ETV Bharat / entertainment

Parineeti Raghav Engagement: ଆଲୋକମାଳାରେ ଝଲସୁଛି ପରିଣୀତିଙ୍କ ଘର, ଶନିବାର ନିର୍ବନ୍ଧ

author img

By

Published : May 12, 2023, 11:09 AM IST

ଦମ୍ପତିଙ୍କ ନିର୍ବନ୍ଧ ପାଇଁ ଜୋରଦାର ପ୍ରସ୍ତୁତି! ଆଲେକମାଳାରେ ସଜିଲା ପରିଣୀତିଙ୍କ ଘର
ଦମ୍ପତିଙ୍କ ନିର୍ବନ୍ଧ ପାଇଁ ଜୋରଦାର ପ୍ରସ୍ତୁତି! ଆଲେକମାଳାରେ ସଜିଲା ପରିଣୀତିଙ୍କ ଘର

ରାଘବ ଚଢା ଏବଂ ପରିଣୀତି ଚୋପ୍ରାଙ୍କ ବିବାହକୁ ନେଇ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି । ଆସନ୍ତାକାଲି(ଶନିବାର) ଦିଲ୍ଲୀରେ ଉଭୟଙ୍କ ନିର୍ବନ୍ଧ ହେବାକୁ ଯାଉଛି । ଏହାରି ମଧ୍ୟରେ ବର୍ତ୍ତମାନ ନିର୍ବନ୍ଧ ସମାରୋହ ପୂର୍ବରୁ ଅଭିନେତ୍ରୀଙ୍କ ଘରକୁ ଆଲୋକମାଳାରେ ସଜାଯାଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ,

ମୁମ୍ବାଇ: ବଲିଉଡର ଚୁଲବୁଲି ଅଭିନେତ୍ରୀ ପରିଣୀତି ଚୋପ୍ରା ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢାଙ୍କ ସହ ସମ୍ପର୍କ ଖବର ପାଇଁ ଦୀର୍ଘ ଦିନ ଧରି ଶିରୋନାମାରେ ରହିଆସିଥିଲେ । ବିବାହ ଚର୍ଚ୍ଚା ମଧ୍ୟରେ ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଥିଲା । ଏବଂ ଉଭୟେ ଆସନ୍ତକାଲି ଅର୍ଥାତ୍ ମେ 13ରେ ନିର୍ବନ୍ଧ କରିବେ ବୋଲି ସୂଚନା ମିଳିଥିଲା । ଏହାରି ମଧ୍ୟରେ ବର୍ତ୍ତମାନ ଉଭୟଙ୍କ ନିର୍ବନ୍ଧ ପାଇଁ ଏହି ପରିଣୀତିଙ୍କ ମୁମ୍ବାଇ ସ୍ଥିତ ବାସଭବନକୁ ଆଲୋକମାଳାରେ ସଜାଯାଇଥିବା ଦେଖିବାକୁ ମିଳିଛି । ନିର୍ବନ୍ଧ ପୂର୍ବରୁ ଅଭିନେତ୍ରୀଙ୍କ ଘରର ଫଟୋ ଗୁଡ଼ିକ ଭାଇରାଲ ହେବାରେ ଲାଗିଛି । ସେପଟେ ପରିଣୀତି-ରାଘବଙ୍କ ନିର୍ବନ୍ଧ ଖବର ଶୁଣି ପ୍ରଶଂସକମାନେ ବେଶ ଉତ୍ସାହିତ ରହିଛନ୍ତି ।

ନିର୍ବନ୍ଧ ସମାରୋହ ପୂର୍ବରୁ ଆଲେକମାଳାରେ ସଜିଲା ପରିଣୀତିଙ୍କ ଘର
ନିର୍ବନ୍ଧ ସମାରୋହ ପୂର୍ବରୁ ଆଲେକମାଳାରେ ସଜିଲା ପରିଣୀତିଙ୍କ ଘର

