ETV Bharat / crime

ଅନ୍ଧବିଶ୍ବାସର ବଶବର୍ତ୍ତି ହୋଇ ପିଶାଚିନୀ ପାଲଟିଲା ମାଆ, ପୁଅର ଜୀବନ ବଞ୍ଚାଇବାକୁ ଝିଅକୁ ହତ୍ୟା

author img

By

Published : Nov 6, 2022, 6:21 PM IST

ପୁଅର ଜୀବନ ବଞ୍ଚାଇବାକୁ ଝିଅକୁ ହତ୍ୟା
ପୁଅର ଜୀବନ ବଞ୍ଚାଇବାକୁ ଝିଅକୁ ହତ୍ୟା

ପୁଅର ଜୀବନ ବଞ୍ଚାଇବାକୁ ଝିଅକୁ ହତ୍ୟା । ଅନ୍ଧବିଶ୍ବାସର ବଶବର୍ତ୍ତି ହୋଇ ପିଶାଚିନୀ ପାଲଟି ଗଲା ଜନ୍ମଦାତ୍ରୀ । ବଡ ପୁଅର ଜୀବନ ବଞ୍ଚାଇବାକୁ ଯାଇ ସାନ ଝିଅର ଗଳା ଚିପି ହତ୍ୟା କଲା ମାଆ। ଅଧିକ ପଢନ୍ତୁ

ଜୟପୁର:ବିଂଶ ଶତାବ୍ଦୀରେ ପାଦ ଥାପିଲାଣି ମଣିଷ ସମାଜ । ମାତ୍ର ଲୋକଙ୍କ ମନରୁ ଏବେବି ଲିଭିନାହିଁ ଅନ୍ଧବିଶ୍ବାସ । ଅନ୍ଧବିଶ୍ବାସର ବଶବର୍ତ୍ତି ହୋଇ ଘଟାଇ ଚାଲିଛି ଗୋଟିଏ ପରେ ଗୋଟିଏ ନୃଶଂସ କାଣ୍ଡ । ଫଳରେ ଗଡୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ(Murder in Superstition) । ଶେଷରେ ଅନ୍ଧ ବିଶ୍ବାସର ବଶବର୍ତ୍ତି ହୋଇ ପିଶାଚିନୀ ପାଲଟି ଗଲା ଜନ୍ମଦାତ୍ରୀ । ବଡ ପୁଅର ଜୀବନ ବଞ୍ଚାଇବାକୁ ଯାଇ ସାନ ଝିଅର ଗଳା ଚିପି ହତ୍ୟା କଲା ମାଆ ( mother killed daughter to save life of elder son)। ଯେଉଁ ହାତ ଦିନେ ମୁଣ୍ଡ ଉପରେ ସାହା ହୋଇଥିଲା ସେହି ହାତ ଆଜି ଝିଅର ଜୀବନ ନେବାକୁ ମଧ୍ୟ ପଛାଇଲା ନାହିଁ । ଏଭଳି ଛାତିଥରା ଘଟଣା ଘଟିଛି ରାଜସ୍ଥାନର ବାରଣ ଜିଲ୍ଲାର ଅନ୍ତା ଅଞ୍ଚଳରେ । ଅଭିଯୁକ୍ତ ମାଆକୁ ଗିରଫ କଲା ପୋଲିସ ।

ପୁଅର ଜୀବନ ବଞ୍ଚାଇବାକୁ ଝିଅକୁ ହତ୍ୟା
ପୁଅର ଜୀବନ ବଞ୍ଚାଇବାକୁ ଝିଅକୁ ହତ୍ୟା

ଘଟଣାଟି ଥିଲା ଏମିତି

ଅଭିଯୁକ୍ତ ମହିଳା ରେଖା ହାଡା ତାଙ୍କ 16 ବର୍ଷର ବଡ ପୁଅ ନିକେନ୍ଦ୍ର ସିଂଙ୍କୁ ବହୁତ ଭଲ ପାଉଥିଲେ । କିନ୍ତୁ ପୁଅର ସ୍ୱାସ୍ଥ୍ୟ ପାଇଁ ସବୁବେଳେ ଚିନ୍ତିତ ଥିଲେ । କାହିଁକି ନା ପୁଅର ଛାତିରେ ଏକ ଘା ହୋଇଥିଲା । ତେବେ ପୁଅକୁ କିପରି ସୁସ୍ଥ କରିବେ ସେନେଇ ଚିନ୍ତାରେ ରହୁଥିଲେ ମହିଳା ଜଣଙ୍କ । ଏହି କାରଣରୁ ତାଙ୍କର ନିଜର ମାନସିକ ସ୍ଥିତି ମଧ୍ୟ ଭଲ ନଥିଲା । ଦିନେ ମହିଳା ଜଣଙ୍କ ସ୍ବପ୍ନ ଦଖିଥିଲେ ଯେ ଯଦି ସେ କାହାକୁ ବଳି ଦିଅନ୍ତି ତେବେ ତାଙ୍କ ବଡ଼ ପୁଅ ଭଲ ହୋଇଯିବ ।

ଏହା ମଧ୍ୟ ପଢନ୍ତୁ-ପାରିବାରିକ କଳହରୁ ବହିଲା ରକ୍ତର ନଦୀ, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

ଏଭଳି ପରିସ୍ଥିତିରେ ଅଭିଯୁକ୍ତ ମହିଳା ଜଣଙ୍କ କିଛି ଦିନ ପୂର୍ବରୁ ତାଙ୍କ ସ୍ୱାମୀ ଶିବରାଜଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । କିନ୍ତୁ ତାଙ୍କ ସ୍ବାମୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହା ପରେ ଗତ ଶନିବାର ନିଜର ୧୨ ବର୍ଷର ଝିଅ ସଞ୍ଜନା ଏବଂ 7 ବର୍ଷର ସାନ ପୁଅ ସିଙ୍ଗମଙ୍କୁ ଆକ୍ରମଣ କରିଥିଲେ । କିନ୍ତୁ ସାନ ପୁଅ ସିଙ୍ଗମ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଝିଅ ସଞ୍ଜନାର ଗଳାଚିପି ହତ୍ୟା କରିଥିଲେ ମହିଳା । ମହିଳାଙ୍କୁ ଗିରଫ ପରେ ପୋଲିସ ସମ୍ମୁଖରେ ସତ ସ୍ବୀକାର କରିଛନ୍ତି ମହିଳା ଜଣଙ୍କ । ଏହି ଘଟଣା ଘଟିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.