ETV Bharat / city

Cyclone Jawad: ମୁକାବିଲା ପାଇଁ ପ୍ରସ୍ତୁତ ପୁରୀ, ଭୟଭୀତ ନହେବାକୁ ପରାମର୍ଶ

author img

By

Published : Dec 4, 2021, 4:50 PM IST

ବାତ୍ୟା ମୁକାବିଲା ଓ ଲୋକଙ୍କ ସ୍ଥାନାନ୍ତର ନେଇ ଜିଲ୍ଲାପାଳଙ୍କ ସମୀକ୍ଷା
ବାତ୍ୟା ମୁକାବିଲା ଓ ଲୋକଙ୍କ ସ୍ଥାନାନ୍ତର ନେଇ ଜିଲ୍ଲାପାଳଙ୍କ ସମୀକ୍ଷା

ବାତ୍ୟା ଜୱାଦ ଦୁର୍ବଳ ହେବା ସହ ପ୍ରଭାବ ହ୍ରାସ ପାଇବ ବୋଲି SRCଙ୍କ ସୂଚନା ରହିଛି । ଏପଟେ ପୁରୀ ଜିଲ୍ଲା ପ୍ରଶାସନ ଲୋକଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛି । ଅଧିକ ପଢନ୍ତୁ

ପୁରୀ: ସାମ୍ଭାବ୍ୟ ବାତ୍ୟା ଜୱାଦ ଦୁର୍ବଳ ହେବା ସହ ପ୍ରଭାବ ହ୍ରାସ ପାଇବ ବୋଲି SRCଙ୍କ ସୂଚନା ରହିଛି । ତେବେ SRCଙ୍କ ଗାଇଡ଼ଲାଇନ ଅନୁଯାୟୀ, ପୁରୀ ଜିଲ୍ଲା ପ୍ରଶାସନ ଲୋକଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଜିଲ୍ଲାର ସମସ୍ତ ବିଡ଼ିଓ, ତହସିଲଦାର, ଥାନା ଅଧିକାରୀଙ୍କ ସହ ଘନଘନ ବୈଠକ କରି ବାତ୍ୟା ପ୍ରସ୍ତୁତି ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି ।

ବାତ୍ୟା ମୁକାବିଲା ଓ ଲୋକଙ୍କ ସ୍ଥାନାନ୍ତର ନେଇ ଜିଲ୍ଲାପାଳଙ୍କ ସମୀକ୍ଷା

ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଜିଲ୍ଲାର କୃଷ୍ଣ ପ୍ରସାଦ, ବ୍ରହ୍ମଗିରି, ପୁରୀ ସଦର, ଗୋପ, କାକଟପୁର ଆଦି ଅଞ୍ଚଳରେ ବାତ୍ୟା ଆଶ୍ରୟ ସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି । ସେହିପରି ବାତ୍ୟାରେ ପବନ ଯୋଗୁଁ ପରବର୍ତ୍ତୀ ସ୍ଥିତି ମୁକାବିଲା ନେଇ ଓଡ୍ରାଫ, ଏନଡିଆରଏଫ ଟିମକୁ 6ଟି ବ୍ଳକରେ ମୁତୟନ କରାଯାଇଛି । କିଛି କିଛି ସ୍ଥାନରେ ଲୋକଙ୍କୁ ଅଣାଯାଇ ବାତ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇଛି । ସେପଟେ ଶ୍ରୀମନ୍ଦିରରେ ଯେଭଳି ମହାପ୍ରଭୁଙ୍କ ନୀତିକାନ୍ତି କୌଣସି ଅସୁବିଧା ଯେଭଳି ନଉପୁଜେ ସେନେଇ ବିଶେଷ ବ୍ୟବସ୍ଥା ହୋଇଥିବା ଜିଲ୍ଲାପାଳ କହିଛନ୍ତି ।

ଗତକାଲି ରାତିରୁ ପୁରୀ ସହର ସମେତ ଜିଲ୍ଲାରେ ଝିପି ଝିପି ବର୍ଷା ଲାଗି ରହିଛି । ତେବେ ଆସନ୍ତାକାଲି (ରବିବାର) ପ୍ରବଳ ବର୍ଷା ଆଶଙ୍କା ଥିବାରୁ ପୁରୀ ସହରରେ ଯେଭଳି ଜଳବନ୍ଦୀ ସ୍ଥିତି ନଉପୁଜେ ସେନେଇ ମୋଟର ପମ୍ପର ବ୍ୟବସ୍ଥା ହୋଇଛି । ତେବେ ବାତ୍ୟାକୁ ଭୟଭୀତ ନହୋଇ ପ୍ରଶାସନକୁ ସହଯୋଗ କରିବାକୁ ଜିଲ୍ଲାପାଳ ଅପିଲ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.