ETV Bharat / entertainment

ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟରେ ଆସୁଛି ସୁଧାର

author img

By

Published : Aug 13, 2022, 10:34 AM IST

ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ ଆସୁଛି ସୁଧାର, ସୂଚନା ଦେଲେ ପରିବାର ସଦସ୍ୟ
ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ ଆସୁଛି ସୁଧାର, ସୂଚନା ଦେଲେ ପରିବାର ସଦସ୍ୟ

ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁଛି । ଏନେଇ ରାଜୁ ଶ୍ରୀବାସ୍ତବଙ୍କ ପରିବାର ସଦସ୍ୟ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍‌ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଜଣାଶୁଣା ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ହୃଦଘାତରେ ପୀଡିତ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । 58 ବର୍ଷୀୟ ରାଜୁ ଶ୍ରୀବାସ୍ତବ ନୂଆଦିଲ୍ଲୀର AIIMS ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ସମୟରେ, ହାସ୍ୟ ଅଭିନେତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଏକ ବଡ ଅପଡେଟ୍‌ ସାମ୍ନାକୁ ଆସିଛି । ଖବର ଅନୁଯାୟୀ, ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁଛି । ତଥାପି, ସେ ଭେଣ୍ଟିଲେଟରରେ ଅଛନ୍ତି ଏବଂ ହୃଦଘାତ ଯୋଗୁ ତାଙ୍କ ମସ୍ତିଷ୍କ ଗଭୀର ଭାବେ ପ୍ରଭାବିତ ହୋଇଛି । ଏହି ସମୟରେ ରାଜୁ ଶ୍ରୀବାସ୍ତବଙ୍କ ପରିବାର ସଦସ୍ୟ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍‌ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି ।

ଏହାମଧ୍ୟ ପଢନ୍ତୁ,ଭେଣ୍ଟିଲେଟରରେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ, ଅବସ୍ଥା ଗୁରୁତର

ଏହା ସହିତ ସୋସିଆଲ ମିଡିଆରେ ଚାଲିଥିବା ଗୁଜବ ଉପରେ ମଧ୍ୟ ସେ ପ୍ରତିକ୍ରିୟା ଦେଇଛନ୍ତି । ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ଏକ ପୋଷ୍ଟ ମାଧ୍ୟମରେ ହାସ୍ୟ ଅଭିନେତାଙ୍କ ପରିବାର ସୂଚନା ଦେଇଛନ୍ତି ଯେ, ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି । ପରିବାର ପକ୍ଷରୁ ଜାରି ବିବୃତ୍ତିରେ ଏହା ଲେଖାଯାଇଛି ଯେ, ରାଜୁ ଶ୍ରୀବାସ୍ତବ ଜୀଙ୍କର ସ୍ୱାସ୍ଥ୍ୟ ସ୍ଥିର ରହିଛି । ଆମେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛୁ । ଡାକ୍ତର ଟିମ୍‌ ମଧ୍ୟ ସମ୍ପୂର୍ଣ୍ଣ ଦାୟିତ୍ବର ସହିତ ତାଙ୍କର ଯତ୍ନ ନେଉଛନ୍ତି । ଆପଣ ସମସ୍ତଙ୍କ ନିରନ୍ତର ଭଲପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ । ମିଥ୍ୟା ଖବର ଏବଂ ଗୁଜବ ପ୍ରତି ଧ୍ୟାନ ନଦେବାକୁ ମୁଁ ସମସ୍ତଙ୍କୁ ନିବେଦନ କରୁଛି । ଦୟାକରି ରାଜୁ ଶ୍ରୀବାସ୍ତବ ଜୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରନ୍ତୁ । ରାଜୁ ଶ୍ରୀବାସ୍ତବଙ୍କ ପରିବାର ।

ସୂଚନାଯୋଗ୍ୟ ଯେ, 10 ଅଗଷ୍ଟ ଅର୍ଥାତ୍ ବୁଧବାର ଦିନ ରାଜୁ ଶ୍ରୀବାସ୍ତବ ସକାଳେ ଜିମରେ ଓ୍ବାର୍କ ଆଉଟ୍‌ କରୁଥିଲେ। ସେ ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କଲେ ଏବଂ ସେ ତଳେ ପଡ଼ିଯାଇଥିଲେ । ପରେ ତାଙ୍କୁ ତୁରନ୍ତ AIIMS ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତର କହିଥିଲେ ଯେ ତାଙ୍କର ହୃଦଘାତ ହୋଇଛି। ସେବେଠାରୁ ପରିସ୍ଥିତି ଚିନ୍ତାଜନକ ରହିଆସିଛି। ତଥାପି, ସମସ୍ତେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.