ETV Bharat / city

Viral Video: ପୁରୀ ବେଳାଭୂମି ରାସ୍ତାରେ ମଦୁଆଙ୍କ ଆଡ୍ଡା

author img

By

Published : Apr 25, 2022, 7:21 AM IST

Viral Video: ପୁରୀ ବେଳାଭୂମି ରାସ୍ତାରେ ମଦୁଆଙ୍କ ଆଡ୍ଡା
Viral Video: ପୁରୀ ବେଳାଭୂମି ରାସ୍ତାରେ ମଦୁଆଙ୍କ ଆଡ୍ଡା

ପୁରୀ ସମୁଦ୍ର କୂଳ ଥାନା ଅନ୍ତର୍ଗତ ହୋଟେଲ ପାଖ ଗଳିରେ ଦିନବେଳା ଜମୁଛି ମଦୁଆଙ୍କ ଭିଡ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ଅଧିକ ପଢନ୍ତୁ

ପୁରୀ: ବେଳାଭୂମିର ବିଚ୍ ରାସ୍ତାରେ ଜମୁଛି ମଦର ଆସର । ସମୁଦ୍ର କୂଳ ଥାନା ଅନ୍ତର୍ଗତ ପୁରୀ ହୋଟେଲ ପାଖ ଗଳିରେ ଜମୁଛି ମଦୁଆଙ୍କ ଭିଡ, ତାହା ପୁଣି ରାତିରେ ନୁହଁ ବରଂ ଦିବାଲୋକରେ । ଜଣେ ନୁହେଁ କି ଦୁଇଜଣ ନୁହେଁ ପ୍ରାୟ ପାଞ୍ଚରୁ ଅଧିକ ଅସାମାଜିକ ଯୁବକ ବିଚ୍ ରାସ୍ତାରେ ଛିଡା ହୋଇ ଖୁଲମଖୁଲା ମଦ୍ୟପାନ କରୁଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

Viral Video: ପୁରୀ ବେଳାଭୂମି ରାସ୍ତାରେ ମଦୁଆଙ୍କ ଆଡ୍ଡା

ପୁରୀ ଏକ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳୀ ହୋଇଥିବା ବେଳେ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ ବେଳାଭୂମିର ମଜା ଉଠାଇବା ସହ ହୋଟେଲ ଗୁଡିକରେ ରହିଥାନ୍ତି । ବେଳାଭୂମିର ରାସ୍ତାରେ ଅସାମାଜିକ ଯୁବକଙ୍କ ଏଭଳି ଖୁଲମଖୁଲା ମଦ୍ୟପାନ କରୁଥିବା ଦେଖି ପର୍ଯ୍ୟଟକ ମାନେ ଭୟଭୀତ ହେବା ସହ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ତୁରନ୍ତ ପୋଲିସ ଏଦିଗରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସୋସିଆଲ ମିଡ଼ିଆରେ ଦାବି ଜୋର ଧରିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.