ETV Bharat / crime

ସମ୍ପତ୍ତି ପାଇଁ ତୁଚ୍ଛ ହେଲା ସମ୍ପର୍କ, ପୁଅର ଜୀବନ ନେଲା ବାପା

author img

By

Published : Jan 6, 2023, 8:57 AM IST

father killed his son
ପୁଅର ଜୀବନ ନେଲା ବାପା

ପୁଅକୁ ହତ୍ୟା ପାଇଁ ବାପା ରଚିଥିଲା ଷଡଯନ୍ତ୍ର । ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ବଚସା ହେବାରୁ ପୁଅକୁ ହତ୍ୟା କଲା ବାପା । ଅଧିକ ପଢନ୍ତୁ

father arrested for killing son

ରାଉରକେଲା: ସମ୍ପତ୍ତି ପାଇଁ ତୁଚ୍ଛ ହେଲା ସମ୍ପର୍କ । ପୁଅକୁ ହତ୍ୟା କରିବା ପାଇଁ ବାପା ରଚିଥିଲା ବ୍ଲୁ ପ୍ରିଣ୍ଟ । ଶେଷରେ ନିଜ ସାଙ୍ଗ ଓ ଶାଳକ ସହ ମିଶି ପୁଅର ଜୀବନ ନେଲା ଜନ୍ମିତ ବାପା । ପୁଅର ବେକରେ ରଶି ଲଗାଇ ହତ୍ୟା କଲା ବାପା । ଏଭଳି ହତ୍ୟାକାଣ୍ଡ ଘଟିଛି ସୁନ୍ଦରଗଡର ରାଜଗାଙ୍ଗପୁର ଅଞ୍ଚଳରେ । ମୃତକ ଜଣଙ୍କ ହେଉଛନ୍ତି ନବୀନ ବାର୍ଲା । ଗତ ଦୁଇ ତାରିଖରେ ରାଜଗାଙ୍ଗପୁର ଲକ୍ଷ୍ମୀପୋଷ ଶଙ୍ଖ ନଦୀ ପୋଲ ତଳୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଏହାପରେ ଏହି ଘଟଣାର ତଦନ୍ତ କରି ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ଏହା ଏକ ହତ୍ୟାକାଣ୍ଡ ହୋଇଥିବା ବେଳେ ବାପା ପୁଅକୁ ହତ୍ୟା କରିଥିବା କହିଛନ୍ତି ରାଜଗାଙ୍ଗପୁର SDPO । ଏହି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମୃତକଙ୍କ ବାପା ବିମଲ ବାର୍ଲା, ତାର ସାବତ ମାମୁଁ ଅଜିତ ବିଲୁଙ୍ଗ ଓ ତାଙ୍କ ସାଥି ଜର୍ଜ କେର୍କେଟା ବୋଲି ଜଣାପଡିଛି ।

ରାଜଗାଙ୍ଗପୁର SDPO ସୂଚନା ଦେଇ କହିଛନ୍ତି ଯେ,''ମୁଖ୍ୟ ଅଭିଯୁକ୍ତ ଜଣକ ହେଉଛି ଝାଡ଼ଖଣ୍ଡ ରାଜ୍ୟର ଜଳଡେଗା ଗ୍ରାମର ବିମଲ ବାର୍ଲା । ଗତ ଦୁଇ ତାରିଖ ଦିନ ରାଜଗାଙ୍ଗପୁର ଠାରେ ବିହାବନ୍ଧ ଲକ୍ଷ୍ମୀପୋଷ ବ୍ରିଜ ତଳୁ ଏକ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ମୃତଦେହକୁ ଉଦ୍ଧାର କରି ରାଜଗାଙ୍ଗପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତନାଘନା ପରେ ପୋଲିସ ଖବର ପାଇଥିଲା ଯେ ମୃତ ଯୁବକ ଜଣକ ନବୀନ ବାର୍ଲା । ତାଙ୍କ ଘର ଝାଡ଼ଖଣ୍ଡ ରାଜ୍ୟ ବାଂଶଜୋର ଅଞ୍ଚଳର । ''

ମୃତ ନବୀନ ବାର୍ଲା ହେଉଛି ମୁଖ୍ୟ ଅଭିଯୁକ୍ତ ବିମଲ ବାର୍ଲାର ପୁଅ । ବିମଲର ଦୁଇ ଜଣଙ୍କୁ ବିବାହ କରିଥିବା ବେଳେ ପ୍ରଥମ ପତ୍ନୀଙ୍କ ପୁଅ ହେଉଛି ନବୀନ । ସେ ପ୍ରଥମ ପତ୍ନୀ ଓ ଦୁଇ ପୁଅକୁ ଛାଡି ଦ୍ୱିତୀୟ ବିବାହ କରିଥିଲା । ମୃତକ ନବୀନ ଜଣେ ରାଜମିସ୍ତ୍ରୀ ଭାବରେ କାମ କରୁଥିଲେ ତେବେ ଦୀର୍ଘଦିନରୁ ବାପା ବିମଲ ବାର୍ଲାଙ୍କୁ ଟଙ୍କା ସହ ସମ୍ପତ୍ତି ଭାଗ କରିବା ପାଇଁ ଜୋର କରୁଥିଲେ । ଏହାକୁ ନେଇ ବିଭିନ୍ନ ସମୟରେ ବାପ ବିମଲ ଓ ପୁଅ ନବୀନ ମଧ୍ୟରେ ଝଗଡା ହୋଇଥାଏ । ତେବେ ଗତ ଦୁଇ ତାରିଖରେ ନବୀନ ଗୋଆରେ କାମ କରିବାକୁ ବାହାରୁଥିଲେ । କିନ୍ତୁ ପୂର୍ବରୁ ବଚସା ନେଇ ବାପା ବିମଲ ପୁଅକୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲେ ।

ଶେଷରେ ବିମଲ ନିଜ ସାଙ୍ଗ ଓ ଦ୍ୱିତୀୟ ପତ୍ନୀର ଭାଇ ନିଜ ଜନ୍ମ କଲା ପୁଅକୁ ଜୀବନରୁ ମାରିବା ପାଇଁ ଏକ ନିଛାଟିଆ ଜାଗାକୁ ଡାକିଥିଲା। ଏହାପରେ ନବୀନଙ୍କ ବେକରେ ରସି ବାନ୍ଧି ତାକୁ ହତ୍ୟା କରିବା ପରେ ମୃତଦେହକୁ ନେଇ ଲକ୍ଷ୍ମୀପୋଷ ପୋଲ ତଳକୁ ଫୋପାଡ଼ି ଦେଇଥିଲେ। ମୃତଦେହ ମିଳିବା ପରେ ଏହା ଏକ ହତ୍ୟା ଘଟଣାହୋଇଥିବା ପୋଲିସ ଜାଣିବାକୁ ପାଇଥିଲା । ପରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏଥିସହ ହତ୍ୟାକାଣ୍ଡର ବ୍ୟବହୃତ ହୋଇଥିବା ଅଟୋ ରିକ୍ସା ମଧ୍ୟ ଜବତ କରିଛି ପୋଲିସ । ବର୍ତ୍ତମାନ ରାଜଗାଙ୍ଗପୁର ଅଞ୍ଚଳରେ ଚଞ୍ଚଲ୍ୟ ସୃଷ୍ଟି କରିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.