ETV Bharat / city

ଶ୍ରୀମନ୍ଦିର ଦର୍ଶନ ନେଇ SOP କୋହଳକୁ ଭକ୍ତଙ୍କ ସ୍ୱାଗତ, ରବିବାର ଦର୍ଶନ ବ୍ୟବସ୍ଥା ନେଇ ଦାବି

author img

By

Published : Sep 8, 2021, 4:05 PM IST

ରବିବାରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦାବି
ରବିବାରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦାବି

ଶ୍ରୀମନ୍ଦିରରେ ଦର୍ଶନ ନେଇ ଥିବା SOP କୋହଳକୁ ଭକ୍ତଙ୍କ ସ୍ବାଗତ । ଏଣିକି ଶନିବାରରେ ବି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ । ରବିବାର ଦିନ ମଧ୍ୟ ଦର୍ଶନ ପାଇଁ ଅନୁମତି ଦେବାକୁ ଉଠିଲା ଦାବି । ଅଧିକ ପଢନ୍ତୁ...

ପୁରୀ: ଶ୍ରୀମନ୍ଦିରରେ ଦର୍ଶନ ନେଇ ଥିବା SOP କୋହଳକୁ ଭକ୍ତଙ୍କ ସ୍ବାଗତ । ଶ୍ରଦ୍ଧାଳୁମାନେ ଦର୍ଶନ ବ୍ୟବସ୍ଥାରେ କୋହଳ ନେଇ ବେଶ୍ ଖୁସି ପ୍ରକଟ କରିଛନ୍ତି । ଶ୍ରୀମନ୍ଦିର ବିଶୋଧନ ପାଇଁ ରବିବାର ଦର୍ଶନ ବ୍ୟବସ୍ଥା ବନ୍ଦ ରହୁଥିବାରୁ ଏନେଇ ଭକ୍ତମାନେ ଅସନ୍ତୋଷ ଜାହିର କରିଛନ୍ତି ଏବଂ ରବିବାର ମଧ୍ୟ ଦର୍ଶନ ବ୍ୟବସ୍ଥା ସ୍ବାଭାବିକ କରିବାକୁ ଦାବି କରିଛନ୍ତି ।

ରବିବାରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦାବି

ବୁଧବାର ଶ୍ରୀମନ୍ଦିର ପରିଚାଳନା ବୈଠକରେ କଟକଣା କୋହଳ ପାଇଁ ନିଷ୍ପତ୍ତି ହୋଇଛି । ପୂର୍ବରୁ ସପ୍ତାହରେ ଶନିବାର ଓ ରବିବାର ଦର୍ଶନ ବନ୍ଦ ରହୁଥିବାବେଳେ ଏଣିକି ଶନିବାର ବି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ । ସେହିପରି ସକାଳ ୭ଟା ରୁ ସନ୍ଧ୍ୟା ୭ଟା ଯାଏଁ ଥିବା ଦର୍ଶନ ସମୟକୁ ବର୍ତ୍ତମାନ ରାତି ୯ଟା ଯାଏଁ ବଢାଇ ଦିଆଯାଇଛି ।

ତେବେ ପୂର୍ବ SOP ଅନୁଯାୟୀ ଭକ୍ତମାନେ କୋଭିଡ ଡବଲ ଡୋଜ୍ ଟୀକାକରଣ ସାର୍ଟିଫିକେଟ ଅଥବା ୯୬ ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଦେଖାଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ଯାହାକୁ ସେବାୟତ ମହଲରେ ସ୍ବାଗତ କରାଯାଇଛି । ଏଥିସହ ରବିବାର ଛୁଟି ଦିନ ହୋଇଥିବାରେ ଉକ୍ତ ଦିନ ଦର୍ଶନ ବନ୍ଦ କଟକଣା ହଟାଇବାକୁ ମତ ରଖିଛନ୍ତି ସେବାୟତ ।

ଅନ୍ୟପଟେ ଆନନ୍ଦ ବଜାରରେ ଭକ୍ତମାନେ ବସି ପ୍ରସାଦ ସେବନ ନେଇ କୌଣସି ନିଷ୍ପତ୍ତି ହୋଇନଥିବାବେଳେ ପୂର୍ବ କଟକଣା ବଳବତ୍ତର ରହିଛି । ଆଗାମୀ ବୈଠକରେ ଏ ସମ୍ପର୍କିତ ନିଷ୍ପତ୍ତି ନିଆଯିବ । ଆନନ୍ଦ ବଜାରରେ ଅବଢା ସେବନ ନେଇ ଉର୍ଦ୍ଦିଷ୍ଟ କଟକଣାକୁ କେତେକ ଭକ୍ତ ସମର୍ଥନ କରିଥିବାବେଳେ କେତେକ ଏହାକୁ କୋହଳ କରିବାକୁ ମତ ଦେଇଛନ୍ତି । ସେହିପରି ପୁରୀ ବାସିନ୍ଦା ଉତ୍ତର ଦ୍ବାର ଦେଇ ମହାପ୍ରସାଦ ଆଣିବାକୁ ଶ୍ରୀମନ୍ଦିରକୁ ପ୍ରବେଶ ନେଇ ଆଲୋଚନା ହୋଇଥିଲେ ମଧ୍ୟ ଏନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । କୋଭିଡ କଟକଣା ଅନୁପାଳନ କରି ମହାପ୍ରଭୁଙ୍କ ଦର୍ଶନ କରିବାକୁ ଶ୍ରୀମନ୍ଦିର ସେବାୟତ ଓ ଭକ୍ତମାନେ କହିଛନ୍ତି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.