ETV Bharat / entertainment

Maadi Song Out: 'ଗରବା' ଗୀତ ସହ ନବରାତ୍ରୀର ଆରମ୍ଭ କଲେ ପ୍ରଧାନମନ୍ତ୍ରୀ, ଗରବୋ ଓ ମାଦି ଗୀତ ରିଲିଜ

author img

By ETV Bharat Odisha Team

Published : Oct 15, 2023, 3:08 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବରାତ୍ରୀଙ୍କ ଶୁଭ ଅବସରରେ ତାଙ୍କ ଦ୍ୱାରା ଲିଖିତ ନୂତନ ଗରବା ଗୀତ 'ମାଦି' ରିଲିଜ୍ କରିଛନ୍ତି । ସୋସିଆଲ ମିଆରେ ପିଏମ ଏହାକୁ ସେୟାର କରି ସୂଚନା ଦେଇଛନ୍ତି । ଦେଖନ୍ତୁ, ଏହି ଗୀତର ଝଲକ

'ଗରବା' ଗୀତ ସହ ନବରାତ୍ରୀର ଆରମ୍ଭ କଲେ ପିଏମ୍, ଗରବୋ ଏବଂ ମାଦି ଗୀତ ଆଉଟ୍
'ଗରବା' ଗୀତ ସହ ନବରାତ୍ରୀର ଆରମ୍ଭ କଲେ ପିଏମ୍, ଗରବୋ ଏବଂ ମାଦି ଗୀତ ଆଉଟ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ନବରାତ୍ରୀ ଅବସରରେ ତାଙ୍କ ଦ୍ୱାରା ଲିଖିତ 'ଗରବା' ଗୀତ ରିଲିଜ କରିଛନ୍ତି । ଏହି ଶୁଭ ଅବସରରେ ସେ ଏକ୍ସରେ ଏକ ପୋଷ୍ଟ ସେୟାର କରି ଦେଶବାସୀଙ୍କୁ ନବରାତ୍ରୀର ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ସୁଖ ଏବଂ ସମୃଦ୍ଧି କାମନା କରିଛନ୍ତି । ଏଥିସହ ସେ ଗରବା ଭିଡିଓର ୟୁଟ୍ୟୁବ ଲିଙ୍କ ମଧ୍ୟ ସେୟାର କରିଛନ୍ତି ।

  • " class="align-text-top noRightClick twitterSection" data="">

ଆଜି ଅର୍ଥାତ୍ ଅକ୍ଟୋବର ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଲିଖିତ ଗରବା ଗୀତ ରିଲିଜ କରିଛନ୍ତି । ପିଏମ୍ ଏକ୍ସରେ ଏହି ଗୀତ ସେୟାର କରି କ୍ୟାପସନରେ ଲେଖିଛନ୍ତି, ନବରାତ୍ରୀ ଶୁଭ ଅବସରରେ ମୁଁ ଗତ ସପ୍ତାହରେ ଲେଖିଥିବା ଏକ ଗରବା ସେୟାର କରି ଖୁସି । ଉତ୍ସବର ଏହି ସ୍ୱର ସମସ୍ତଙ୍କୁ ଆକର୍ଷିତ କରୁ । ଏହି ଗରବାରେ ସ୍ୱର ଏବଂ ସଙ୍ଗୀତ ଦେଇଥିବାରୁ ମୁଁ ମିତ୍ ବ୍ରଦର୍ସ, ଦିବ୍ୟା କୁମାରଙ୍କୁ ଧନ୍ୟବାଦ ଦେଉଛି ।

  • Thank you @dhvanivinod, Tanishk Bagchi and the team of @Jjust_Music for this lovely rendition of a Garba I had penned years ago! It does bring back many memories. I have not written for many years now but I did manage to write a new Garba over the last few days, which I will… https://t.co/WAALGzAfnc

    — Narendra Modi (@narendramodi) October 14, 2023 " class="align-text-top noRightClick twitterSection" data=" ">

ଏଥିସହ ଲୋକଙ୍କୁ ନବରାତ୍ରୀ ଶୁଭେଚ୍ଛା ଜଣାଇ ମୋଦି 'ଏକ୍ସ'ରେ ଏକ ପୋଷ୍ଟରେ କହିଛନ୍ତି ଯେ ଶକ୍ତି ପ୍ରଦାୟିନୀ ମା' ଦୁର୍ଗା ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆଶୀର୍ବାଦ ପ୍ରଦାନ କରନ୍ତୁ । ତେବେ ଏହି ଗୀତଟିକୁ ଦିବ୍ୟା କୁମାର ଗାଇଛନ୍ତି । ଏବଂ ମିତ୍ ବ୍ରଦର୍ସ ମନମିତ ସିଂ ଏବଂ ହରମିତ ସିଂ ଏହି ଟ୍ରାକର ମ୍ୟୁଜିକ ରଚନା କରିଛନ୍ତି । ଗୀତ ବିଷୟରେ କହିବାକୁ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଗୀତ ଲେଖିଛନ୍ତି । ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ପ୍ରଧାନମନ୍ତ୍ରୀ ମୋଦି ନିଜର ଲେଖା ଦକ୍ଷତା ପ୍ରଦର୍ଶନ କରିଛନ୍ତି।

