ETV Bharat / city

ସ୍ନାନ ପୂର୍ଣ୍ଣିମା ପୂର୍ବରୁ ପ୍ରସ୍ତୁତିର ସମୀକ୍ଷା କଲେ ଜିଲ୍ଲାପାଳ ଓ ଏସପି

author img

By

Published : May 31, 2022, 7:03 PM IST

ସ୍ନାନ ପୂର୍ଣ୍ଣିମା ପୂର୍ବରୁ ପ୍ରସ୍ତୁତିର ସମୀକ୍ଷା କଲେ ଜିଲ୍ଲାପାଳ ଓ ଏସପି
ସ୍ନାନ ପୂର୍ଣ୍ଣିମା ପୂର୍ବରୁ ପ୍ରସ୍ତୁତିର ସମୀକ୍ଷା କଲେ ଜିଲ୍ଲାପାଳ ଓ ଏସପି

ପାଖେଇ ଆସୁଛି ମହାପ୍ରଭୁଙ୍କ ସ୍ନାନଯାତ୍ରା । ଏଥିପାଇଁ ସ୍ନାନ ମଣ୍ଡପ ଠାରୁ ଆରମ୍ଭ କରି ପୁରୀ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି ଜୋରଦାର ହୋଇଛି । ଏନେଇ ଆଜି ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ଓ ଏସପି । ଅଧିକ ପଢନ୍ତୁ

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ସ୍ନାନଯାତ୍ରା । ଏଥିପାଇଁ ସ୍ନାନ ମଣ୍ଡପ ଠାରୁ ଆରମ୍ଭ କରି ପୁରୀ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି ଜୋରଦାର ହୋଇଛି । ଏନେଇ ଆଜି ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ଓ ଏସପି ।

ସ୍ନାନ ପୂର୍ଣ୍ଣିମା ପୂର୍ବରୁ ପ୍ରସ୍ତୁତିର ସମୀକ୍ଷା କଲେ ଜିଲ୍ଲାପାଳ ଓ ଏସପି

ମହାପ୍ରଭୁଙ୍କ ଏହି ଉତ୍ସବରେ ଭକ୍ତଙ୍କୁ ସାମିଲ ନେଇ ପ୍ରଶାସନ ଅନୁମତି ପରେ ଭକ୍ତଙ୍କ ଭିଡ ହେବା ନିଶ୍ଚିତ । ଏହାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଆରମ୍ଭ କରିଛି । ନିଜେ ପୁରୀ ଏସପି କେ ଵିଶାଲ ସିଂ ପୁରୀର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ଚାରି ପାଖରେ ବୁଲି ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି ।

କେଉଁଠି ବ୍ୟାରିକେଡ ବ୍ୟବସ୍ଥା ହେବ, କେଉଁ କେଉଁ ସ୍ଥାନରେ ପୋଲିସ ଫୋର୍ସ କେତେ ମୁତୟନ କରାଯିବ ସେ ନେଇ ଏକ ବ୍ଲୁ ପ୍ରିଣ୍ଟ ପୁରୀ ପୋଲିସ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ଏନେଇ ପୋଲିସ ଡିଜିଙ୍କୁ ରିପୋର୍ଟ ଦିଆଯିବା ପରେ ଚୂଡାନ୍ତ ସୁରକ୍ଷା ବ୍ୟବସ୍ଥା ନେଇ ପଦକ୍ଷେପ ନିଆଯିବ ବୋଲି ଆରକ୍ଷୀ ଅଧିକ୍ଷକ କହିଛନ୍ତି । ତେବେ ଭକ୍ତଙ୍କ ସୁରକ୍ଷା ପ୍ରତି ପୋଲିସ ପକ୍ଷରୁ ଅଧିକ ଗୁରୁତ୍ଵ ଦିଆଯାଇଛି । ଭକ୍ତଙ୍କ ଠାରୁ ଭିଡର ସୁଯୋଗ ନେଇ ଅନେକ ଦୁର୍ବୃତ୍ତ ଚୋରି କରିବା ଘଟଣା ଅତୀତରେ ଘଟିଥିବାବେଳେ ଏହାକୁ କିଭଳି ରୋକିହେବ ସେ ନେଇ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଯୋଜନା କରାଯାଇଛି ।

ସେପଟେ ପୁରୀ ଜିଲାପାଳ ସମର୍ଥ ବର୍ମା ସ୍ନାନଯାତ୍ରାର ବ୍ୟବସ୍ଥା ନେଇ ନିଜେ ଶ୍ରୀମନ୍ଦିର ଚାରି ପାଖରେ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ମହାପ୍ରଭୁଙ୍କ ସ୍ନାନ ମଣ୍ଡପର ଅନେକ ପଥର ଦୁର୍ବଳ ଅବସ୍ଥାରେ ଥିବାବେଳେ ଏହାର ମରାମତି ପାଇଁ ଏଏସଆଇକୁ କୁହାଯାଇ ଥିବା ପୁରୀ ଜିଲ୍ଲାପାଳ କହିଛନ୍ତି ।

ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନକୁ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । ଏଣୁ ଭକ୍ତଙ୍କ ସୁବିଧା ଓ ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ ଭାବେ ହେବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସେବାୟତ ନିଯୋଗ ସହ ଆଗାମୀ ଦିନରେ ଆଲୋଚନା କରାଯାଇ ସ୍ନାନଯାତ୍ରାକୁ କିଭଳି ସୁରୁଖୁରୁରେ ଆୟୋଜନ ହେବ ସେ ନେଇ ସମସ୍ତ ପ୍ରସ୍ତୁତି କରାଯାଉଥିବା ପୁରୀ ଜିଲ୍ଲାପାଳ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.