ETV Bharat / crime

ହନିଟ୍ରାପରେ ପଡି 30 ଲକ୍ଷ ହରାଇଲେ ଓଡିଆ ଯୁବକ, ବନ୍ଧାହେଲା ନାଇଜେରିଆ ସାଇବର ଠକ

author img

By

Published : Aug 11, 2022, 2:31 PM IST

Updated : Aug 11, 2022, 3:40 PM IST

ଦିଲ୍ଲୀରୁ ନାଇଜେରିଆ ସାଇବର ଠକ ଗିରଫ
ଦିଲ୍ଲୀରୁ ନାଇଜେରିଆ ସାଇବର ଠକ ଗିରଫ

ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇ ସୋସିଆଲ ମିଡିଆରେ କରିଥିଲେ ବନ୍ଧୁତା ଓ ଲୁଟୁଥିଲେ ଲକ୍ଷଲକ୍ଷ ଟଙ୍କା । ଅଭିଯୋଗ ପରେ ନାଇଜେରିଆ ଠକକୁ ଦିଲ୍ଲୀରୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

ବାଲେଶ୍ବର: ସାଇବର ପୋଲିସ ପଞ୍ଝାରେ ନାଇଜେରିଆ ସାଇବର ଠକ । ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇ ସୋସିଆଲ ମିଡିଆରେ କରିଥିଲେ ବନ୍ଧୁତା ଓ ଲୁଟୁଥିଲେ ଲକ୍ଷଲକ୍ଷ ଟଙ୍କା । ଦିନକୁ ପ୍ରାୟ ୧୦୦ ଜଣଙ୍କୁ ପ୍ରେମ ଜାଲରେ ଫସାଇ ଲୁଟୁଥିଲା ଟଙ୍କା । ସାଇବର ଥାନାରେ(Balasore Cyber Police ) ଅଭିଯୋଗର ତିନି ମାସ ପରେ ନାଇଜେରିଆ ନାଗରିକ ସାମସନ ଏମିକେ ଏଲିକାଙ୍କୁ ବାନ୍ଧିଲା ପୋଲିସ । ସୂଚନା ଅନୁଯାୟୀ ବାଲେଶ୍ଵର ସହରର ବାଲିଆ ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏମିତି ଠକାମୀର ଶିକାର ହୋଇଥିଲେ । ଏନେଇ ସେ ସାଇବ ଥାନାରେ ଗତ ଏପ୍ରିଲ ମାସ 13 ତାରିଖରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ ସାଇବର ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଏକ ଭାରତୀୟ ନମ୍ବର ମିଳିବା ପରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା ସାଇବର ପୋଲିସ । ସେଠାରେ ଜଣେ ନାଇଜେରିଆ ନାଗରିକ ସାମସନ ଏମିକେ ଏଲିକାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଦୁଇଟି ମୋବାଇଲ, ଗୋଟିଏ ଲାପଟପ, ଅବଧି ସରିଥିବା ପାସପୋର୍ଟ ଆଦି ଜବତ କରାଯାଇଛି । ଏହାସହ ଉକ୍ତ ବ୍ୟକ୍ତିଙ୍କ 3ଟି ଆକାଉଣ୍ଟ ଫ୍ରିଜ କରାଯାଇଛି । ଯେଉଁଥିରେ ୬ ଲକ୍ଷ ଟଙ୍କା ରହିଥିବା ଜଣାପଡିଛି ।

ଦିଲ୍ଲୀରୁ ନାଇଜେରିଆ ସାଇବର ଠକ ଗିରଫ

ଏମିତି ଠକୁଥିଲା ଠକ

ପ୍ରଥମେ ଫେସବୁକ ଜରିଆରେ ବନ୍ଧୁତା ସ୍ଥାପନ କରି ହ୍ଵାଟ୍ସଆପ ନମ୍ବର ମାଗୁଥିଲା ସାଇବର ଠକ । ଏହାପରେ ନମ୍ବର ପାଇବା ପରେ ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇ ଚାଟିଂ କରୁଥିଲା । ଏମିତିକି ଲଣ୍ଡନରୁ ବନ୍ଧୁଙ୍କ ପାଇଁ ଦାମୀ ଜିନିଷ ଯେମିତି କି ରୋଲେକ୍ସ ଘଣ୍ଟା, ଆଇଫୋନ ଆଦି ପଠାଇବାର ପ୍ରତିଶ୍ରୁତି ଦେଉଥିଲେ । କିଛିଦିନ ମଧ୍ୟରେ ପୁଣି ଫୋନ କରି ସାମଗ୍ରୀ ଦିଲ୍ଲୀ ଏୟାରପୋର୍ଟରେ ଅଛି ଏବଂ ଠକମାନେ ନିଜକୁ ମହିଳା କଷ୍ଟମ ଅଫିସର ପରିଚୟ ଦେଇ କଷ୍ଟମ ଚାର୍ଜ ଦେବାପାଇଁ କହୁଥିଲେ ।

ବାଲେଶ୍ଵରର ବ୍ୟକ୍ତି ଜଣଙ୍କ ତାଙ୍କ କଥାରେ ରାଜି ହୋଇ ବିଭିନ୍ନ ସମୟରେ ବିଭିନ୍ନ ଆକାଉଣ୍ଟକୁ ସମୁଦାୟ 30 ଲକ୍ଷ ଟଙ୍କା ଦେବାପରେ ନିଜେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏହାପରେ ସେ ସାଇବର ଥାନାରେ ଗତ ଅପ୍ରେଲ ମାସ 13 ତାରିଖରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ସାଇବର ଥାନା ପୋଲିସ ତଦନ୍ତ ଆରମ୍ଭ କରି ଆଜି ଗିରଫ କରିଛି । ଉକ୍ତ ନାଇଜେରିଆ ବ୍ୟକ୍ତି ଜଣଙ୍କ ନିଜକୁ ସୁନ୍ଦରୀ ଯୁବତୀର ପରିଚୟ ଦେଇ ଦୈନିକ ପ୍ରାୟ 100 ଜଣ ଲୋକଙ୍କୁ ନିଜ ଜାଲରେ ଫସାଇ ଏମିତି ଠକୁଥିଲେ । ଲଣ୍ଡନରେ ରହି ସେଠାରୁ ଗିଫ୍ଟ ପଠାଇବାର ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଠକୁଥିଲେ ।

ଉକ୍ତ ନାଇଜେରିଆ ବ୍ୟକ୍ତି ଜଣଙ୍କ ଦିଲ୍ଲୀରେ ପ୍ରାୟ 8 ବର୍ଷ ହେବ ରହୁଥିବାବେଳେ, ଅନ୍ୟ କାହା ଇସାରାରେ ଲୋକଙ୍କୁ ଫୋନ କରୁଥିଲେ ଏବଂ ଠକୁଥିଲେ ଏ ବିଷୟରେ ସେ ଅଧିକ କିଛି ଜାଣିନଥିବା କହିଛନ୍ତି । ଏହି ଘଟଣାରେ ନାଇଜେରିଆ ବ୍ୟକ୍ତିଙ୍କ ସହ କିଛି ଭାରତୀୟ ମଧ୍ୟ ସାମିଲ ଥିବା ପୋଲିସ ସନ୍ଦେହ କରିଛି । ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।

Last Updated :Aug 11, 2022, 3:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.