ETV Bharat / city

କେନ୍ଦ୍ରାପଡାରେ ରଥଯାତ୍ରା, ଶଙ୍କରାଚାର୍ଯ୍ୟ ନିକଟରେ ଦାବି କଲେ ସେବାୟତ

author img

By

Published : Jun 19, 2021, 8:07 PM IST

କେନ୍ଦ୍ରାପଡାରେ ରଥଯାତ୍ରା, ଶଙ୍କରାଚାର୍ଯ୍ୟ ନିକଟରେ ଦାବି କଲେ ସେବାୟତ
କେନ୍ଦ୍ରାପଡାରେ ରଥଯାତ୍ରା, ଶଙ୍କରାଚାର୍ଯ୍ୟ ନିକଟରେ ଦାବି କଲେ ସେବାୟତ

କେନ୍ଦ୍ରାପଡାରେ ରଥଯାତ୍ରା କରିବା ପାଇଁ ସେବାୟତମାନେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ...

ପୁରୀ: ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ସିଦ୍ଧ ବଳଦେବଜୀଉ ମନ୍ଦିରରେ ରଥଯାତ୍ରା କରିବା ପାଇଁ ଦାବି ଜୋରଦାର ଧରିଛି । ଏଥିଲାଗି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ତୁଳସୀକ୍ଷେତ୍ରର ସେବାୟତମାନେ ଭେଟି ନିଜର ଦାବି ଜଣାଇଛନ୍ତି ।

କେନ୍ଦ୍ରାପଡାରେ ରଥଯାତ୍ରା, ଶଙ୍କରାଚାର୍ଯ୍ୟ ନିକଟରେ ଦାବି କଲେ ସେବାୟତ

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା କରିବା ପାଇଁ ଅନୁମତି ଦେଇନାହାନ୍ତି । ଏହାପରେ ତେଜିଛି ବିବାଦ । କେନ୍ଦ୍ରାପଡା ଶ୍ରୀବଳଦେବଜୀଉ ମନ୍ଦିରରେ ରଥଯାତ୍ରା କରିବା ପାଇଁ ସରକାର ଅନୁମତି ଦିଅନ୍ତୁ ବୋଲି ସେଠାକାର ସେବାୟତମାନେ ଦାବି କରିଛନ୍ତି । ଶ୍ରୀବଳଦେବଜୀଉ ମନ୍ଦିରକୁ ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ବିବେଚନା କରି ଜିଲ୍ଲାବାସୀ ରଥଯାତ୍ରା ପାଇଁ ଦାବି କରିଛନ୍ତି ।

ଏ ନେଇ ଶନିବାର ସେବାୟତମାନେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଦାବି ଜଣାଇଛନ୍ତି। ଉତ୍କଳୀୟ ପଞ୍ଚତୀର୍ଥ ମଧ୍ୟରୁ ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ଶ୍ରୀବଳଭଦ୍ର ବହୁ ପ୍ରାଚୀନ କାଳରୁ ପୂଜିତ ହେବା ଶାସ୍ତ୍ରୀୟ ମାନ୍ୟତା ରହିଛି । ଏଠାରେ ଦୀର୍ଘବର୍ଷ ଧରି ରଥଯାତ୍ରା ଆୟୋଜିତ ହୋଇଆସୁଛି । ପୁରୀ ଗୋବର୍ଦ୍ଧନ ମଠର ପୀଠାଧିଶ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ତୁଳସୀକ୍ଷେତ୍ରରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ସେମାନେ ପ୍ରାର୍ଥନା କରିଛନ୍ତି । ଶଙ୍କରାଚାର୍ଯ୍ୟ ଅନୁପସ୍ଥିତ ଥିବାରୁ ସେବାୟତମାନେ ତାଙ୍କ ଶିଷ୍ଯଙ୍କ ନିକଟରେ ଦାବି ଜଣାଇଥିବା କହିଛନ୍ତି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.