  • " class="align-text-top noRightClick twitterSection" data="">

ନବରାତ୍ରୀ ସମଗ୍ର ଦେଶରେ ସମ୍ମାନ ଓ ଭକ୍ତିଭାବରେ ପାଳନ କରାଯାଏ । ଏହା ପରେ ଦଶହରା ପର୍ବ ଆସେ । ବିଶେଷକରି ନବରାତ୍ରୀ ପର୍ବ ସମୟରେ ଗୁଜୁରାଟରେ ଗରବା ଦାଣ୍ଡିଆ ପରିବେଷଣ କରାଯାଏ । ଏହି ଅବସରରେ ଆଉ ଏକ ଗୀତ 'ଗରବୋ' ମଧ୍ୟ ରିଲିଜ ହୋଇଛି । ଯାହା ଗୁଜୁରାଟର ଗରବା ଉପରେ ପର୍ଯ୍ୟବେଶିତ । ନବରାତ୍ରୀର ଗୋଟିଏ ଦିନ ପୂର୍ବରୁ ଏହି ଗୀତ ରିଲିଜ ହୋଇଛି ।

  • As the auspicious Navratri dawns upon us, I am delighted to share a Garba penned by me during the past week. Let the festive rhythms embrace everyone!

    I thank @MeetBros, Divya Kumar for giving voice and music to this Garba.https://t.co/WqnlUFJTXm

    — Narendra Modi (@narendramodi) October 15, 2023 " class="align-text-top noRightClick twitterSection" data=" ">

ଗତ ଶନିବାର ଦିନ ଗାୟିକା ଧ୍ବନି ଭାନୁଶାଲୀ ପିଏମ ମୋଦିଙ୍କୁ ଟ୍ୟାଗ କରି ଏହି ଗୀତ ଏବଂ ଭିଡିଓ ସେୟାର କରିଥିଲେ । ଏବଂ ସେ ଲେଖିଥିଲେ, ପ୍ରିୟ ମୋଦୀ ଜୀ, ତନିସ୍କ ଭାଗଚୀ ଏବଂ ମୋତେ ଆପଣଙ୍କ ଦ୍ବାରା ଲିଖିତ ଗରବା ବହୁତ ପସନ୍ଦ ଆସିଲା । ଆମେ ଏକ ପ୍ରେସ ରାଇମ, କମ୍ପୋଜିସନ ଏବଂ ଫ୍ଲେଭର ସହ ଏହି ଗୀତ ତିଆରି କରିଛୁ । ଜେଜେଷ୍ଟ ମ୍ୟୁଜିକ ଆମକୁ ଏହି ଗୀତକୁ ନୂଆ ଜୀବନ ଦେବାରେ ସାହାଯ୍ୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନବରାତ୍ରୀର ଶୁଭେଚ୍ଛା ଜଣାଇଲେ ବ୍ରହ୍ମାସ୍ତ୍ର ଅଭିନେତ୍ରୀ ମୌନି ରୟ

ସେପଟେ ପିଏମ୍ ମୋଦି ମଧ୍ୟ ଧ୍ବନି ଭାନୁଶାଲାନୀଙ୍କ ଏହି ପୋଷ୍ଟରୁ ରିଟ୍ବିଟ କରି ଧନ୍ୟବାଦ ଦେଇ ଲେଖିଛନ୍ତି । ଧ୍ବନି, ତନିସ୍କ ବାଗଚି ଏବଂ ଜଷ୍ଟ ମ୍ୟୁଜିକର ଟିମକୁ ଧନ୍ୟବାଦ । ତୁମେ ମାନେ ଏହି ଗୀତ ଜରିଆରେ ପୁଣି ଅନେକ ସ୍ମୃତି ଫେରାଇ ଆଣିଛ । ଏହି ଗୀତକୁ ମୁଁ ବର୍ଷେ ପୂର୍ବରୁ ଲେଖିଥିଲି । ଏଥିସହ ସେ ଏହା ମଧ୍ୟ ଲେଖିଛନ୍ତି, ମୁଁ ଅନେକ ବର୍ଷ ଧରି ଲେଖି ନାହିଁ, କିନ୍ତୁ ଗତ କିଛି ଦିନ ମଧ୍ୟରେ ମୁଁ ଏକ ନୂତନ ଗରବା ଲେଖିବାରେ ସଫଳ ହେଲି, ଯାହା ମୁଁ ନବରାତ୍ରୀ ସମୟରେ ସେୟାର କରିବି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.