ETV Bharat / state

ପାରିବାରିକ କଳହରୁ ବହିଲା ରକ୍ତର ନଦୀ, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

author img

By

Published : Nov 4, 2022, 7:06 PM IST

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ବାଲେଶ୍ଵର କୁବାଡ଼ିଆ ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ । ବାଉଁଶରେ ପିଟିପିଟି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଅଧିକ ପଢନ୍ତୁ

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ
ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

ବାଲେଶ୍ବର: ବାଲେଶ୍ବରରେ ଚାଞ୍ଚଲ୍ୟ । ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ପାରିବାରିକ କଳହରୁ ବହିଲା ରକ୍ତର ନଦୀ । ସ୍ତ୍ରୀର ରକ୍ତରେ ହୋଲି ଖେଳିଲା ସ୍ବାମୀ । ସାମାନ୍ୟ ବଚସାକୁ ନେଇ ବାଉଁଶରେ ପିଟିପିଟି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ସ୍ବାମୀକୁ ଗିରଫ କଲା ପୋଲିସ । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଥାନା କୁବାଡ଼ିଆ ଗ୍ରାମରେ । ମୃତ ମହିଳା ଜଣଙ୍କ ହେଉଛନ୍ତି ଦୁର୍ଗି କିସ୍କୁ । ସ୍ତ୍ରୀ ହତ୍ୟାକାରୀ ଅଭିଯୁକ୍ତ ସ୍ବାମୀ ହେଉଛି ଲାଖାଇ କିସ୍କୁ ।

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

ମିଳିଥିବା ସୂଚନା ଅନୁଯାୟୀ, କୁବାଡିଆ ଗ୍ରାମର ଲାଖାଇ କିସ୍କୁ ସେହି ଗ୍ରାମର ଦୁର୍ଗି କିସ୍କୁକୁ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ ଗୋଟିଏ ଝିଅ ଥିଲା ବେଳେ ଦୀର୍ଘ ଦିନ ଧରି ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ଲାଗି ରହିଥିଲା । ଏଥି ପାଇଁ ସ୍ତ୍ରୀ ଦୁର୍ଗି ଗତ ଦୁର୍ଗା ପୂଜା ଠାରୁ ବାପ ଘରେ ଆସି ରହୁଥିଲା । ତେବେ ଗତକାଲି(ଗୁରୁବାର) ସନ୍ଧ୍ୟା ସମୟରେ କୌଣସି କଥାକୁ କେନ୍ଦ୍ରକରି ସ୍ୱାମୀ ଲାଖାଇ ଓ ସ୍ତ୍ରୀ ଦୁର୍ଗିଙ୍କ ମଧ୍ୟରେ ବଚସା ହୋଇଥିଲା ଏଥିରେ ଉତ୍ୟକ୍ତ ହୋଇ ସ୍ୱାମୀ ଦୁଇ ଖଣ୍ଡ ବାଉଁଶରେ ଦୁର୍ଗିକୁ ମାଡ଼ ମାରିଥିଲା । ଫଳରେ ଘଟଣା ସ୍ଥଳରେ ସ୍ତ୍ରୀ ଦୁର୍ଗିର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ମାଆର ପରକୀୟା ପ୍ରୀତିକୁ ବିରୋଧ କରିବାରୁ ପୁଅକୁ ହତ୍ୟା

ଗ୍ରାମବାସୀ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଭିଯୁକ୍ତ ସ୍ବାମୀ ଲାଖାଇଙ୍କୁ ଗିରଫ କରିଥିଲା । ମୃତ ମହିଳାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ମହିଳାଙ୍କ ପୁଅ ଓ ଝିଅ ମଧ୍ୟ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

ବାଲେଶ୍ବର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.