ETV Bharat / entertainment

ଇରା-ନୂପୁର ସଙ୍ଗୀତ ସେରିମନି; ଝିଅ ପାଇଁ ଗୀତ ଗାଇଲେ ଆମୀର ଓ କିରଣ

author img

By ETV Bharat Odisha Team

Published : Jan 10, 2024, 12:38 PM IST

Ira Nupur Sangeet: ଇରା ଖାନ ଏବଂ ନୂପୁର ଶିଖରେଙ୍କ ଉଦୟପୁରରେ ରାଜକୀୟ ଶୈଳୀରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହାରି ମଧ୍ୟରେ ଉଭୟଙ୍କ ସଙ୍ଗୀତ ସମାରୋହ ଆୟୋଜିତ ହୋଇଛି । ଯେଉଁଥିରେ ଆମୀର ଖାନ ପୂର୍ବ ପତ୍ନୀ କିରଣ ରାଓ ଏବଂ ଆଜାଦଙ୍କ ସହ ଗୀତ ଗାଇ ସମସ୍ତଙ୍କ ମନ ଜିତିଛନ୍ତି । ଅଧିକ ପଢନ୍ତୁ

ଇରା-ନୂପୁର ସଙ୍ଗୀତ ସେରମନି; ଆମୀର-କିରଣ-ଆଜାଦ ଗୀତ ଗାଇ ଜିତିଲେ ମନ
ଇରା-ନୂପୁର ସଙ୍ଗୀତ ସେରମନି; ଆମୀର-କିରଣ-ଆଜାଦ ଗୀତ ଗାଇ ଜିତିଲେ ମନ

ହାଇଦ୍ରାବାଦ: ବଲିଉଡ ସୁପରଷ୍ଟାର ଆମୀର ଖାନ ଏବଂ ତାଙ୍କର ପୂର୍ବତନ ପତ୍ନୀ ରୀନା ଦତ୍ତାଙ୍କ ଝିଅ ଇରା ଖାନଙ୍କ କୋର୍ଟ ମ୍ୟାରେଜ ପରେ ବର୍ତ୍ତମାନ ସେ ଉଦୟପୁରରେ ବୈଦିକ ରୀତିନୀତିରେ ନୂପୁର ଶିଖରେଙ୍କୁ ବିବାହ କରିବେ । ଏଥିପାଇଁ ପୁରା ପରିବାର ଉଦୟପୁରରେ ପ୍ରିୱେଡିଂ ସମାରୋହ ଧୁମଧାମରେ ପାଳନ କରୁଥିବା ଦେଖିବାକୁ ମିଳିଛି । ଯାହାର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହାରି ମଧ୍ୟରେ ଏବେ ଇରା-ନୂପୁରଙ୍କ ସଙ୍ଗୀତ ସେରିମନିର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଆମୀର ପୂର୍ବ ପତ୍ନୀ କିରଣ ରାଓ ଏବଂ ଆଜାଦଙ୍କ ସହ ନିଜ ଲାଡଲିଙ୍କ ପାଇଁ ସଙ୍ଗୀତ ପରିବେଷଣ କରୁଥିବା ନଜର ଆସିଛନ୍ତି ।

ଇରା ନୂପୁରଙ୍କ ସଙ୍ଗୀତ ସମାରୋହରେ ଆମୀର ଖାନ ତାଙ୍କ ପୂର୍ବ ପତ୍ନୀ କିରଣ ରାଓ ଏବଂ ପୁଅ ଆଜାଦଙ୍କ ସହ ଦମଦାର ଗୀତ ଗାଇଛନ୍ତି । ପାରମ୍ପରିକ ପୋଷାକରେ ୩ ଜଣ ଲାଡଲି ଇରାଙ୍କ ପାଇଁ 'ଆ ଚଲ କେ ତୁଝେ ଏବଂ ଏକ ପ୍ୟାର କା ନଗମା ହେ' ଗୀତ ଗାଇଥିଲେ । ଏଥିସହ ଆଜାଦ ଭଉଣୀଙ୍କ ପାଇଁ 'ଫୁଲ କୋ ତାରୋକା ସବକା କେହେନା ହେ' ଗୀତ ପରିବେଷଣ କରିଥିଲେ । ଏହି ଗୀତରେ ତାଙ୍କ ସହ କିରଣ ଏବଂ ଆମୀର ତାଳରେ ତାଳ ମିଳାଇଥିଲେ । ଏପରି ଗୀତ ଗାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଯାହାପରେ ପୁରା ପରିବାରର ଖୁବ ପ୍ରଶଂସା କରାଯାଉଛି ।