ସୂଚନା ଅନୁସାରେ, ପରିଣୀତିଙ୍କ ବିଳାସପୂର୍ଣ୍ଣ ଘରର ଏକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଏହା ସ୍ପଷ୍ଟ ଜଣାପଡୁଛି ଯେ ପରିଣୀତିଙ୍କ ଘରେ ନିର୍ବନ୍ଧ ସମାରୋହର ପ୍ରସ୍ତୁତି ଆରମ୍ଭ ହୋଇଛି ଏବଂ ଘରର ବାହାରେ ମଧ୍ୟ ସୁନ୍ଦର ଚିକମିକ୍‌ ଆଲୋକମାଳାରେ ସଜ୍ଜିତ କରାଯାଇଛି । ପରିଣୀତିଙ୍କ ଘର ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଅବସ୍ଥିତ । ଏଥି ସହିତ ଅଭିନେତ୍ରୀଙ୍କ ଘରର ଏହି ଭିଡିଓ ଦେଖି ପ୍ରଶଂସକମାନେ ତାଙ୍କ ନିର୍ବନ୍ଧ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରି ଦେଇଛନ୍ତି ।

ସୂଚନା ଥାଉ କି, ପୂର୍ବରୁ ପରିଣୀତିଙ୍କ ବିବାହ ଆଉଟଫିଟ ବିଷୟରେ ଏକ ଖବର ସାମ୍ନାକୁ ଆସିଥିଲା ​। ଅଭିନେତ୍ରୀ ତାଙ୍କ ବିବାହରେ ପ୍ରସିଦ୍ଧ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ଦ୍ବାରା ନିର୍ମିତ ଆଉଟଫିଟ ପିନ୍ଧିବାକୁ ଯାଉଛନ୍ତି । ଏଥିପାଇଁ ଅଭିନେତ୍ରୀ ବାରମ୍ବାର ମନୀଷ ମଲହୋତ୍ରାଙ୍କ ଘରେ ମଧ୍ୟ ନଜର ଆସିଥିଲେ । କ୍ରମାଗତ ଦୁଇ ଦିନ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନରେ ଉଭୟ ଏକାଠି ନଜର ଆସିବା ପରେ ପରିଣୀତି ଏବଂ ରାଘବଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଲା । ଏହା ବ୍ୟତୀତ ଏହି ଦମ୍ପତି ମଧ୍ୟ ମୁମ୍ବାଇରୁ ଦିଲ୍ଲୀ ଯାତ୍ରା କରୁଥିବା ଦେଖିବାକୁ ମିଳିଥିଲା ।

ଏଥିସହ ଉଭୟ ଷ୍ଟାଡିୟମରେ ଆଇପିଏଲ ମ୍ୟାଚ୍ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । ଏଭଳି ବାରମ୍ବାର ଉଭୟଙ୍କୁ ଏକାଠି ସ୍ପଟ କରାଯାଇଥିବା ବେଳେ ଉଭୟଙ୍କ ବିବାହକୁ ନେଇ ଆଲୋଚନାରେ ରହିଥିଲେ । ବର୍ତ୍ତମାନ ପରିଣୀତି ଏବଂ ରାଘବଙ୍କ ନିର୍ବନ୍ଧର ଖବର ସାମ୍ନାକୁ ଆସିଛି । ଯାହାକୁ ଶୁଣି ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି ଏବଂ ସେମାନଙ୍କର ଫଟୋ ଦେଖିବାକୁ ଅପେକ୍ଷା କରିଛନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ, ରାଘବ-ପରିଣୀତିଙ୍କ ନିର୍ବନ୍ଧ ଆସନ୍ତାକାଲି (ମେ 13) ରେ ଦିଲ୍ଲୀରେ ଅନୁଷ୍ଠିତ ହେବ । ଏହି ସମାରୋହର ଦୁଇ ଦିନ ପୂର୍ବରୁ ଉଭୟ ଦିଲ୍ଲୀରେ ପହଞ୍ଚିଛନ୍ତି । ତେବେ ଉଭୟଙ୍କ ଏହି ବିଶେଷ ଦିନରେ ପ୍ରାୟ 150 ଅତିଥି ଯୋଗଦେବେ ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.