ETV Bharat / city

ଶ୍ରୀମନ୍ଦିର ସାମ୍ନାରେ କାଉଁରିଆ ଜାଳିବା ମନା, ଲାଗିଲା କଟକଣା

author img

By

Published : Nov 3, 2021, 3:54 PM IST

Updated : Nov 3, 2021, 4:46 PM IST

kaunria kathi burning restriction by puri district administration in front of srimandir
ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠି ଜଳିବା ନେଇ ଲାଗିଲା କଟକଣା

ଦୀପାବଳିରେ ପୁରୀ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ କାଉଁରିଆ କାଠି ଜାଳିବା ଉପରେ କଟକଣା ଜାରି କରାଯାଇଛି । ଅଧିକ ପଢନ୍ତୁ...

ପୁରୀ: ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠି ଜଳିବା ନେଇ ଲାଗିଲା କଟକଣା । ଦୀପାବଳି ଅବସରରେ ପୁରୀ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ କାଉଁରିଆ କାଠି ଜାଳିବା ଉପରେ କଟକଣା ଜାରି କରାଯାଇଛି । ଏନେଇ ପୁରୀ ଉପଜିଲ୍ଲାପାଳ ଭବତରଣ ସାହୁ ସୂଚନା ଦେଇଛନ୍ତି।

ଗୁରୁବାର ଆଲୋକର ପର୍ବ ଦୀପାବଳୀ । କୋରୋନା ଯୋଗୁଁ ଦୀପାବଳିକୁ କଟକଣାରେ ପାଳନ କରିବା ପାଇଁ ସରକାର ଗାଇଡଲାଇନ ଜାରି କରିଛନ୍ତି । ଏହାକୁ ନେଇ ପୁରୀ ଶ୍ରୀମନ୍ଦିରରେ କଟକଣା ଜାରି କରାଯାଇଛି। ସିଂହଦ୍ବାର ଓ ଏହାର ଚତୁଃପାର୍ଶ୍ବରେ ଜନ ସମାଗମ ଉପରେ ୧୪୪ ଧାରା ଜାରି କରାଯାଇଛି । ଏହି କଟକଣା ଆସନ୍ତାକାଲି ପ୍ରାତଃ ୪ ଘଟିକା ସମୟରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଶ୍ରୀମନ୍ଦିର ସାମ୍ନାରେ କାଉଁରିଆ ଜାଳିବା ମନା, ଲାଗିଲା କଟକଣା

କାଉଁରିଆ କାଠି ଜାଳିବା ବେଳେ ପ୍ରବଳ ଜନ ସମାଗମ ହେବା, ପ୍ରଦୂଷଣ ମାତ୍ରା ବୃଦ୍ଧି ଓ କୋଭିଡ କଟକଣା ଉଲ୍ଲଘଂନ ହେବାର ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଛି । ଏ ସଂକ୍ରାନ୍ତରେ ଉପ ଜିଲ୍ଲାପାଳ ଭବତାରଣ ସାହୁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଆସନ୍ତାକାଲି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ଉକ୍ତ ସମୟ ମଧ୍ୟରେ ସ୍ବୀକୃତିପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ପ୍ରବେଶାନୁମତି ରହିବ । ଜରୁରୀକାଳୀନ ସେବା ପୂର୍ବଭଳି ଜାରି ରହିବ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated :Nov 3, 2021, 4:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.