ETV Bharat / city

ଝାରସୁଗୁଡାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

author img

By

Published : Nov 8, 2021, 8:42 PM IST

Union Railway Minister
Union Railway Minister

ସୋମବାର ଦୁଇ ଦିନିଆ ଝାରସୁଗୁଡା ଗସ୍ତରେ ଆସିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଅଧିକ ପଢନ୍ତୁ...

ଝାରସୁଗୁଡା/ସମ୍ବଲପୁର: ଆଜି (ସୋମବାର) ଦୁଇ ଦିନିଆ ଝାରସୁଗୁଡା ଗସ୍ତରେ ଆସିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସନ୍ଧ୍ୟାରେ ଝାରସୁଗୁଡା ବିମାନ ବନ୍ଦରରେ ସେ ପହଞ୍ଚିବା ପରେ ବିଜେପି କର୍ମୀଙ୍କ ପକ୍ଷରୁ ଜୋରଦାର ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି।

  • ଜୟ ମା ସମଲେଶ୍ବରୀ,
    ଝାରସୁଗୁଡା ବିମାନ ବନ୍ଦରରେ ଦଳୀୟ କାର୍ଯ୍ୟକର୍ତ୍ତା ଙ୍କ ଦ୍ଵାରା ଭବ୍ୟ ସ୍ୱାଗତ କରାହେଲା। pic.twitter.com/kciVzjWe25

    — Ashwini Vaishnaw (@AshwiniVaishnaw) November 8, 2021 " class="align-text-top noRightClick twitterSection" data=" ">

ଆଜି (ସୋମବାର) ଝାରସୁଗୁଡା ସର୍କିଟ ହାଉସ ଠାରେ ସାଉଥ ଇଷ୍ଟର୍ଣ୍ଣ ଓ ଇଷ୍ଟକୋଷ୍ଟ ରେଲୱେ, ଝାରସୁଗୁଡା ଓ ବଙ୍ଗୋମୁଣ୍ଡା ରେଳ ସ୍ଥିତିର ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି। ପରେ ଆସନ୍ତାକାଲି (ମଙ୍ଗଳବାର) ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ପୁଣି ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି।

ଝାରସୁଗୁଡାରେ ରେଳମନ୍ତ୍ରୀଙ୍କୁ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେଵ, ବରଗଡ ସାଂସଦ ସୁରେଶ ପୂଜାରୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାଏକ ପ୍ରମୁଖ ସ୍ବାଗତ କରିଥିଲେ। ପରେ ସର୍କିଟ ହାଉସରେ ରେଳବାଇ କତ୍ତୃପକ୍ଷପକ୍ଷଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରୁଛନ୍ତି ରେଳମନ୍ତ୍ରୀ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.