ETV Bharat / entertainment

୮ କିଲୋମିଟର କାହିଁକି ଜଗିଂ କରି ବିବାହରେ ପହଞ୍ଚିଥିଲେ ନୂପୁର, କଲେ ଖୁଲାସା

author img

By ETV Bharat Odisha Team

Published : Jan 8, 2024, 5:54 PM IST

Ira-Nupur's Register Marriage: ଇରା ଖାନ ନୂପୁର ଶିଖରେଙ୍କ ଉଦୟପୁରରେ ଆଜି ଗ୍ରାଣ୍ଡ ସମାରୋହରେ ପଡିବ ହାତଗଣ୍ଠି । ଏହାରି ମଧ୍ୟରେ ବର୍ତ୍ତମାନ ନୂପୁର ରେଜିଷ୍ଟ୍ରି ବିବାହରେ କାହିଁକି ଜଗିଂ କରି ପହଞ୍ଚିଥିଲେ । ତାହାର ଖୁଲାସା କରିଛନ୍ତି । ଅଧିକ ପଢନ୍ତୁ

୮କିଲୋମିଟର କାହିଁକି ଜଗିଂ କରି ବିବାହରେ ପହଞ୍ଚିଥିଲେ ନୂପୁର, କଲେ ଖୁଲାସା
୮କିଲୋମିଟର କାହିଁକି ଜଗିଂ କରି ବିବାହରେ ପହଞ୍ଚିଥିଲେ ନୂପୁର, କଲେ ଖୁଲାସା

ହାଇଦ୍ରାବାଦ: ଆମୀର ଖାନଙ୍କ ଝିଅ ଇରା ଖାନ ନୂପୁର ଶିଖରେଙ୍କ ଆଜି ଉଦୟପୁରରେ ରୀତିନୀତିରେ ବିବାହ କରିବେ । ପୂର୍ବରୁ ଏହି ଦମ୍ପତି ଜାନୁଆରୀ ୩ରେ ରେଜିଷ୍ଟ୍ରି ବିବାହ କରିଥିଲେ । ଏହି ସମୟରେ ପୁରା ପରିବାର ସମେତ ବର ଏବଂ କନ୍ୟା ସାଧାରଣ ଲୁକରେ ନଜର ଆସିଥିଲେ । ଏପରିକି ଏହି ସମୟରେ ବରଙ୍କ ଲୁକ ଏବଂ ବରଯାତ୍ରୀ ନେବା ଷ୍ଟାଇଲ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ନୂପୁର ଶିଖରେ ୮ କିଲୋମିଟର ଜଗିଂ କରି ବରଯାତ୍ରୀ ସହ ରେଜିଷ୍ଟ୍ରି ବିବାହ ପାଇଁ ପହଞ୍ଚିଥିଲେ । ତେବେ ବର୍ତ୍ତମାନ ନୂପୁର କାହିଁକି ଏପରି କରିଥିଲେ ତାହାର ଖୁଲାସା କରିଛନ୍ତି ।

ଇରା ନୁପୁରଙ୍କ ୱେଡିଂ ପ୍ଲାନର ଉଭୟଙ୍କ ବିବାହର ମୁହୁର୍ତ୍ତକୁ ସେୟାର କରି ନୂପୁରଙ୍କ କାହିଁକି ଜଗିଂ କରି ବରଯାତ୍ରୀ ସହ ରେଜିଷ୍ଟ୍ରି ବିବାହ ପାଇଁ ପହଞ୍ଚିଥିଲେ । ତାହାର ଖୁଲାସା କରିଛନ୍ତି । ସେ ଏକ ଭିଡିଓ ସେୟାର କରି ନୂପୁରଙ୍କ ପ୍ରତିକ୍ରିୟା ଲେଖାଯାଇଛି । ସେ ଭିଡିଓରେ କହିଛନ୍ତି, ମୁଁ ମୋ ଘରୁ ଇରାଙ୍କ ଘରକୁ କାହିଁ କି ଦୌଡିଥିଲି । ଏହି ପଥ ସହ ମୋର ଏକ ବିଶେଷ ସଂଯୋଗ ରହିଛି । ଏକ ଭାବପ୍ରବଣ କାରଣ ରହିଛି । ଇରା ଖାନ ଏବଂ ନୂପୁରଙ୍କ ଯାତ୍ରା ଆରମ୍ଭ ହେବା ଠାରୁ ସ୍ବାମୀ ସ୍ତ୍ରୀ ହେବା ନିଷ୍ପତ୍ତି ନେଇଥିବାର ଏକ ସୁନ୍ଦର ଝଲକ । ତେବେ ଏହି ଭିଡିଓରେ ଉଭୟଙ୍କ ରେଜିଷ୍ଟ୍ରି ବିବାହର ପୁରା ଝଲକ ଦେଖିବାକୁ ମିଳିଛି ।

