ETV Bharat / entertainment

ଟଲିଉଡ ଜଗତରୁ ପୁଣି ଆସିଲା ଦୁଃଖ ଖବର, ଆଉ ନାହାନ୍ତି ପ୍ରଖ୍ୟାତ ସିନେ ନିର୍ଦ୍ଦେଶକ କେ ବିଶ୍ବନାଥ

author img

By

Published : Feb 3, 2023, 8:01 AM IST

ପରଲୋକରେ କିମ୍ବଦନ୍ତୀ ନିର୍ଦ୍ଦେଶକ କାଶିନାଥୁନି ବିଶ୍ୱନାଥ । ଗୁରୁବାର ମଧ୍ୟରାତ୍ରରେ ଜୁବୁଲି ହିଲ୍ସ ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଅଧିକ ପଢନ୍ତୁ

K Vishwanath
K Vishwanath

ହାଇଦ୍ରାବାଦ: ତେଲୁଗୁ ଇନଷ୍ଟ୍ରିରୁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କାଲାଥାପାସଭି ନାମରେ ଜଣାଶୁଣା କିମ୍ବଦନ୍ତୀ ନିର୍ଦ୍ଦେଶକ କାଶିନାଥୁନି ବିଶ୍ୱନାଥଙ୍କ ମଧ୍ୟରାତ୍ରରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିବା ସୂଚନା ।

ସୂଚନାଅନୁସାରେ, ବାର୍ଦ୍ଧକ୍ୟ ଯୋଗୁଁ ସେ ଗୁରୁବାର ରାତିରେ ଅସୁସ୍ଥ ହୋଇପଡିଥିଲେ । ଫଳରେ ପରିବାର ଲୋକେ ତାଙ୍କୁ ଜୁବୁଲି ହିଲ୍ସ ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ମଧ୍ୟରାତ୍ରରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ହସ୍ପିଟାଲ ପକ୍ଷରୁ ଘୋଷଣା କରାଯାଇଛି । ବିଶ୍ବନାଥ ୧୯୩୦ ମସିହା ଫେବୃଆରୀ ମାସରେ ଆନ୍ଧ୍ରପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ । ତେବେ ସେ ତେଲୁଗୁ ସିନେମା ସହ ଅନେକ ସୁପରହିଟ ତାମିଲ ଏବଂ ହିନ୍ଦୀ ଫିଲ୍ମର ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି । ତେବେ ବିଶ୍ବନାଥଙ୍କ ଦେହାନ୍ତଙ୍କୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଦୁଃଖ ପ୍ରକାଶ କରିଛନ୍ତି ।

ବିଶ୍ବନାଥଙ୍କୁ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି: ତେଲୁଗୁ ଚଳଚ୍ଚିତ୍ର ଜଗତରେ ବିଶ୍ୱନାଥଙ୍କର ବହୁତ ଅବଦାନ ରହିଛି । ଏହି କାରଣରୁ ତାଙ୍କୁ କଳାତାପସ୍ୱୀ ମଧ୍ୟ କୁହାଯାଉଥିଲା । ବିଶ୍ୱନାଥଙ୍କୁ ୨୦୧୬ରେ ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ଦାଦାସାହେବ ଫାଲକେ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ତାଙ୍କର ଲମ୍ବା ଚଳଚ୍ଚିତ୍ର କ୍ୟାରିୟରରେ ସେ 5ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର, 10ଟି ଫିଲ୍ମଫେୟାର ପୁରସ୍କାର, ଦକ୍ଷିଣ ଏବଂ ହିନ୍ଦୀରେ ଫିଲ୍ମଫେୟାର ପୁରସ୍କାର ଏବଂ ରାଜ୍ୟ ନନ୍ଦୀ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ୧୯୯୨ ମସିହାରେ ତାଙ୍କୁ ପ୍ରଦ୍ମଶ୍ରୀ ଆଓ୍ବାର୍ଡ ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ କଳା କ୍ଷେତ୍ରରେ ସର୍ବଶ୍ରେଷ୍ଠ ଅବଦାନ ପାଇଁ ୧୯୯୨ ମସିହାରେ ଆନ୍ଧ୍ରପ୍ରଦେଶ ରାଜ୍ୟ ରଘୁପାଠୀ ଭେଙ୍କୟା ପୁରସ୍କାର ଏବଂ ନାଗରିକ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ମହାପ୍ରଭୁଙ୍କ ଦର୍ଶନ ପାଇ ନିଜକୁ ଭାଗ୍ୟବାନ ମନେ କରୁଛି: ଅନୁରାଧା ପୌଡଓ୍ବାଲ

ପ୍ରଥମେ ସେ ଏକ ଅଡିଓଗ୍ରାଫର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ୧୯୬୫ ମସିହାରୁ ଫିଲ୍ମ ଦୁନିଆରେ ପାଦ ଥାପିଥିବା ବେଳେ ନିଜର ୬୦ ବର୍ଷର କ୍ୟାରିୟର ଭିତରେ ସେ ପ୍ରାୟ ୫୩ ଗୋଟି ହିଟ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇଥିଲେ । ସେ ଆକ୍କିନେନି ନାଗେଶ୍ୱରା ରାଓଙ୍କ ଅଭିନୀତ ଆଟମା ଗୌରବମଙ୍କ ସହ ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରିଥିଲେ । ଏଥିପାଇଁ ତାଙ୍କୁ ନନ୍ଦି ପୁରସ୍କାର ପ୍ରଦାନ କରାଯାଇଥିଲା । ତାଙ୍କର ନିର୍ଦ୍ଦେଶକ ତଥା ଅଭିନିତ ଚଳଚ୍ଚିତ୍ର ସ୍ୱରାଭୀଷକମ୍, ପାଣ୍ଡୁରଙ୍ଗାଡୁ, ନରସିଂହ ନାଇଡୁ, ଲକ୍ଷ୍ମୀ ନରସିଂହ ଏବଂ ସେମାସିମହମ୍, କୁରୁଥିପୁନାଲ, କକ୍କାଇ ସିରାଗିନାଲା ଏବଂ ବାଗବାଥୀ ଆଜି ମଧ୍ୟ ଲୋକଙ୍କ ହୃଦୟରେ ରାଜ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.