ETV Bharat / entertainment

ଗର୍ଲଫ୍ରେଣ୍ଡ ସବାଙ୍କ ସହ ଲିଭ ଇନ୍‌ରେ ରହିବେ ହ୍ରିତିକ ରୋଶନ ! ନୂଆ ଘରେ ଖର୍ଚ୍ଚ କଲେ 100 କୋଟି

author img

By

Published : Nov 18, 2022, 6:59 PM IST

ଗର୍ଲଫ୍ରେଣ୍ଡ ସବାଙ୍କ ସହ ଲିଭ ଇନ୍‌ରେ ରହିବେ ହ୍ରିତିକ ରୋଶନ । ମୁମ୍ବାଇରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଦେଖିଛନ୍ତି । ଏହି ଆପାର୍ଟମେଣ୍ଟ ପାଇଁ ସେମାନେ 100 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଅଧିକ ପଢନ୍ତୁ

ଗର୍ଲଫ୍ରେଣ୍ଡ ସବାଙ୍କ ସହ ଲିଭ ଇନ୍‌ରେ ରହିବେ ହ୍ରିତିକ ରୋଶନ !
ଗର୍ଲଫ୍ରେଣ୍ଡ ସବାଙ୍କ ସହ ଲିଭ ଇନ୍‌ରେ ରହିବେ ହ୍ରିତିକ ରୋଶନ !

ହାଇଦ୍ରାବାଦ: ବଲିଉଡ ଅଭିନେତା ହ୍ରିତିକ ରୋଶନ ଆଜିକାଲି ସବା ଆଜାଦଙ୍କୁ ଡେଟ କରୁଛନ୍ତି । ହ୍ରିତିକ ଏବଂ ସବା ସେମାନଙ୍କର ସମ୍ପର୍କକୁ ସ୍ବୀକାର କରିସାରିଛନ୍ତି । ଉଭୟ ପ୍ରାୟତଃ ପରସ୍ପର ସହିତ କ୍ବାଲିଟି ଟାଇମ୍‌ ବିତାଉଥିବାର ଦେଖାଯାଉଛି । କେବଳ ଏତିକି ନୁହେଁ, ସବା ଆଜାଦ ମଧ୍ୟ ତାଙ୍କ ପ୍ରେମିକ ହ୍ରିତିକ ରୋଶନଙ୍କ ସହ ବଲିଉଡ ଇଭେଣ୍ଟ ଏବଂ ପାର୍ଟିରେ ନଜର ଆସିଛନ୍ତି । କିନ୍ତୁ ବର୍ତ୍ତମାନ ହ୍ରିତିକ ରୋଶନ ସେମାନଙ୍କ ସମ୍ପର୍କକୁ ଆହୁରି ଆଗକୁ ନେଉଛନ୍ତି । ହ୍ରିତିକ ରୋଶନ ତାଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦଙ୍କ ସହ ରହିବାକୁ ଯୋଜନା କରୁଛନ୍ତି । ଯେଉଁଥିପାଇଁ ସେ ଏକ ଆପାର୍ଟମେଣ୍ଟ ମଧ୍ୟ ଦେଖିଛନ୍ତି, ଯାହାର ମୂଲ୍ୟ 100 କୋଟି ଟଙ୍କା ।

ଏକ ଗଣମାଧ୍ୟମ ରିପୋର୍ଟ ସାମ୍ନାକୁ ଆସିଛି ଯେ, ହ୍ରିତିକ ଏବଂ ସବା ଏକ ଲିଭ-ଇନ୍ ସମ୍ପର୍କରେ ରହିବାକୁ ପ୍ରସ୍ତୁତ ହେଉଛନ୍ତି । ମୁମ୍ବାଇରେ ଉଭୟ ନିଜ ପାଇଁ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଦେଖିଛନ୍ତି, ଯେଉଁଥିରେ ସେମାନେ ଏକାଠି ରହିବେ । ରିପୋର୍ଟ ଅନୁଯାୟୀ, ହ୍ରିତିକ ରୋଶନଙ୍କ ଘନିଷ୍ଠ ବନ୍ଧୁ କହିଛନ୍ତି ଯେ, ସେ ତାଙ୍କ ଲେଡିଲଭ୍‌ ସବା ଆଜାଦଙ୍କ ସହ ରହିବା ପାଇଁ ଦୀର୍ଘ ଦିନରୁ ଚିନ୍ତା କରୁଛନ୍ତି । ଏହି ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ସବା ଏବଂ ହ୍ରିତିକ ମୁମ୍ବାଇର 'ମନ୍ନତ' ନାମକ ଏକ ବିଲ୍ଡିଂରେ ଏକ ଆପାର୍ଟମେଣ୍ଟରେ ରହିବେ। ତାଙ୍କ ଆପାର୍ଟମେଣ୍ଟର ନବୀକରଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି ।

ହ୍ରିତିକ ଏବଂ ସବାଙ୍କ ପାଇଁ ଏହି କୋଠାର ଶୀର୍ଷ ଦୁଇ ମହଲା ଆପାର୍ଟମେଣ୍ଟ ପ୍ରସ୍ତୁତ ହେଉଛି । ଆଶ୍ଚର୍ଯ୍ୟର କଥା ହେଉଛି ହ୍ରିତିକ ରୋଶନ ଏହି ଉଭୟ ଆପାର୍ଟମେଣ୍ଟ ପାଇଁ 100 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଏହି ଆପାର୍ଟମେଣ୍ଟ ଜୁହୁ ବର୍ସୋଭା ଲିଙ୍କ ରୋଡରେ ଅବସ୍ଥିତ ଏବଂ ହ୍ରିତିକ ଏହାକୁ 97.50 କୋଟିରେ କିଣିଛନ୍ତି । ଏହି ଦୁଇ ଆପାର୍ଟମେଣ୍ଟ 15 ଏବଂ 16 ମହଲାରେ ଅଛି, ଯାହା 38 ହଜାର ବର୍ଗଫୁଟ ଉପରେ ବିସ୍ତାର ହୋଇଛି । ହ୍ରିତିକ 67.50 କୋଟି ଟଙ୍କା ଦେଇ 15 ମହଲାରେ ଅବସ୍ଥିତ ଆପାର୍ଟମେଣ୍ଟ କିଣିଥିଲେ । ଏହି ସମୟରେ ସେ ଦ୍ୱିତୀୟ ଆପାର୍ଟମେଣ୍ଟରେ ପ୍ରାୟ 30 କୋଟି ଖର୍ଚ୍ଚ କରିଛନ୍ତି ।

ୱାର୍କ ଫ୍ରଣ୍ଟ ବିଷୟରେ କଥାବାର୍ତ୍ତା କରିବା ତ, ହ୍ରିତିକ ରୋଶନଙ୍କୁ ଶେଷ ଥର ପାଇଁ 'ବିକ୍ରମ ବେଦା'ରେ ଦେଖିବାକୁ ମିଳିଥିଲା ​​। ଯେଉଁଥିରେ ସୈଫ ଅଲି ଖାନ ମଧ୍ୟ ହ୍ରିତିକଙ୍କ ସହ ଥିଲେ । ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା । ଏବେ ଅଭିନାତାଙ୍କୁ 'ଫାଇଟର୍'ରେ ଦେଖିବାକୁ ମିଳିବ । ଦୀପିକା ପାଦୁକୋନ ଏହି ଚଳଚ୍ଚିତ୍ରରେ ହ୍ରିତିକଙ୍କ ସହ ସ୍କ୍ରିନ୍ ସେୟାର କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.