ETV Bharat / entertainment

ଭେଣ୍ଟିଲେଟରରେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ, ଅବସ୍ଥା ଗୁରୁତର

author img

By

Published : Aug 11, 2022, 10:40 AM IST

ପ୍ରଖ୍ୟାତ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର । ହୃଦଘାତର ଶିକାର ହୋଇ ଗତକାଲିଠୁ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ଜଣାଶୁଣା ରାଜୁ ଶ୍ରୀବାସ୍ତବଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିବା ଜଣାଯାଇଛି । ଅଧିକ ପଢନ୍ତୁ

ଭେଣ୍ଟିଲେଟରରେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ, ଅବସ୍ଥା ଗୁରୁତର
ଭେଣ୍ଟିଲେଟରରେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ, ଅବସ୍ଥା ଗୁରୁତର

ହାଇଦ୍ରାବାଦ: ପ୍ରଖ୍ୟାତ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର । ହୃଦଘାତର ଶିକାର ହୋଇ ଗତକାଲିଠୁ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ଜଣାଶୁଣା ରାଜୁ ଶ୍ରୀବାସ୍ତବଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିବା ଜଣାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ପ୍ରଥମେ ଏମ୍ସର ଜରୁରୀକାଳୀନ ମେଡିସିନ ବିଭାଗ ଡାକ୍ତରୀ ଟିମ୍‌ ଦ୍ୱାରା ଚିକିତ୍ସିତ ହେଉଥିଲେ । ବର୍ତ୍ତମାନ ରାଜୁ ଶ୍ରୀବାସ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସିସିୟୁ (Cardiac Care Unit)ରେ ଭର୍ତ୍ତି କରାଯାଇଛି।

ଗତକାଲି ରାଜୁ ଶ୍ରୀବାସ୍ତଙ୍କ ଆଞ୍ଜିଓଗ୍ରାଫି ହୋଇଥିବା ବେଳେ ଧମନୀର ଏକ ବଡ଼ ଅଂଶ ସମ୍ପୂର୍ଣ୍ଣ ବ୍ଳକ ହୋଇ ଯାଇଥିବା ଜଣାଯାଇଛି । ତେଣୁ ଅବସ୍ଥା ଏବେ ଗୁରୁତର ଅଛି । ଏନେଇ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ପାଇଛି ।

ଉତ୍ତରପ୍ରଦେଶ ଫିଲ୍ମ ବିକାଶ ପରିଷଦର ଚେୟାରମ୍ୟାନ ରାଜୁ ଶ୍ରୀବାସ୍ତବ ହୋଟେଲର ଜିମରେ ଓ୍ବାର୍କ ଆଉଟ୍‌ କରୁଥିଲେ । ସେ ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କଲେ ଏବଂ ସେ ତଳେ ପଡ଼ିଯାଇଥିଲେ । ଏହା ପରେ ରାଜୁ ଶ୍ରୀବାସ୍ତବଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ।

ଏହା ବି ପଢନ୍ତୁ: ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କୁ ହୃଦଘାତ, AIIMSରେ ଭର୍ତ୍ତି

ରାଜୁଙ୍କ PRO ଅଜିତ ସକ୍ସେନା କହିଛନ୍ତି ଯେ, ‘ହାସ୍ୟ ଅଭିନେତା ପାର୍ଟିର କିଛି ବିଶିଷ୍ଟ ରାଜନେତାଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ଥିଲେ । ସକାଳେ ଜିମରେ ଓ୍ବାର୍କ ଆଉଟ୍‌ କରୁଥିବା ସମୟରେ ତାଙ୍କୁ ହାର୍ଟ ଆଟାକ୍‌ ଆସିଥିଲା । ବର୍ତ୍ତମାନ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି’ ବୋଲି ସେ କହିଛନ୍ତି । ହାସ୍ୟ ଅଭିନେତାଙ୍କ ମଙ୍ଗଳ ପାଇଁ ସମସ୍ତ ପ୍ରଶଂସକଙ୍କୁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି ତାଙ୍କ ପିଆର୍‌ଓ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.