ETV Bharat / city

ବସ-ଟ୍ରାକ୍ଟର ମୁହାଁମୁହିଁ ଧକ୍କା; 2 ଶ୍ରମିକ ମୃତ

author img

By

Published : Jan 26, 2020, 4:59 PM IST

ସମ୍ବଲପୁର ଜିଲ୍ଲା ଯୁଯୁମୁରା ନିକଟରେ ବସ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା। ଏହି ଦୁର୍ଘଟଣାରେ 2 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣ ଆହତ ହୋଇଛନ୍ତି। ଅଧିକ ଖବର ପଢନ୍ତୁ...

ବସ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା; 2 ଶ୍ରମିକ ମୃତ
ବସ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା; 2 ଶ୍ରମିକ ମୃତ

ସମ୍ବଲପୁର: ଜିଲ୍ଲାର ଯୁଯୁମୁରା ନିକଟରେ ବସ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା। ଏହି ଦୁର୍ଘଟଣାରେ 2 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଆହତଙ୍କୁ ସମ୍ବଲପୁର ସଦର ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇଥିବା ବସର ଡ୍ରାଇଭର, କଣ୍ଡକ୍ଟର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ତାଙ୍କୁ ପୋଲିସ ଗିରଫ କରିଛି। ବସଟି ରେଢ଼ାଖୋଲରୁ ସମ୍ବଲପୁର ଆସୁଥିବା ବେଳେ ଟ୍ରାକ୍ଟରଟି ବିପରୀତ ଦିଗରୁ ଆସୁଥିଲା।

ବସ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା; 2 ଶ୍ରମିକ ମୃତ

ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ସମ୍ବଲପୁର-କଟକ ଜାତୀୟ ରାଜପଥ କାମରେ ନିୟୋଜିତ ହୋଇଥିଲା। ଶ୍ରମିକ ଟ୍ରାକ୍ଟରରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ କାମ ପାଇଁ ଯାଉଥିଲେ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ଜିଲ୍ଲା ଯୁଜୁମୁରା ନିକଟରେ ବସ ଓ ଟ୍ରାକ୍ଟର ମଧ୍ୟରେ ମୁହାଁ ମୁହିଁ ଧକ୍କା। ଏହି ଦୁର୍ଘଟଣାରେ 2 ଜଣ ଶ୍ରମିକ ଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଆହତ।Body:ସମ୍ବଲପୁର ଜିଲ୍ଲା ର ଯୁଜୁମୁରା ଠାରେ ଆଜି ଏକ ସଡ଼କ ଦୁର୍ଘଟଣାରେ 2 ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଯାଇଛି। ଏହି ଦୁର୍ଘଟଣାରେ 3 ଜଣ ଅହତଙ୍କୁ ସମ୍ବଲପୁର ସଦର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଆହତ ମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇଥିବା ବସର ଡ୍ରାଇଭର, କଣ୍ଡକ୍ଟର ଘଟନସ୍ଥଳରୁ ଭୟରେ ଫେରାର ହୋଇଯାଇଥିଲେ। ପରେ ତାଙ୍କୁ ପୋଲିସ ଗିରଫ କରିଛି। ବସଟି ରେଢ଼ାଖୋଲରୁ ସମ୍ବଲପୁର ଆସୁଥିବା ବେଳେ ଟ୍ରାକ୍ଟର ଟି ବିପରୀତ ଦିଗରୁ ଆସୁଥିଲା। ଟ୍ରାକ୍ଟରଟି ସମ୍ବଲପୁର-କଟକ ଜାତୀୟ ରାଜପଥ କାମରେ ନିୟୋଜିତ ହୋଇଥିଲା। ଶ୍ରମିକ ମାନେ ଟ୍ରାକ୍ଟର ରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ କାମ ପାଇଁ ଯାଉଥିଲେ।Conclusion:ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.