ETV Bharat / entertainment

ଗାୟକ ରାହୁଲ ଜୈନଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ମାମଲା ରୁଜୁ

author img

By

Published : Aug 16, 2022, 7:29 AM IST

ଗାୟକ ରାହୁଲ ଜୈନଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ମାମଲା ରୁଜୁ
ଗାୟକ ରାହୁଲ ଜୈନଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ମାମଲା ରୁଜୁ

ସିଙ୍ଗର୍‌ ତଥା ମ୍ୟୁଜିକ୍‌ କମ୍ପୋଜର ରାହୁଲ ଜୈନଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ । ଜଣେ 30 ବର୍ଷୀୟା କଷ୍ଟ୍ୟମ୍‌ ଡିଜାଇନର ରାହୁଲଙ୍କ ବିରୋଧରେ ଏମିତି ଅଭିଯୋଗ ଆଣିଛନ୍ତି । ଅଧିକ ପଢନ୍ତୁ

ମୁମ୍ବାଇ: ସିଙ୍ଗର୍‌ ତଥା ମ୍ୟୁଜିକ୍‌ କମ୍ପୋଜର ରାହୁଲ ଜୈନଙ୍କ ନାଁରେ ସଙ୍ଗିନ ଅଭିଯୋଗ । ମୁମ୍ବାଇ ପୋଲିସର ଓଶିବାରା ଥାନାରେ ରାହୁଲ ଜୈନଙ୍କ ବିରୋଧରେ ଏକ ଦୁଷ୍କର୍ମ ମାମଲାରେ ଏଫଆଇଆର ପଞ୍ଜିକୃତ ହୋଇଛି । ଜଣେ 30 ବର୍ଷୀୟା କଷ୍ଟ୍ୟମ୍‌ ଡିଜାଇନର ରାହୁଲଙ୍କ ବିରୋଧରେ ଏମିତି ଅଭିଯୋଗ ଆଣିଛନ୍ତି । ମହିଳାଙ୍କ ଅଭିଯୋଗ ଅନୁଯାୟୀ, ରାହୁଲ ତାଙ୍କୁ ମୁମ୍ବାଇର ଆନ୍ଧେରି ଅଞ୍ଚଳରେ ଥିବା ତାଙ୍କ ଘରକୁ ଡାକି ଦୁଷ୍କର୍ମ କରିଥିଲେ । କୁହାଯାଉଛି ଯେ, ଏହି ଘଟଣା 2020 ଅଟେ, ଯେତେବେଳେ କଷ୍ଟ୍ୟମ୍‌ ଡିଜାଇନର କାମ ସଂପର୍କରେ ଜୈନଙ୍କ ଘରକୁ ଯାଇଥିଲେ ।

ଏହି ଅଭିଯୋଗ ପରେ ମୁମ୍ବାଇର ଓଶିବାରା ପୋଲିସ ଷ୍ଟେସନ ରାହୁଲ ଜୈନଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିଛି । ରିପୋର୍ଟରେ ଏହା ଜଣାପଡୁଛି ଯେ, ମହିଳା ରାହୁଲଙ୍କ ଘରେ ପହଞ୍ଚିବା ପରେ ସେ ତାଙ୍କୁ କିଛି ବାହାନା କରି ଶୋଇବା ଘରକୁ ନେଇଥିଲେ ଏବଂ ସେଠାରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ତେବେ ରାହୁଲଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା ପ୍ରଥମ ଘଟଣା ନୁହେଁ । ଗତ ବର୍ଷ ମଧ୍ୟ ରାହୁଲଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗ ଆଣିଥିବା ବଲିଉଡ ଗୀତିକାର ଯୌନ ନିର୍ଯାତନା ସହିତ ବାଧ୍ୟତାମୂଳକ ଗର୍ଭପାତ ଏବଂ ଧୋକା ଦେଇଥିବା ଅଭିଯୋଗରେ କହିଥିଲେ ।

MTV ସୋ'ରୁ ହୋଇଥିଲେ ଲୋକପ୍ରିୟ

2014ରେ ଯେତେବେଳେ ରାହୁଲ MTV ଆଲଫ୍ଟ ଷ୍ଟାର ସୋ’ରେ ଅଭିନୟ କରିଥିଲେ, ସେତେବେଳେ ସେ ଅଧିକ ଚର୍ଚ୍ଚାକୁ ଆସିଥିଲେ । ୱେବ୍ ସିରିଜ୍ ସ୍ପଟ୍ ଲାଇଟ୍ ପାଇଁ ସେ 'ତେରୀ ୟାଦ' (ଫିବର), 'ଆନେ ବାଲା କଲ' (1921) ଏବଂ ଓ୍ବେବ ସିରିଜ ସ୍ପଟଲାଇଟ୍‌ ପାଇଁ 'ଘର ସେ ନିକଲା', 'ନା ତୁମ୍ ରହୋ ନା ହମ୍' ଏବଂ 'ଚଲ୍ ଦିୟା' ଭଳି ଗୀତ ଗାଇଛନ୍ତି । ରାହୁଲ ମ୍ୟୁଜିକ୍‌ କମ୍ପୋଜର ଭାବରେ ମଧ୍ୟ କାମ କରିଛନ୍ତି । ସେ 'କାଗଜ' ଏବଂ 'ଝୁଠା କହିଁ କା' ଭଳି ଚଳଚ୍ଚିତ୍ର ଏବଂ କିଛି ୱେବ୍ ସିରିଜ୍ ପାଇଁ ଗୀତ କମ୍ପୋଜ କରିଛନ୍ତି ।

ରାହୁଲଙ୍କ ବୟାନ

ଏହି ଘଟଣାରେ ଏକ ଖବର କାଗଜକୁ ବୟାନ ଦେଇ ରାହୁଲ କହିଛନ୍ତି ଯେ, "ଏହି ମହିଳାଙ୍କୁ ଜାଣି ନାହାଁନ୍ତି, ସେ କଷ୍ଟ୍ୟମ୍‌ ଡିଜାଇନରଙ୍କ ଅଭିଯୋଗକୁ ନକଲି ଏବଂ ଭିତ୍ତିହୀନ । ପୂର୍ବରୁ ମଧ୍ୟ ଜଣେ ମହିଳା ମୋ ବିରୋଧରେ ଏପରି ଅଭିଯୋଗ କରିଥିଲେ କିନ୍ତୁ ମୋତେ ନ୍ୟାୟ ମିଳିଥିଲା । ଏହି ମହିଳା ସେହି ମହିଳାଙ୍କର କୌଣସି ସାଥୀ ହୋଇପାରନ୍ତି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.