦ୍ବିତୀୟ ଦିନରେ ପଠାନ ମୋଟ ୧୧୩.୬ କୋଟି, ତୃତୀୟ ଦିନରେ ୯୦ କୋଟି ଓ ଚତୁର୍ଥ ଦିନରେ ୧୬୬ କୋଟି ଟଙ୍କା ରୋଜଗାର କରିଥିଲା । ନବମ ଦିନରେ ବିଶ୍ବବ୍ୟାପୀ ପଠାନ ଫିଲ୍ମ ଆୟ ୭୦୦ କୋଟି ଟଙ୍କା ଅତିକ୍ରମ କରିଛି । ଭାରତରେ ଫିଲ୍ମର ଆୟ ୩୬୫.୫ କୋଟି ରହିଛି ।

ଏହାମଧ୍ୟ ପଢନ୍ତୁ: ଟଲିଉଡ ଜଗତରୁ ପୁଣି ଆସିଲା ଦୁଃଖ ଖବର, ଆଉ ନାହାନ୍ତି ପ୍ରଖ୍ୟାତ ସିନେ ନିର୍ଦ୍ଦେଶକ କେ ବିଶ୍ବନାଥ

ପଠାନ ଫିଲ୍ମରେ ଦୀପିକା ପାଦୁକୋନ ଓ ଜନ ଆବ୍ରାହମଙ୍କୁ ପ୍ରଥମ ଥର ଏକାଠି ଦେଖିବାକୁ ମିଳିଛି । ସିଦ୍ଧାର୍ଥ ଆନନ୍ଦ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ୨୦୧୮ରେ ଫିଲ୍ମ 'ଜିରୋ' ପରେ ଶାହରୁଖ ଖାନ ପଠାନ ଜରିଆରେ ପୁଣି କମବ୍ୟାକ୍ କରିଛନ୍ତି । ଏଥିରେ କିଙ୍ଗଖାନର ଏଜେଣ୍ଟ ଭୂମିକାରେ ଅଭିନୟ କରିଛନ୍ତି । ଯାହାକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି । ତେବେ ଏହି ଫିଲ୍ମର ଟିଜର ଓ ବେଶରମ୍ ରଙ୍ଗ ଗୀତ ରିଲିଜ ପରେ ଦେଶବ୍ୟାପୀ ବିବାଦ ମୁଣ୍ଡ ଟେକିଥିଲା । ବିଭିନ୍ନ ସ୍ଥାନରେ ଫିଲ୍ମ ବ୍ୟାନ କରିବାକୁ ଦାବି ହୋଇଥିଲା । କିନ୍ତୁ ରିଲିଜ ପରେ ବକ୍ସ ଅଫିସରେ ରେକର୍ଡ ପରେ ରେକର୍ଡ ହାସଲ କରିଚାଲିଛି ପଠାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.