ETV Bharat / crime

ଡେରାଡୁନରେ ଚାଞ୍ଚଲ୍ୟ, ପରିବାରର ୫ ସଦସ୍ୟଙ୍କୁ ଚିରନିଦ୍ରାରେ ଶୁଆଇଲା ଅଭିଯୁକ୍ତ

author img

By

Published : Aug 29, 2022, 1:01 PM IST

ଉତ୍ତରପ୍ରଦେଶରେ ଜଘନ୍ୟ ହତ୍ୟାକାଣ୍ଡ, ଗୋଟିଏ ପରିବାରର ୫ଜଣଙ୍କୁ ହତ୍ୟା
ଉତ୍ତରପ୍ରଦେଶରେ ଜଘନ୍ୟ ହତ୍ୟାକାଣ୍ଡ, ଗୋଟିଏ ପରିବାରର ୫ଜଣଙ୍କୁ ହତ୍ୟା

ଉତ୍ତରାଖଣ୍ଡର ରାନିପୋଖରୀର ନାଗାଘୋର ଗ୍ରାମରେ ଛାତିଥରା ଘଟଣା । ଗୋଟିଏ ପରିବାରର ୫ ଜଣଙ୍କୁ ନିର୍ମମ ହତ୍ୟା । ଅଧିକ ପଢନ୍ତୁ

ଡେରାଡୁନ: ଡେରାଡୁନରେ ଜଘନ୍ୟ ହତ୍ୟାକାଣ୍ଡ । ଗୋଟିଏ ପରିବାରର ୫ ଜଣଙ୍କୁ ନିର୍ମମହତ୍ୟା । ନିଜ ପରିବାରକୁ ନିଜ ହାତରେ ଶେଷ କରିଦେଲା ଅଭିଯୁକ୍ତ । ନିର୍ଦ୍ଦୟ ସାଜିଲା ଜନ୍ମକଲା ବାପା ଓ ସାତ ଜନ୍ମର ସାଥି ହେବାକୁ କଥା ଦେଇ ସ୍ତ୍ରୀକୁ ଭୁଲି ଗଲା ସ୍ବାମୀ । ପରିବାର ରକ୍ତରେ ହୋଲି ଖେଳି ନିଜ ତିନି ସନ୍ତାନ, ସ୍ତ୍ରୀ ଓ ମାଆକୁ କଲା ହତ୍ୟା । ଏଭଳି ଛାତିଥରା ଘଟଣା ଘଟିଛି ଉତ୍ତରାଖଣ୍ଡର ରାନିପୋଖରୀର ନାଗାଘୋର ଗ୍ରାମରେ । ତେବେ କେଉଁ କାରଣକୁ ବ୍ୟକ୍ତି ଜଣଙ୍କ ଏପରି କାଣ୍ଡ ଘଟାଇଲେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ହତ୍ୟାକାଣ୍ଡ ଘଟାଇଥିବା ବ୍ୟକ୍ତି ଜଣଙ୍କ ହେଉଛି ମହେଶ ।

ଏହା ମଧ୍ୟ ପଢନ୍ତୁ-ସମ୍ପତ୍ତି ଆଗରେ ସମ୍ପର୍କ ତୁଚ୍ଛ, ଚାରେ ବିଷ ଦେଇ ମାଆକୁ ହତ୍ୟା କଲା ଝିଅ

ମହେଶ ଉତ୍ତରପ୍ରଦେଶର ବୃନ୍ଦା ଜିଲ୍ଲାର ଆରାରିଆ ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ସେ ଉତ୍ତରାଖଣ୍ଡର ରାନିପୋଖରୀର ଶାନ୍ତିନାଗରରେ ପରିବାର ସହ ରହୁଥିଲା । ପରିବାରରେ ୭ଜଣ ସଦସ୍ୟ ଥିବା ବେଳେ କୌଣସି କାରଣକୁ ନେଇ ଅଭିଯୁକ୍ତ ମୁକେଶ ନିଜ ତିନି ସନ୍ତାନ, ସ୍ତ୍ରୀ ଓ ମାଆକୁ ଅତିନିର୍ମମ ଭାବେ ହତ୍ୟା କରିଥିଲା । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ।

ଏହା ମଧ୍ୟ ପଢନ୍ତୁ-କୁକୁରକୁ ଦୁଷ୍କର୍ମ, ବୃଦ୍ଧଙ୍କ ନାଁରେ ମାମଲା

ଏହି ଘଟଣା ପରେ ଗ୍ରାମରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ହତ୍ୟାକାଣ୍ଡର କାରଣ କଣ ତାହା ଜଣାପଡିନାହିଁ । ଅନ୍ୟପଟେ ଏହି ହତ୍ୟାକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ମୁକେଶଙ୍କ ଅନ୍ୟ ଜଣେ ସନ୍ତାନ । ସେ ତାଙ୍କ ମାଉସୀଙ୍କ ପାଖକୁ ଯାଇଥିବା ବେଳେ ଏହି ହତ୍ୟାକାଣ୍ଡ ଘଟିଥିଲା । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମହେଶଙ୍କୁ ପଚରାଉଚୁରା ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.