ETV Bharat / city

କୋଣାର୍କ ଉତ୍ସବ ତୃତୀୟ ସନ୍ଧ୍ୟା: ମୋହିନ ଆଟ୍ଟମ ଓ ଓଡିଶୀ ନୃତ୍ୟରେ ମତୁଆଲା ଦର୍ଶକ

author img

By

Published : Dec 4, 2019, 10:52 AM IST

କୋଣାର୍କ ଉତ୍ସବ ତୃତୀୟ ସନ୍ଧ୍ୟା: ମୋହିନ ଆଟ୍ଟମ ଓ ଓଡିଶୀ ନୃତ୍ୟରେ ମତୁଆଲା ଦର୍ଶକ
କୋଣାର୍କ ଉତ୍ସବ ତୃତୀୟ ସନ୍ଧ୍ୟା: ମୋହିନ ଆଟ୍ଟମ ଓ ଓଡିଶୀ ନୃତ୍ୟରେ ମତୁଆଲା ଦର୍ଶକ

3ୟ ସନ୍ଧ୍ୟାରେ ମୁକ୍ତ ଆକାଶ ରଙ୍ଗ ମଞ୍ଚରେ ପ୍ରର୍ଦଶିତ ହୋଇଛି ମୋହିନ ଆଟ୍ଟମ ଓ ଓଡିଶୀ ନୃତ୍ୟ । ରଙ୍ଗ ବେରଙ୍ଗ ଆଲୋକ ସଜ୍ଜା ଓ ସୁସଜ୍ଜିତ ପରିବେଶରେ ପୁରାଣ ପ୍ରସଙ୍ଗ ଓ ଜୀବନ ଦର୍ଶନକୁ ଶାସ୍ତ୍ରୀୟ ନୃତ୍ୟ ମାଧ୍ୟମରେ କଳାକାରଙ୍କ ଦ୍ଵାରା ଉପସ୍ଥାପନାକୁ ବେଶ୍ ମନଭରି ଉପଭୋଗ କରିଛନ୍ତି ଦର୍ଶକ ।

ପୁରୀ: ଚତୁର୍ଥ ଦିନରେ ପଦାର୍ପଣ କରିଛି କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ । ଦୀର୍ଘ 5 ଦିନ ବ୍ୟାପୀ ଆରମ୍ଭ ହୋଇଥିବା ଏହି ଉତ୍ସବର ତୃତୀୟ ସନ୍ଧ୍ୟାରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟରେ ଦୁଲୁକୁଛି । କୋଣାର୍କର ମୁକ୍ତାକାଶ ରଙ୍ଗମଞ୍ଚ ପାଲିଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ । ଏହାର ଭରପୁର ମଜା ନେଉଛନ୍ତି ଦର୍ଶକେ ।

3ୟ ସନ୍ଧ୍ୟାରେ ମୁକ୍ତକାଶ ରଙ୍ଗ ମଞ୍ଚରେ ପ୍ରର୍ଦଶିତ ହୋଇଛି ମୋହିନ ଆଟ୍ଟମ ଓ ଓଡିଶୀ ନୃତ୍ୟ । ରଙ୍ଗ ବେରଙ୍ଗ ଆଲୋକ ସଜ୍ଜା ଓ ସୁସଜ୍ଜିତ ପରିବେଶରେ ପୁରାଣ ପ୍ରସଙ୍ଗ ଓ ଜୀବନ ଦର୍ଶନକୁ ଶାସ୍ତ୍ରୀୟ ନୃତ୍ୟ ମାଧ୍ୟମରେ କଳାକାରଙ୍କ ଦ୍ଵାରା ଉପସ୍ଥାପନାକୁ ବେଶ୍ ମନଭରି ଉପଭୋଗ କରିଛନ୍ତି ଦର୍ଶକ ।

