ETV Bharat / entertainment

ନବରାତ୍ରୀର ଶୁଭେଚ୍ଛା ଜଣାଇଲେ ବ୍ରହ୍ମାସ୍ତ୍ର ଅଭିନେତ୍ରୀ ମୌନି ରୟ

author img

By ETV Bharat Odisha Team

Published : Oct 15, 2023, 12:35 PM IST

Updated : Oct 15, 2023, 1:02 PM IST

ଅଭିନେତ୍ରୀ ମୌନି ରୟ ନିକଟରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ବଙ୍ଗାଳି ଡିଜାଇନ ଶାଢୀ ପିନ୍ଧିବା ସହ ନବରାତ୍ରୀର ଶୁଭକାମନା ଜଣାଇଛନ୍ତି । ଅଧିକ ପଢ଼ନ୍ତୁ

actress mouni roy
actress mouni roy

ମୁମ୍ବାଇ: ବ୍ରହ୍ମାସ୍ତ୍ର ଅଭିନେତ୍ରୀ ମୌନି ରୟ ନିକଟରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ନାଲି ବର୍ଡର ଥିବା ବଙ୍ଗାଳି ଷ୍ଟାଇଲର ଶାଢୀ ପିନ୍ଧିଛନ୍ତି । ଏହା ସହିତ ସେ କ୍ୟାପସନରେ 'ନୟନତାରା' ଲେଖିଥିବା ବେଳେ ମହାଳୟାର ଶୁଭେଚ୍ଛା ଜଣାଇଛନ୍ତି । ତେବେ ନୟନତାରା ତାଙ୍କ ନୂଆ ଓଟିଟି ୱେବ୍ ସିରିଜ୍ 'ସୁଲତାନ ଅଫ ଦିଲ୍ଲୀ'ର ମୌନିଙ୍କ ଚରିତ୍ରର ନାମ ।

ତେବେ ଗତକାଲି(ଶନିବାର) ମୌନି ସେୟାର କରିଥିବା ଫଟୋଗୁଡ଼ିକରେ ନି ଏକ ଲାଲ ବର୍ଡର ଥିବା ବଙ୍ଗାଳି ଷ୍ଟାଇଲର ଧଳା ରଙ୍ଗର ଶାଢୀ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଅଭିନେତ୍ରୀ ଏକ ପୁରୁଣା ସ୍ଥାନରେ ଏହି ଫଟୋ ଉଠାଇଥିବା ଜଣାପଡିଛି । ତେବେ ସେ ଏହି ଫଟୋଗୁଡ଼ିକୁ ହିନ୍ଦୀ କ୍ୟାପସନ୍ ସହିତ ସେୟାର କରିଥିଲେ । ସେ ଲେଖିଛନ୍ତି, 'ନୟନତାରା'। ଏଥିସହ ବଙ୍ଗାଳୀରେ 'ଶୁଭ ମହାଳୟା' ମଧ୍ୟ ଲେଖିଛନ୍ତି ।

ଏହି ଫଟୋରେ ତାଙ୍କ ଘନିଷ୍ଠ ବନ୍ଧୁ ଦିଶା ପଟାନୀ ଲାଇକ କରିଛନ୍ତି । ଦିଶା ମୌନିଙ୍କ ଏହି ଫଟୋରେ କମେଣ୍ଟ ଦେଇ ଲେଖିଛନ୍ତି 'ବହୁତ ସୁନ୍ଦର' । ସେହିପରି ଟିଭି ଷ୍ଟାର ଆଶକା ଗୌରାଡିଆ ହାର୍ଟ ଇମୋଜି ସହିତ 'ସୁନ୍ଦର' ଲେଖଇଥିଲେ । ମୌନି ନିକଟରେ ତାଙ୍କ ବିଏଫ୍ଏଫ୍ ଦିଶା ପାଟାନୀଙ୍କ ସହ କତାରର ଦୋହା ଅଭିମୁଖେ ଯାତ୍ରା କରିଛନ୍ତି । କତାର ଗ୍ରାଣ୍ଡ ପ୍ରି'କୁ ଉପଭୋଗ କରିବା ସହିତ ଦୁହେଁ ବହୁତ ମଜା କରିଥିଲେ । ଦିଶା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ମୋଣ୍ଟେଜ୍ ଭିଡିଓ ମଧ୍ୟ ସେୟାର କରିଥିଲେ । ଯେଉଁଥିରେ ତାଙ୍କ ଛୁଟି ଦିନରେ ସ୍ୱାଦିଷ୍ଟ ଖାଦ୍ୟ ଏବଂ ମଜା କରୁଥିବାର ଝଲକ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ- Khatron Ke Khiladi 13: ସିଜିନର ବିଜେତା ହେଲେ ରାପର ଡିନୋ ଜେମ୍ସ

ସେହିପରି ଏହି କ୍ଲିପ୍‌ରେ ମୌନି ଏବଂ ଦିଶା ସମୁଦ୍ର କୂଳରେ ମଜା କରୁଥିବା ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ଦିଶା ପାଟାନୀଙ୍କ ଏକ ଇନଷ୍ଟାଗ୍ରାମ ଫ୍ୟାନ୍ ପେଜ୍ ମୌନି ରୟଙ୍କ ସହ ତାଙ୍କର ଦୁଇଟି ଭିଡିଓ ସେୟାର କରିଥିଲେ। ଦୋହା ସମୁଦ୍ରକୂଳରେ ଏକ ଫଟୋସୁଟ ସମୟରେ ଏହି ଫଟୋଗୁଡ଼ିକ କ୍ଲିକ୍ କରାଯାଇଥିଲା । ମୌନି ରଏଙ୍କ ' ସୁଲତାନ ଅଫ ଦିଲ୍ଲୀ' ଅକ୍ଟୋବର 13 ରେ ଡିଜନି ପ୍ଲସ୍‌ ହଟଷ୍ଟାର୍‌ରେ ପ୍ରିମିୟର ହୋଇଥିଲା । ଏହି ଅଭିନେତ୍ରୀ ମିଲନ ଲୁଥ୍ରିଆଙ୍କ ଆକ୍ସନ୍ ସିରିଜରେ କାବେରୀ ନୃତ୍ୟଶିଳ୍ପୀ ଭୂମିକାରେ ଅଭିନୟ କରୁଛନ୍ତି । ମୌନିଙ୍କ ବ୍ୟତୀତ ଏହି ସିରିଜ୍‌ରେ ତାହିର ରାଜ ଭାସିନ, ଅନୁପ୍ରିୟା ଗୋଏଙ୍କା, ବିନୟ ପୈଠକ ଏବଂ ଅଞ୍ଜୁ ଶର୍ମା ମଧ୍ୟ ଅଭିନୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 15, 2023, 1:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.