ସୂଚନା ଥାଉ କି, ଜାନୁଆରୀ ୩ରେ କୋର୍ଟ ମ୍ୟାରେଜ ପରେ ଇରା ଏବଂ ନୂପୁର ବର୍ତ୍ତମାନ ଏହି ଦମ୍ପତି ଉଦୟପୁରରେ ରୀତିନୀତିରେ ବିବାହ କରିବେ । ଆଜି ଏହି ଦମ୍ପତି ରାଜସ୍ଥାନର ଉଦୟପୁରରେ ଜାନୁଆରୀ ୮ରେ ବିବାହ କରିବାକୁ ଥିବାବେଳେ ଜାନୁଆରୀ ୧୩ରେ ମୁମ୍ବାଇରେ ଉଭୟଙ୍କ ଏକ ଗ୍ରାଣ୍ଡ ରିସ୍ପେସନ ପାର୍ଟି ଆୟୋଜିତ ହେବ । ଉଦୟପୁରରେ ୩ ଦିନିଆ ରାଜକୀୟ ବିବାହ ଉତ୍ସବରେ ପ୍ରାୟ ୨୦୦ରୁ ଅଧିକ ଲୋକ ସାମିଲ ହେବେ । ପରିବାର ସମେତ ସମସ୍ତ ଅତିଥି ସେଠାରେ ଉତ୍ସାହର ସହ ସେଲିବ୍ରେସନ କରୁଛନ୍ତି । ସେଠାରୁ ଅନେକ ଭିଡିଓ ଏବଂ ଫଟୋ ମଧ୍ୟ ସାମ୍ନାକୁ ଆସୁଛି ।

ଏହା ମଧ୍ୟ ପଢନ୍ତୁ: ସରିଲା ଆମୀର ଖାନଙ୍କ ଝିଅ ବାହାଘର; ହାଫ୍ ପ୍ୟାଣ୍ଟ ପିନ୍ଧି ଇରାଙ୍କୁ ବାହାହେଲେ ନୂପୁର

ନୂପୁର ଶିଖରଙ୍କ ବିଷୟରେ କହିବାକୁ ଗଲେ ସେ ବୃତ୍ତିରେ ଜଣେ ଫିଟନେସ୍ କୋଚ୍‌ ଅଟନ୍ତି । ଇରା ପୂର୍ବରୁ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ ଯେ, ସେ ଫିଟନେସ୍ କୋଚ୍‌ ନୂପୁରଙ୍କୁ ଭେଟିଥିଲେ ଏବଂ ତାଙ୍କ ପ୍ରେମରେ ପଡିଥିଲେ । ୧୭ ବର୍ଷ ବୟସରେ ସେ ତାଙ୍କୁ ତାଲିମ ଦେବା ଆରମ୍ଭ କରିଥିଲେ । ପରେ ଦୁହିଁଙ୍କ ଭିତରେ ଧୀରେ ଧୀରେ ବନ୍ଧୁତା ଆରମ୍ଭ ହୋଇ ଡେଟିଂ କରିଥିଲେ । ଏକ ଖେଳ ଆୟୋଜନ ସମୟରେ ନୂପୁର ଇରାଙ୍କୁ ପ୍ରପୋଜ କରିଥିଲେ । ଯାହାପରେ ସେ ହଁ କରିବା ସହ ଉଭୟ ବିବାହ ପାଇଁ ମନସ୍ଥ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.