ଏହି ସମୟରେ ଇରା ମେରୁନ ରଙ୍ଗର ଆଉଟଫିଟରେ ନଜର ଆସିଥିବା ବେଳେ ନୂପୁରଙ୍କୁ ବ୍ଲାକ ରଙ୍ଗର ଶେରୱାନିରେ ଦେଖିବାକୁ ମିଳିଥିଲା । ଉଦୟପୁରରେ ଏହି ୩ ଦିନିଆ ବିବାହ ଉତ୍ସବକୁ ବେଶ ଉପଭୋଗ କରୁଛନ୍ତି ଇରା-ନୂପୁର ସମେତ ପୁରା ପରିବାର । ଉଭୟ ବିବାହ ସମାରୋହରେ ପାଇଜାମା ଥିମ ପାର୍ଟି, ମେହେନ୍ଦୀ ସେରମନି ଏବଂ ଫୁଟବଲ ମ୍ୟାଚ ମଧ୍ୟ ଆୟୋଜିତ ହୋଇଥିଲା । ଜାନୁଆରୀ ୮ରୁ ଉଦୟପୁରରେ ଏହି ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଆଜି ଏହା ଶେଷ ହେବାକୁ ଯାଉଛି । ରିପୋର୍ଟ ଅନୁସାରେ, ଆଜି ଅପରାହ୍ନ ୪ଟା ସମୟରେ ଉଦୟପୁରର ତାଜ ଅରବଲି ରିସର୍ଟରେ ଉଭୟ ମରାଠୀ ରୀତିନାତିରେ ବିବାହ କରିବେ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ୮ କିଲୋମିଟର କାହିଁକି ଜଗିଂ କରି ବିବାହରେ ପହଞ୍ଚିଥିଲେ ନୂପୁର, କଲେ ଖୁଲାସା

ଏହାପରେ ଆମୀର ଖାନ ବି-ଟାଉନ ସେଲିବ୍ରିଟିଙ୍କ ପାଇଁ ଏକ ଗ୍ରାଣ୍ଡ ରିସେପସନ ପାର୍ଟିର ଆୟୋଜନ କରିବେ । ଯାହା ଜାନୁଆରୀ ୧୩ରେ ମୁମ୍ବାଇରେ ଅନୁଷ୍ଠିତ ହେବ । ଆମୀର ଏହି ସମାରୋହ ପାଇଁ ଅମ୍ବାନୀ ପରିବାର ଠାରୁ ଆରମ୍ଭ କରି ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ବରିଷ୍ଠ ବ୍ୟକ୍ତିବିଶେଷଙ୍କୁ ନିୟନ୍ତ୍ରଣ କରିଥିବା ଜଣାପଡିଛି । ବିକେସି ଜିଓ ସେଣ୍ଟରରେ ରିସେପସନ ପାର୍ଟି ଆୟୋଜିତ ହେବାକୁ ଥିବାବେଳେ ଅନେକ ବଲିଉଡ ଏବଂ ରାଜନେତା ଯୋଗ ଦେବେ । ସଲମାନ ଖାନ, ଶାହାରୁଖ ଖାନ, ଅଜୟ ଦେବଗନ, ଅମିତାଭ ବଚ୍ଚନ, କରଣ ଜୋହର, ଅକ୍ଷୟ କୁମାର, କରୀନା କପୁର, ରାଜକୁମାର ହିରାନୀ, ଜୁହି ଚାୱଲାଙ୍କ ସମେତ ଆମୀରଙ୍କ ଅନେକ ସେଲିବ୍ରିଟି ବନ୍ଧୁ ଏବଂ ସହକର୍ମୀ ଇରା ନୂପୁରଙ୍କ ରିସେପସନରେ ସାମିଲ ହେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.