ETV Bharat / city

ପୁରୀରେ ଜିରୋ ନାଇଟ ସେଲିବ୍ରେସନକୁ ନା, ରେଳଷ୍ଟେସନ ଓ ବସଷ୍ଟାଣ୍ଡରେ ଖୋଲିବ ଫିଭର କ୍ଲିନିକ୍

author img

By

Published : Dec 25, 2021, 4:57 PM IST

Omicron Scare: ପୁରୀରେ ଜିରୋ ନାଇଟ ସେଲିବ୍ରେସନକୁ ନା
Omicron Scare: ପୁରୀରେ ଜିରୋ ନାଇଟ ସେଲିବ୍ରେସନକୁ ନା

ଓମିକ୍ରନ ସଂକ୍ରମଣକୁ ରୋକିବା ପାଇଁ ପ୍ରସ୍ତୁତି ଚଳାଇଛି ପୁରୀ ପ୍ରଶାସନ । ପୁରୀରେ ଜିରୋ ନାଇଟ ସେଲିବ୍ରେସନକୁ ବାରଣ କରାଯାଇଛି । ଅଧିକ ପଢନ୍ତୁ

ପୁରୀ: ପାଖେଇ ଆସୁଛି ନୂଆବର୍ଷ। ଏହାକୁ ସେଲିବ୍ରେଟ କରିବା ପାଇଁ ପୁରୀରେ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ବଢୁଛି। ତେବେ ଦେଶରେ ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣ ବଢ଼ିଚାଲିଥିବାବେଳେ ପୁରୀକୁ ରାଜ୍ୟ ତଥା ଦେଶ ବାହାରୁ ପର୍ଯ୍ୟଟକମାନେ ଆସୁଥିବାରୁ ଚିନ୍ତାରେ ପଡିଛି ପ୍ରଶାସନ। ତେବେ ଏହି ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲାରେ ଜିରୋ ନାଇଟ ସେଲିବ୍ରେସନକୁ ପ୍ରଶାସନ ବାରଣ କରିଛି ।

Omicron Scare: ପୁରୀରେ ଜିରୋ ନାଇଟ ସେଲିବ୍ରେସନକୁ ନା

ରେଳଷ୍ଟେସନ ଓ ବସଷ୍ଟାଣ୍ଡରେ ଫିଭର କ୍ଲିନିକ୍(Fever Clinic) ଖୋଲିବା ସହ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇ ତଥ୍ୟ ରଖାଯିବ । ସେହିପରି ଜିଲ୍ଲାରେ କୋଭିଟ ଟେଷ୍ଟିଂ ଓ ଟୀକାକରଣ ଅଭିଯାନ ଜୋରସୋରରେ କରାଯିବ କହିଛନ୍ତି CDMO ପ୍ରଣବ ଶଙ୍କର ଦାସ । ସେପଟେ ଓମିକ୍ରନ ମୁକାବିଲା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଭିଡ଼କୁ ଦୃଷ୍ଟିରେ ରଖି ହୋଟେଲମାନଙ୍କରେ ଜିରୋ ନାଇଟ ଓ ନୂଆବର୍ଷ ସେଲିବ୍ରସନ ଉପରେ ରୋକ ଲଗାଯାଇଥିବା କହିଛନ୍ତି ଜିଲ୍ଲାପାଳ।

ଅନ୍ୟପଟେ ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଜମିବା ଆଶଙ୍କା ଥିବାରୁ ପ୍ରଶାସନର SOP ଅନୁଯାୟୀ ଆସନ୍ତା ୩୧ରୁ ଜାନୁଆରୀ ୨ ତିନି ଦିନ ଧରି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରଖାଯାଇଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା କରୁଥିବା ସମସ୍ତ ସେବାୟତଙ୍କ ପ୍ରାୟତଃ ଡବଲ ଡୋଜ ଟୀକାକରଣ ସରିଥିବାବେଳେ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି । ଏପଟେ କୋଭିଡ଼ର ପ୍ରଥମ ଓ ଦ୍ବିତୀୟ ଲହର ପରେ ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ହୋଟେଲଗୁଡ଼ିକ ଭୟଭୀତ ଥିଲେ ମଧ୍ୟ ପର୍ଯ୍ୟଟକଙ୍କ ସୁରକ୍ଷା ଓ ସ୍ବାସ୍ଥ୍ୟକୁ ପ୍ରାଧାନ୍ୟ ଦେବା ସହ ସରକାରଙ୍କ କୋଭିଡ଼ ନିୟମକୁ କଡ଼ାକଡି଼ ପାଳନ କରୁଥିବା କହିଛନ୍ତି ।

ପୁରୀକୁ ଆସୁଥିବା ପର୍ଯ୍ୟଟକମାନେ ସଠିକ ଭାବେ କୋଭିଡ ନିୟମ ଅନୁପାଳନ କରିବା ପାଇଁ ନିବେଦନ କରିଛନ୍ତି ହୋଟେଲ ଆସୋସିଏସନ । ତେବେ ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ପୁରୀରେ ଜିରୋ ନାଇଟ ସେଲିବ୍ରେସନ ସମସ୍ତ ହୋଟେଲରେ ବନ୍ଦ ରହିବ । CDMOଙ୍କ ସୂଚନା ଅନୁଯାୟୀ ପୁରୀ ଜିଲ୍ଲାରେ କୋଭିଡ଼ ଟିକାର ପ୍ରଥମ ଡୋଜ ୮୬ ପ୍ରତିଶତ ସରିଥିବାବେଳେ ୭୭ ପ୍ରତିଶତ ଦ୍ବିତୀୟ ଡୋଜ ଟୀକାକରଣ ଶେଷ ହୋଇଛି ।

ତେବେ ଏହାକୁ ଶତ ପ୍ରତିଶତ କରିବା ପାଇଁ ଉଦ୍ୟମ ଚାଲିଥିବାବେଳେ ପୁରୀ ଜିଲ୍ଲାରେ ଦୈନିକ ୨ ହଜାର RTPCR ସାମ୍ପଲ ଟେଷ୍ଟ ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି । ସେହିପରି କ୍ବାରେଣ୍ଟାଇନରେ ଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗରେ ରହିବା ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଟିମ୍ କାର୍ଯ୍ୟ କରୁଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.