କୋଣାର୍କ ଉତ୍ସବ ତୃତୀୟ ସନ୍ଧ୍ୟା: ମୋହିନ ଆଟ୍ଟମ ଓ ଓଡିଶୀ ନୃତ୍ୟରେ ମତୁଆଲା ଦର୍ଶକ

ବିଶ୍ଵ ଐତିହ୍ୟ କୋଣାର୍କ ମନ୍ଦିର ପାଦ ଦେଶରେ ଆୟୋଜିତ କୋଣାର୍କ ଉତ୍ସବର 3ୟ ସନ୍ଧ୍ୟାରେ ପ୍ରଥମେ ଗୁରୁ ସ୍ଵପ୍ନାରାଣୀ ସିହ୍ନାଙ୍କ ନିର୍ଦ୍ଦେଶନାରେ ନୃତ୍ୟ ନିଳୟ ଅନୁଷ୍ଠାନର କଳାକାରଙ୍କ ଦ୍ଵାରା ବେଦର ଅଗ୍ନିମୁକ୍ତ ଆଧାରିତ ଅଗ୍ନିସ୍ତୁତି । ପରେ ନୃତ୍ୟ ନାଟିକା ତ୍ରୀବେଣୀ ସଙ୍ଗମ, ପବିତ୍ର ଗଙ୍ଗା, ଯମୁନା, ସରସ୍ଵତୀ ନଦୀର ମହିମା ସହ ଆଧାତ୍ମିକ ପୃଷ୍ଠଭୂମି ସମ୍ଵଳିତ ଧର୍ମୀୟ ବିଶ୍ଵାସର ଭାବଧାରାକୁ ନେଇ ନୃତ୍ୟ ପରିବେଷିତ କରିଥିଲେ କଳାକାରମାନେ । ଏହାର 2ୟ ଚରଣରେ ମୋହିନ ଆଟ୍ଟମର ଗୁରୁ ଜୟପ୍ରଭା ମେନନ ଓ ସାଥୀ କଳାକାରମାନେ ଶ୍ରୀ ଜୟଦେବକୃତ ଗୀତ ଗୋବିନ୍ଦମର ଚର୍ଚ୍ଚିତ ଅଷ୍ଟପଦୀ ଚନ୍ଦନ ଚର୍ଚ୍ଚିତ ନୀଳକଳେଵର ଅତି ନିଖୁଣ ଭାରେ ମଞ୍ଚରେ ପ୍ରଦର୍ଶିତ କରିଥିଲେ । ପରିଶେଷରେ ନୃତ୍ୟ ମାଧ୍ୟମରେ ଜୀବ, ମୋକ୍ଷ,ଓ ଉପସଂହାରର ଆବେଗକୁ ନୃତ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ ନୃତ୍ୟ ଶିଳ୍ପୀ ।

