ETV Bharat / entertainment

Saba Azad Birthday: ପ୍ରେମିକାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ହ୍ରିତିକ, ସେୟାର କଲେ ସ୍ପେଶାଲ ନୋଟ୍

author img

By ETV Bharat Odisha Team

Published : Nov 1, 2023, 3:01 PM IST

ସବା ଆଜାଦ ଆଜି ତାଙ୍କ ୩୮ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ହ୍ରିତିକ ରୋଶନ ନିଜ ପ୍ରେମିକାଙ୍କୁ ଖାସ ଅନ୍ଦାଜରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

ପ୍ରେମିକାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ହ୍ରିତିକ, ସେୟାର କଲେ ସ୍ପେଶାଲ ନୋଟ୍
ପ୍ରେମିକାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ହ୍ରିତିକ, ସେୟାର କଲେ ସ୍ପେଶାଲ ନୋଟ୍

ହାଇଦ୍ରାବାଦ: ନିଜ ଗାର୍ଲଫ୍ରେଣ୍ଡ ସବା ଆଜାଦଙ୍କ ସହ ଡେଟିଂ ନେଇ ସର୍ବଦା ରହିଆସୁଛନ୍ତି ବଲିଉଡ ଅଭିନେତା ହ୍ରିତିକ ରୋଶନ । ଆଜି ସବାଙ୍କ ୩୮ତମ ଜନ୍ମଦିନ । ଏହି ଅବସରରେ ହ୍ରିତିକ ସୋସିଆଲ ମିଡିଆରେ ସ୍ପେଶାଲ ପୋଷ୍ଟ ସେୟାର କରି ପ୍ରେମିକାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।

ହ୍ରିତିକ ନିଜ ଇନଷ୍ଟାଗ୍ରାମରେ ପ୍ରେମିକା ସବାଙ୍କ ଜନ୍ମଦିନରେ ଏକ ପୋଷ୍ଟ ସେୟାର କରିଛନ୍ତି । ଫଟୋରେ ଏକ ଘର ଆଗରେ ସବା ଏବଂ ହ୍ରିତିକଙ୍କ ହାତ ଧରି ବସିଥିବାର ନଜର ଆସିଛନ୍ତି । ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ଆମେ ସମସ୍ତେ ସେହି ସ୍ଥାନ ଖୋଜୁ ଯେଉଁଠି ପ୍ରେରଣା ଏବଂ ସୁରକ୍ଷା ଅନୁଭବ କରୁ । ଏହା ମୁଁ ତୁମ ସହ ସମାନ ଅନୁଭବ କରେ । ଘର ପରି ଅନୁଭବ କରେ । କୌଣସି ଜିନିଷରେ ଯାଦୁ କରିବା, ଏହା ମୁଁ ତୁମଠାରୁ ଶିଖିଛି । ତୁମେ ମୋ ସାଥୀରେ ରହିଥିବାରୁ ଧନ୍ୟବାଦ । ହାପି ବର୍ଥ ଡେ ମାଇ ଲଭ୍ ।

ସୂଚନା ଥାଉ କି, 2000ରେ ହ୍ରିତିକ ରୋଶନ ସୁଜାନ ଖାନଙ୍କୁ ବିବାହ କରିଥିଲେ । ୧୪ ବର୍ଷ ପରେ ଉଭୟ ବିଚ୍ଛେଦ ହେବାକୁ ନିଷ୍ପତ୍ତି ନେଲେ । ପରେ 2014ରେ ଉଭୟ ଛାଡପତ୍ର ଦେଇଥିଲେ । ଏମାନଙ୍କ ଦୁଇ ପୁଅ ହରେହାନ ଏବଂ ହରିଦାନ ରହିଛନ୍ତି । ବର୍ତ୍ତମାନ ଅଲଗା ହେବା ପରେ ଉଭୟ ନିଜ ନିଜ ଲାଇଫରେ ଆଗକୁ ବଢିଛନ୍ତି । ସୁଜାନ ଖାନ ବର୍ତ୍ତମାନ ଅଭିନେତା ଅର୍ସଲାନ ଗୋନିଙ୍କ ସହ ସମ୍ପର୍କରେ ଥିବା ବେଳେ ହ୍ରିତିକ ସବାଙ୍କୁ ଡେଟ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଟ୍ରୋଲକୁ ନେଇ ତାତିଲେ ସବା ଆଜାଦ, ଟ୍ରୋଲର୍ସଙ୍କୁ ଦେଲେ କଡା ଜବାବ

ସବାଙ୍କ ବିଷୟରେ କହିବାକୁ ଗଲେ, ସେ ଜଣେ ଗାୟିକା ଅଟନ୍ତି । ଏଥିସହ ସେ ଜଣେ ଅଭିନେତ୍ରୀ ମଧ୍ୟ । ସେ ଦିଲ କବାଡ ଏବଂ ୨୦୧୧ର ଫିଲ୍ମ ମୁଝସେ ଫ୍ରେଣ୍ଡଡସିପ କରୋଗି ଭଳି ଫିଲ୍ମରେ ଅଭିନୟ କରିଛନ୍ତି । ଏଥିସହ ସେ ୱେବସିରିଜ ଫିଲ୍ସ ଲାଇକ ଇସ୍କ, ରୋକେଟ ବଏସରେ ନଜର ଆସିଛନ୍ତି । ସେ ନିକଟରେ ଷ୍ଟ୍ରିମିଂ ହୋଇଥିବା ସିରିଜ ହୁଜ ୟୋର ଗାଇନିଂରେ ନଜର ଆସିଥିଲେ । ଏହା ଦର୍ଶକଙ୍କ ବେଶ ଭଲ ପ୍ରତିକ୍ରିୟା ମିଳୁଛି । ସେପଟେ ହ୍ରିତିକଙ୍କ କଥା କହିବାକୁ ଗଲେ, ସେ ଆଗାମୀ ଫିଲ୍ମ ଫାଇଟରରେ ନଜର ଆସିବେ । ଏହି ଫିଲ୍ମ ୨୦୨୪ ଜାନୁୟାରୀ ୨୬ରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.