ETV Bharat / city

ଶ୍ରୀମନ୍ଦିର କଳାହାଟ ଦ୍ୱାର ରୂପା ଛାଉଣୀ କାର୍ଯ୍ୟ ଆରମ୍ଭ

author img

By

Published : Jun 25, 2022, 2:54 PM IST

ଶ୍ରୀମନ୍ଦିର କଳାହାଟ ଦ୍ୱାର ରୁପା ଛାଉଣୀ ପାଇଁ ଆରମ୍ଭ ହେଲା କାର୍ଯ୍ୟ
ଶ୍ରୀମନ୍ଦିର କଳାହାଟ ଦ୍ୱାର ରୁପା ଛାଉଣୀ ପାଇଁ ଆରମ୍ଭ ହେଲା କାର୍ଯ୍ୟ

ଶ୍ରୀମନ୍ଦିର କଳାହାଟ ଦ୍ୱାର ରୂପା ଛାଉଣୀ ପାଇଁ ଆରମ୍ଭ ହେଲା କାର୍ଯ୍ୟ । ରୂପା ଛାଉଣି ପାଇଁ ମହଜୁଦ ଥିବା ସମସ୍ତ ୫ଶହ କେଜି ରୂପାକୁ ଆଜି ନୀଳାଦ୍ରି ଭକ୍ତନିବାସକୁ ସ୍ଥାନାନ୍ତର କରାଯାଉଛି । ଅଧିକ ପଢନ୍ତୁ

ପୁରୀ: ଶ୍ରୀମନ୍ଦିର କଳାହାଟ ଦ୍ୱାର ରୂପା ଛାଉଣୀ ପାଇଁ ଆରମ୍ଭ ହେଲା କାର୍ଯ୍ୟ । ଗତ ରଥଯାତ୍ରାରେ ଶ୍ରୀମନ୍ଦିରର ଆଠଟି ଦ୍ୱାର ରୂପା ଛାଉଣି ହୋଇଥିଲା । ଚଳିତ ବର୍ଷ ରଥଯାତ୍ରାରେ କଳାହାଟ ଦ୍ୱାର ରୂପା ଛାଉଣୀ ହେବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତବର୍ଷ ନଭେମ୍ବର ୨୬ ରେ କଳାହାଟ ଦ୍ୱାର ରୂପାଛାଉଣି ପାଇଁ ମହଜୁଦ ଥିବା ସମସ୍ତ ୫ଶହ କେଜି ରୂପାକୁ ଆଜି ନୀଳାଦ୍ରି ଭକ୍ତନିବାସକୁ ସ୍ଥାନାନ୍ତର କରାଯାଉଛି । କଡା ସୁରକ୍ଷା ମଧ୍ୟରେ ଏହି ରୂପାକୁ ନିଆଯାଉଛି ।

ଶ୍ରୀମନ୍ଦିର କଳାହାଟ ଦ୍ୱାର ରୁପା ଛାଉଣୀ ପାଇଁ ଆରମ୍ଭ ହେଲା କାର୍ଯ୍ୟ

ଗତବର୍ଷ ନଭେମ୍ବର ୨୬ରେ ଏହି ରୂପା ଷ୍ଟ୍ରଙ୍ଗରୁମରୁ ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତର କରାଯାଇଥିଲା । ଜିଲ୍ଲାପାଳଙ୍କ ଠାରୁ ସବୁଜ ସଂକେତ ମିଳିବା ପରେ କୋଷାଗାରରେ ରୂପାକୁ ସୁରକ୍ଷିତ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଅନ୍ୟପଟେ ସାତଟି ଦ୍ୱାରର ରୂପାଛାଉଣି କାମ ସରିଛି । ବେହରଣ ଦ୍ୱାର, ଜୟବିଜୟ, ସାତପାହାଚ, ଭୋଗମଣ୍ଡପ, ଲକ୍ଷ୍ମୀ ମନ୍ଦିର, ଆଦିନୃସିଂହ ମନ୍ଦିର ଓ ବିମଳା ମନ୍ଦିରର ଦ୍ୱାର ରୂପାଛାଉଣି ସମ୍ପୂର୍ଣ୍ଣ ସରିଛି । କେବଳ ବାକି ରହିଛି କଳାହାଟ ଦ୍ୱାରର ରୂପାଛାଉଣି କାର୍ଯ୍ୟ । ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଏହି କାର୍ଯ୍ୟ କରାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.