କୋଣାର୍କ ଉତ୍ସବରେ କଳାକାରଙ୍କ ଦ୍ଵାରା ପରିବେଷିତ ନୃତ୍ୟ ଅତି ଜୀବନ୍ତ ଓ ହୃଦୟସ୍ପଶୀ ଥିବାର କହିଛନ୍ତି ଦର୍ଶକ । ଅନ୍ୟପଟେ ଚଳିତବର୍ଷ କୋଣାର୍କ ଉତ୍ସବ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବାରେ ସଫଳ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:କୋଣାର୍କ ଉତ୍ସବ ତୃତୀୟ ସନ୍ଧ୍ୟାBody:କୋଣାର୍କ ଉତ୍ସବର 3ୟ ସଂଧ୍ୟା ମୁକ୍ତ ଆକାଶ ରଙ୍ଗ ମଂଚରେ ପ୍ରର୍ଦଶିତ ହୋଇଛି ମୋହିନ ଆଟ୍ଟମ ଓ ଓଡିଶୀ ନୃତ୍ୟ । ରଙ୍ଗ ବେରଙ୍ଗ ଆଲୋକ ସଜ୍ଜା ଓ ସୁସଜ୍ଜିତ ପରିବେଶରେ ପୁରାଣ ପ୍ରସଙ୍ଗ ଓ ଜିବନ ଦର୍ଶନକୁ ଶାସ୍ରିୟ ନୃତ୍ୟ ମାଧ୍ୟମରେ କଳାକାରଙ୍କ ଦ୍ଵାରା ଉପସ୍ଥାପନାକୁ ବେଶ୍ ମନଭରି ଉପଭୋଗ କରିଛନ୍ତି ଉପସ୍ଥିତ ଦର୍ଶକ ।
ବିଶ୍ଵ ଐତିହ କୋଣାର୍କ ମନ୍ଦିର ପାଦ ଦେଶରେ ଆୟୋଜିତ କୋଣାର୍କ ଉତ୍ସବର 3ୟ ସଂଧ୍ୟାରେ ପ୍ରଥମେ ଗୁରୁ ସ୍ଵପ୍ନାରାଣୀ ସିହ୍ନା ଙ୍କ ନିର୍ଦ୍ଦୈଶନାରେ ନୃତ୍ୟ ନିଳୟ ଅନୁଷ୍ଟାନର କଳାକାର ମାନଙ୍କ ଦ୍ଵାରା ବେଦର ଅଗ୍ନିମୁକ୍ତ ଆଧାରିତ ଅଗ୍ନିସ୍ତୁତି, ପରେ ପରେ ନୃତ୍ୟ ନାଟିକା ତ୍ରୀବେଣୀ ସଙ୍ଗମ, ପବିତ୍ର ଗଙ୍ଗା, ଯମୁନା, ସରସ୍ଵତୀ ନଦୀର ମହିମା ସହ ଆଧାତ୍ମିକ ପୃଷ୍ଠଭୂମି ସମ୍ଵଳିତ ଧର୍ମୀୟ ବିଶ୍ଵାସର ଭାବଧାରାକୁ ନେଇ ନୃତ୍ୟ ପରିବେଷିତ କରିଥିଲେ କଳାକାର ମାନେ । ଏହାପରେ 2ୟ ଚରଣରେ ମୋହିନ ଆଟ୍ଟମର ଗୁରୁ ଜୟପ୍ରଭା ମେନନ ଓ ସାଥୀ କଳାକାର ମାନେ ଶ୍ରୀ ଜୟଦେବକୃତ ଗୀତ ଗୋବିନ୍ଦମର ଚର୍ଚ୍ଚିତ ଅଷ୍ଟପଦୀ ଚନ୍ଦନ ଚର୍ଚ୍ଚିତ ନୀଳକଳେଵର ଅତି ନିଖୁଣ ଭାରେ ମଂଚରେ ପଦର୍ଶିତ କରିଥିଲେ । ପରିଶେଷରେ ନୃତ୍ୟ ମାଧ୍ୟମରେ ଜୀବ, ମୋକ୍ଷ,ଓ ଉପସଂହାରର ଆବେଗକୁ ନୃତ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ ନୃତ୍ୟ ଶିଳ୍ପୀ ।କୋଣାର୍କ ଉତ୍ସବରେ କଳାକାର ମାନଙ୍କ ଦ୍ଵାରା ପରିବେଷିତ ନୃତ୍ୟ ଅତି ଜିବନ୍ତ ଓ ହୃଦୟସ୍ପଶୀ ଥିବାର କହିଛନ୍ତି ଦର୍ଶକ,ସେପଟେ ଚଳିତ ବର୍ଷ କୋଣାର୍କ ଉତ୍ସବ ଅଧିକ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଠ କରି ପାରିଛି, ଏହି ଉତ୍ସବ ଆଜି ଦେଶ ବିଦେଶରେ ନିଜର ସ୍ଵତ୍ରଂତ ପରିଚୟ ସୃଷ୍ଟି କରିପାରିଛି, ଆଗକୁ ଭଳ ଭଳ କଳାକାର ମାନେ ଏହି ଉତ୍ସବ ପ୍ରତି ଆଗ୍ରହ ବଢାଇବ ବୋଲି କହିଛନ୍ତି 3ୟ ଦିବସରେ ଯୋଗ ଦେଇଥିବା ଅତିଥୀ ।


ବାଇଟ- ସୁଭ୍ରାନ୍ତି ଲତା- ଓଡିଶୀ ନୃତ୍ୟ ଶିଳ୍ପୀ
ବାଇଟ2,, ସୁରେଶ ମହାପାତ୍ର ,, ବରିଷ୍ଠ ପ୍ରଶାସନିକ ଅଧିକାରୀ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.