ETV Bharat / city

ସମ୍ବଲପୁରରେ ବିଶେଶ୍ୱର ଟୁଡୁ, ଧିମା ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେବାକୁ ଦେଲେ ପ୍ରତିଶ୍ରୁତି

author img

By

Published : Oct 7, 2021, 8:08 AM IST

ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ । ଧିମେଇ ଥିବା ସମସ୍ତ ଜଳସେଚନ ଓ ପାନୀୟ ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟ ଖୁବଶୀଘ୍ର ସମ୍ପର୍ଣ୍ଣ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ । ଅଧିକ ପଢନ୍ତୁ...

ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ
ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ

ସମ୍ବଲପୁର: ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ । ସମ୍ମିଳନୀରେ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ରାଜ୍ୟର ବହୁ ଜିଲ୍ଲାରେ ମରୁଡି ସମସ୍ୟା,ଜଳସେଚନ ଓ ପାନୀୟ ଜଳର ବହୁ ଅସୁବିଧା ରହିଛି । ମୁଖ୍ୟତଃ ଜଳସେଚନ ଓ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଗୁଡ଼ିକ ଧିମେଇ ଯାଇଛି । ଏହା ଖୁବଶୀଘ୍ର ସମ୍ପର୍ଣ୍ଣ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ।

ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ

ଏହା ସହ ନୂଆପଡ଼ା ଜିଲ୍ଲା ଅଙ୍ଗ ନଦୀରେ ଡ୍ୟାମ ତିଆରି କରାଗଲେ ଉଭୟ ଛତିଶଗଡ଼ ଓ ଓଡ଼ିଶାରେ 1ହଜାର ହେକ୍ଟର ଜମିରେ ଜଳ ସେଚନ ବ୍ୟବସ୍ଥା ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏଥିପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଆବଶ୍ୟକ ବୋଲି ସେ କହିଛନ୍ତି । ଏହା ସହ କେନ୍ଦ୍ରସରକାରଙ୍କ 'ହର ଘର ଜଳ " ଯୋଜନା ଜରିଆରେ ୨୦୨୩ ଡିସେମ୍ବର ବା ୨୦୨୪ର ମାର୍ଚ୍ଚ ସୁଦ୍ଧା ଦେଶର ପ୍ରତ୍ୟେକ ଘରକୁ ପାନୀୟ ଜଳ ପହଞ୍ଚିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଆଗାମୀ ଦିନରେ ଜଳସେଚନ ପାଇଁ କେନ୍ଦ୍ର ସରକାର ପାଣ୍ଠି ସହାୟତା ଦେବାକୁ ପ୍ରସ୍ତୁତ ଅଛନ୍ତି, ତେବେ ଏଥିପାଇଁ ରାଜ୍ୟସରକାର ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଓ କେତେ ଅଞ୍ଚଳ ଜଳସେଚିତ ହୋଇପାରିବ ସେ ନେଇ ରିପୋର୍ଟ ଦେବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଅନ୍ୟ ପଟେ ସୁବର୍ଣ୍ଣରେଖା ଓ ମହାନଦୀ ସଂଯୋଗୀକରଣ ପ୍ରକଳ୍ପ ବାଜପେୟୀ ସରକାର ସମୟରେ ଆରମ୍ଭ ହୋଇଥିବା ଏହା ଧିମେଇ ଯାଇଥିଲା,ଯାହାକୁ ବର୍ତ୍ତମାନ ମୋଦି ସରକାର ତ୍ଵରାନ୍ବିତ କରିବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି । ତେବେ ଦୁଇଟି ଭିନ୍ନ ଭିନ୍ନ ରାଜ୍ୟର ବିଭିନ୍ନ ନୀତିଗତ ସମସ୍ୟା ଯୋଗୁଁ ଏହିଭଳି ଅନେକ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନାହିଁ । ଏହା ସହ ନମାମି ଗଙ୍ଗା ଯୋଜନା ଜରିଆରେ ଆଗକୁ ଭିନ୍ନ ଭିନ୍ନ ରାଜ୍ୟର ନଦୀଗୁଡ଼ିକର ସଫେଇ କାର୍ଯ୍ୟ ସହ ପର୍ଯ୍ୟଟନମୂଳକ କାର୍ଯ୍ୟ ହେବ ବୋଲି ସେ କହିଛନ୍ତି ।

କେନ୍ଦ୍ରସରକାରଙ୍କ ଯେ କୌଣସି ଯୋଜନା ପାଇଁ ରାଜ୍ୟ ସରକାରର ସହଯୋଗର ଆବଶ୍ୟକ ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ । ଅନ୍ୟପଟେ କେନ୍ଦ୍ର ସରକାର ଜଳ ଜୀବନ ମିଶନ ଜରିଆରେ ୩୩୨୩ କୋଟିର ପାଣ୍ଠି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବା ବେଳେ ଏହାକୁ ନେଇ ରାଜ୍ୟ ସରକାର ଏହା ଜରିଆରେ ନିଜର ପ୍ରଚାର ପ୍ରସାରର ହୀନ ଉଦ୍ୟମ କରୁଛନ୍ତି ବୋଲି ମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ତେବେ ରାଜ୍ୟ ସରକାରଙ୍କ ହୀନ ଉଦ୍ୟମକୁ ବିଜେପି କଦାପି ସଫଳ ହେବାକୁ ଦେବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.